ନୂଆଦିଲ୍ଲୀ,୧୨/୦୩:LPG ଯୋଗାଣରେ ସମ୍ଭାବ୍ୟ ସମସ୍ୟାକୁ ନଜରରେ ରଖି ରାଜ୍ୟକୁ ବିକଳ୍ପ ବ୍ୟବସ୍ଥା ଭାବେ କିରୋସିନ୍ ଆବଣ୍ଟନ କରାଯିବ। ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁସାରେ, ରାଜ୍ୟକୁ LPG ର ବିକଳ୍ପ ଭାବେ ଅତିରିକ୍ତ ୪୮ ହଜାର କିଲୋଲିଟର କିରୋସିନ୍ ଯୋଗାଣ ପାଇଁ କେନ୍ଦ୍ର ସରକାର ପକ୍ଷରୁ ଅର୍ଡର ଜାରି କରାଯାଇଛି। ସାଧାରଣତଃ ପ୍ରତ୍ୟେକ ତ୍ରୈମାସିକରେ ରାଜ୍ୟଗୁଡ଼ିକୁ ପ୍ରାୟ ୧ ଲକ୍ଷ କିଲୋଲିଟର କିରୋସିନ୍ ଆବଣ୍ଟନ କରାଯାଏ। କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଅତିରିକ୍ତ ୪୮ ହଜାର କିଲୋଲିଟର କିରୋସିନ୍ ଆବଣ୍ଟନ ପାଇଁ ବିଶେଷ ଅର୍ଡର ଜାରି ହୋଇଛି।
ସେ ଆହୁରି କହିଛନ୍ତି ଯେ, ଦେଶରେ ବ୍ୟବହୃତ LPG ର ପ୍ରାୟ ୬୦ ପ୍ରତିଶତ ବିଦେଶରୁ ଆମଦାନୀ କରାଯାଏ। ଏହାମଧ୍ୟରୁ ପ୍ରାୟ ୯୦ ପ୍ରତିଶତ LPG ହର୍ମୁଜ ପ୍ରଣାଳୀ ଦେଇ ଭାରତକୁ ଆସେ। ତେଣୁ ଆନ୍ତର୍ଜାତୀୟ ପରିସ୍ଥିତି ବା ପରିବହନ ବାଧା ହେଲେ LPG ଯୋଗାଣରେ ପ୍ରଭାବ ପଡ଼ିପାରେ।