ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

Spread the love


ଭୁବନେଶ୍ୱର : ରାଜ୍ୟ ସମବାୟ ଉନ୍ନୟନ କମିଟିର ଦ୍ୱିତୀୟ ବୈଠକ (ଏସସିଡିସି) ଆଜି ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସମବାୟ ନିବନ୍ଧକ, ସମବାୟ ସମିତି,ଓଡିଶା, ଓଏସଡବ୍ଲ୍ୟୁସି ଅଧ୍ୟକ୍ଷ, ଓମଫେଡର ପରିଚାଳନା ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦେଶକ ଏବଂ ନାବାର୍ଡ, ଓଏସସିବି, ସିଡବ୍ଲ୍ୟୁସିର ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ।
ରାଜ୍ୟରେ ସମବାୟ ସମିତିଗୁଡିକର ଉନ୍ନତି ଓ ସମବାୟ ଆନ୍ଦୋଳନର ବିକାଶ ଉଦ୍ଦେଶ୍ୟରେ ଗଠିତ ରାଜ୍ୟସ୍ତରୀୟ କମିଟିରେ ସମବାୟ ବିଭାଗର କମିଶନର-ତଥା ଶାସନ ସଚିବ ଶ୍ରୀ ପାଟିଲ ବିସ୍ତୃତ ଉପସ୍ଥାପନା କରିଥିଲେ। ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର କାର୍ଯ୍ୟକଳାପରେ ବିବିଧତା ଆଣିବା ସହ କୃଷି ସମ୍ବନ୍ଧୀୟ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ବୈଠକରେ ବିଶଦ୍ ଭାବେ ଆଲୋଚନା ହୋଇଥିଲା ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମବାୟ ଥିବା ସମସ୍ତ ବିଭାଗକୁ ସମବାୟ ମୂଲ୍ୟବୋଧ ଅନୁଯାୟୀ ଏହାର ସଦସ୍ୟ ଏବଂ ସୋସାଇଟିକୁ ଉନ୍ନତ ସେବା ପ୍ରଦାନ ପାଇଁ ଏହି ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ମତ୍ସ୍ୟ ଓ ଡାଏରୀ ସମବାୟ ସମିତିର ନିୟମିତ ଓ ଅଦ୍ୟତନ(ଅପଟୁଡେଟ୍) ଅଡିଟକୁ ସୁନିଶ୍ଚିତ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । କୃଷି ଋଣ ସମ୍ପ୍ରସାରଣରେ ସମବାୟ ବ୍ୟାଙ୍କଗୁଡ଼ିକର ପ୍ରୟାସକୁ ପ୍ରଶଂସା କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ କେସିସି ଫାଇନାନ୍ସ ଅଧୀନରେ “ବି” କମ୍ପୋନେଣ୍ଟ ମାଧ୍ୟମରେ ସାର ଏବଂ ବିହନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସିବିଏସ୍ ପ୍ଲାଟଫର୍ମରେ ସମସ୍ତ ପ୍ୟାକ୍ସର କମ୍ପ୍ୟୁଟରୀକରଣ ଏବଂ ସମବାୟ ବ୍ୟାଙ୍କଗୁଡ଼ିକର ନିରବଚ୍ଛିନ୍ନ ପରିଚାଳନା ଉପରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।


Spread the love

Leave A Reply

Your email address will not be published.