ରାଜ୍ୟରେ ୯ ଲକ୍ଷ ଭାଗଚାଷୀ

Spread the love

ଭୁବନେଶ୍ଵର,୧୧/୦୩: ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ସମ୍ପର୍କରେ ସରକାର ବିଧାନସଭାରେ ତଥ୍ୟ ଦେଇଛନ୍ତି। ବିଧାୟକ ଗଣେଶ୍ୱର ବେହେରା ଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ପ୍ରଦାନ କରିଥିଲେ।

ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମିଶି ମୋଟ ୯ ଲକ୍ଷ ୫ ହଜାର ୧୮୪ ଜଣ ଭାଗଚାଷୀ ଅଛନ୍ତି। ଏହି ଭାଗଚାଷୀମାନେ ଅନ୍ୟମାନଙ୍କ ଜମିରେ ଚାଷ କରି ଉତ୍ପାଦିତ ଫସଳକୁ ଭାଗରେ ବଣ୍ଟନ କରି ଜୀବିକା ଚାଲାଉଛନ୍ତି।ଜିଲ୍ଲାଭିତ୍ତିକ ତଥ୍ୟ ଅନୁସାରେ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୮ ହଜାର ୮୨୧ ଜଣ ଭାଗଚାଷୀ ରହିଛନ୍ତି। ସେପରି ପୁରୀ ଜିଲ୍ଲାରେ ପ୍ରାୟ ୪୦ ହଜାର ଭାଗଚାଷୀ ଅଛନ୍ତି।

ଏହାଛଡ଼ା କଟକ ଜିଲ୍ଲାରେ ୫୫ ହଜାର ୫୬୯ ଜଣ ଏବଂ ଭଦ୍ରକ ଜିଲ୍ଲାରେ ୬୫ ହଜାର ୯୪୬ ଜଣ ଭାଗଚାଷୀ ଥିବା ସୂଚନା ମିଳିଛି।ଏହି ତଥ୍ୟ ରାଜ୍ୟରେ କୃଷି କାର୍ଯ୍ୟରେ ଭାଗଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରକାଶ କରୁଛି।


Spread the love

Leave A Reply

Your email address will not be published.