ରାଜଧାନୀରେ ହୋଲି ପାଇଁ ଜଗିବେ ୩୧ ପ୍ଲାଟୁନ ଫୋର୍ସ

Spread the love

ଭୁବନେଶ୍ଵର,୦୨/୦୩:ପବିତ୍ର ଦୋଳ ପୂର୍ଣ୍ଣିମା ଓ ରଙ୍ଗପର୍ବ ହୋଲି ଲାଗି ରାଜଧାନୀ ଚଳଚଞ୍ଚଳ।ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜିବ, ସେଥିନିମନ୍ତେ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ।ହୋଲିରେ ସୁରକ୍ଷାକୁ କଡାକଡି କରିବା  ସହ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ ଉପାୟୁକ୍ତ ଜଗମୋହନ ମୀନା ସୂଚନା ଦେଇଛନ୍ତି।ଏଥିସହ ୪ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୬ ଇନ୍ସପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇ ୧୪୫ଜଣ ଓ ୩୪ଜଣ ଏପିଆର୍‌ଙ୍କୁ ନିୟୋଜିତ କରାଯିବ।ନିଶାସକ୍ତ ଗାଡି ଚାଳନା ଯାଞ୍ଚକୁ ଅଧିକ କଡାକଡ଼ି କରାଯିବ।ଦ୍ରୁତଗତିରେ ଗାଡି ଚାଳନା ଓ ନିଶାସକ୍ତ ଜନିତ ଅଘଟଣା ରୋକିବା ପାଇଁ ୮୫ଟି ସ୍ଥାନ‌େ‌ର ନାକାବନ୍ଦୀ ସହ ଯାଞ୍ଚ କରାଯିବ।ଏଥିସହ କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ହସ୍ତକ୍ଷେପ ପାଇଁ ୪ଟି ଷ୍ଟ୍ରାଇକିଂ ଦଳ ସଜାଗ ରହିଛନ୍ତି।

ନଦୀର ୧୦ଟି ସ୍ଥାନରେ ଜଗିବେ ଆଗ୍ନିକ ଓ ଓଡ୍ରାଫ
ହୋଲି ଦିନ ନଦୀ ଓ ଜଳାଶୟରେ ବୁଡି ଜୀବନ ଚାଲିଯିବାର ଅନେକ ରହିଛି।ନିଶାସକ୍ତ ଅବସ୍ଥାରେ ଗାଧୋଇବା ଲାଗି ଜଳାଶୟ କିମ୍ୱା ନଦୀ ଭିତରକୁ ପ୍ରବେଶ ଲାଗି ପ୍ରତିବନ୍ଧକ ଜାରି କରାଯାଇଛି
ପିତାମାତାଙ୍କୁ ମଧ୍ୟ ଅନୁରୋଧ କରାଯାଉଛି କି, ସେମାନେ ନିଜ ସନ୍ତାନ ମାନଙ୍କୁ ଜଳାଶୟ କିମ୍ୱା ନଦୀ ଭିତରକୁ ନଯିବା ଲାଗି ପରାମର୍ଶ ଦେବେ।


Spread the love

Leave A Reply

Your email address will not be published.