ଭାରତୀୟ ଜୀବନ ବୀମା ନିଗମ ର ସହାୟତା

Spread the love

ଦିନ ୩ଟା ସମୟରେ ଭାରତୀୟ ଜୀବନ ବୀମା ନିଗମ ତରଫରୁ ସ୍ବୟଂଶାସିତ ସ୍ୱାସ୍ଥ୍ୟ ବିଜ୍ଞାନ ସଂସ୍ଥାକୁ ଏକ ସ୍କୁଲ ବସ୍ ସହାୟତା ଦିଆଯାଇଛି ! ଏହି ସହାୟତା ଏଲଆଇସିର ଗୋଲଡେନ ଜୁବୁଲ୍ଲୀ ଫାଉଂଡେସନ ( ସାମାଜିକ ଦାଇତ୍ୱ ବୋଧ ପ୍ରତିବଦ୍ଧତା ୟୁନିଟ) ତରଫରୁ ଦିଆଯାଇଛି !ସ୍ବୟଂଶାସିତ ସ୍ୱାସ୍ଥ୍ୟ ବିଜ୍ଞାନ ସଂସ୍ଥା ଭିନ୍ନକ୍ଷମ ପୁନର୍ବାସ ଉପରେ କାମ କରୁଥିବା ଏକ ଅଗ୍ରଣୀ ସଂସ୍ଥା ଯାହାକି ୨୦୦୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା ! ଏହା ମୂଳ ବେଶରକାରୀ ସଂସ୍ଥା ମାର୍ଗଦର୍ଶୀର ଏକାଙ୍ଗ ଯେଉଁଥିରେ ଭିନ୍ନକ୍ଷମ ମାନଙ୍କୁ ସେବା ଯୋଗାଉଥିବା ସ୍ୱତନ୍ତ୍ର ଦକ୍ଷତା ଥିବା ବ୍ୟକ୍ତି ମାନେ ବା ପ୍ରଫେସିଓନାଲ ମାନଙ୍କୁ ଯୋଗାଉଅଛି !ପ୍ରତେକ ଦିନ ପ୍ରାୟ ୧୫୦ ରୁ ୨୦୦ ପୀଡିତ ବ୍ୟକ୍ତି ମାନେ ଏହି କ୍ୟାମ୍ପସ କୁ ଆସି ବିଭିନ୍ନ ପ୍ରକାରର ଚିକତ୍ସା ସେବା ଗ୍ରହଣ କରନ୍ତି ! ତଥା ଏହିଠାରେ ଏକ ବିଦ୍ୟାଳୟ ଯାହା ରାଜ୍ୟ ସରକାରଙ୍କ ଦ୍ଵାରା ମାନ୍ୟତା ପ୍ରାପ୍ତ ଅଟିଯିମ ବାଧିତ ପିଲାମାନଙ୍କ ଶିକ୍ଷା ନିମନ୍ତେ ଉଦ୍ଧିଷ୍ଟ ! ସେମାନଙ୍କ ସୁଗମ ଯାତାୟାତ ନିମନ୍ତେ ଏହି ବସ୍ ର ଆବଶ୍ୟକତା କୁ ଭାରତୀୟ ଜୀବନ ବୀମା ନିଗମ ପୁରଣ କରିଛି !ଏକ ସ୍ୱତନ୍ତ୍ର ଉତ୍ସବରେ ଜୀବନ ବୀମା ନିଗମ ଇଏଷ୍ଟ ସେଣ୍ଟ୍ରାଲ ଜୋନ୍ ର ମୁଖ୍ୟ ଶ୍ରୀଯୁକ୍ତ ଶ୍ରଵଣ କୁମାର, ମାର୍କେଟିଙ୍ଗ ର ମୁଖ୍ୟ ଶ୍ରୀଯୁକ୍ତ ସନୋଜ କୁମାର , ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ମଣ୍ଡଳ ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ମହାଶୟ ଏବଂଏହା ସହିତ ଭୁବନେଶ୍ୱର ମଣ୍ଡଳ ଅଫିସ ର ଅନେକ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ତିତିରେ ଗମନାଗମନ ସେବା ପାଇଁ ଏହି ବସଟି ପ୍ରଦାନ କରାଯାଉଥିଲା ! ଏହି ଉତ୍ସବ ରେ ଏଲଆଇସି ଅଧିକାରୀ ମାନଙ୍କ ସମ୍ମାନିତ କରାଯାଇଥିଲା !ଏଲଆଇସିର ଗୋଲଡେନ ଜୁବୁଲ୍ଲୀ ଫାଉଂଡେସନ ୨୦୦୬ ରେ ପ୍ରତିଷ୍ଠିତ ହୋଇଥିଲା ! ଏହି ଫାଉଂଡେସନ ମାଧ୍ୟମରେ ସମାଜର ପଛୁଆ ବର୍ଗ, ଭିନ୍ନକ୍ଷମ ଓ ଦକ୍ଷ ଛାତ୍ର ମାନଙ୍କର ଶିକ୍ଷା ନିମନ୍ତେ ସହାୟତା ପ୍ରଦାନ କରୁଅଛି !ଉକ୍ତ ଉତ୍ସବ ରେ ମାର୍ଗଦର୍ଶୀର ସମ୍ପାଦକ ପ୍ରଫେସର ସତ୍ୟ ମହାପାତ୍ର , ପ୍ରୋଗ୍ରାମ ନିର୍ଦ୍ଦେସିକା ଶ୍ରୀମତୀ ନଳିନୀ ମହାନ୍ତି ! ପ୍ରଶାସନିକ ଅଧିକାରୀ ସଞ୍ଜୟ କୁମାର ନାୟକ , କଲେଜ ଅଧ୍ୟକ୍ଷ ଶ୍ରୀ ଭବାନୀ ଶଙ୍କର ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ଓ ଷ୍ଟାଫ ମାନେ ଉପସ୍ଥିତ ଥିଲେ !


Spread the love

Leave A Reply

Your email address will not be published.