୫ ବର୍ଷରେ ଗିରଫ ହୋଇଛନ୍ତି ୩୧୦,ଆକ୍ସନ ମୋଡରେ ଭିଜିଲାନ୍ସ

Spread the love

ଭୁବନେଶ୍ଵର,୨୩/୦୨:ଅଧିକାରୀଙ୍କ ଶିରା ଶିରାରେ ଦୁର୍ନୀତି, ଆକ୍ସନ ମୋଡରେ ଭିଜିଲାନ୍ସ।ବିଗତ 5 ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ 310 ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଆର୍ଥିକ କାରବାରରେ ଅନିୟମିତତାରେ ସମ୍ପୃକ୍ତଭୋଇ ଭିଜିଲାନ୍ସ ଦ୍ୱାରା ଗିରଫ।22 ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଧେଶ ଦେଇଛନ୍ତି।22 ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ 40 କୋଟି 84 ଲକ୍ଷ 67 ହଜାର 667 ଜଣ ଟଙ୍କା ଜବତ ହୋଇଛି।ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ପ୍ରଶ୍ନ ରେ ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର।

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ନିବାରଣ ବିଭାଗ ଗତ ତିନି ବର୍ଷ ଅର୍ଥାତ୍ ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ କରିଛି । ଏଥିରୁ ୩୩୭ଟି ମାମଲାରେ ଦଣ୍ଡ ବିଧାନ ହୋଇଛି। ୬ ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି । ଏହି ସମ୍ପତ୍ତିକୁ ଅନ୍ୟତ୍ରେ ବିନିଯୋଗ କରାଯାଇଛି। ଏଥିରେ ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥିକ୍ ଡିସ୍ପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ତିଆରି ହୋଇଛି । ଏହାଛଡ଼ା ୩୨,୫୦, ୮୪୪ ଟଙ୍କା ରାଜ୍ୟ କୋଷାଗାରରେ ଜମା କରାଯାଇଛି ।


Spread the love

Leave A Reply

Your email address will not be published.