ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି ଏବଂ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଦ୍ବାରା ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାପନ

Spread the love

ସୋନିପତ, ୨୦ ମାର୍ଚ୍ଚ, ୨୦୨୪: ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ସଂସ୍ଥାର ଅଧିକାରୀମାନେ ଅନୁମୋଦନ କରିଥିଲେ। ଏହି ନିଆରା ଅବସରରେ ଜେଜିୟୁର ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଏବଂ ଅନ୍ୟ ଅଧିକାରୀମାନେ ଉତ୍ସାହର ସହ ଭାରତୀୟ ପତାକାର ରଙ୍ଗରେ ଏକାଠି ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରମାଣିତ କରିବା ପାଇଁ କ୍ୟାମ୍ପସରେ ଉପସ୍ଥିତ ଥିବା ଗିନିଜ୍ ୱାର୍ଲ୍ଡ ରେକର୍ଡର ବିଚାରକ ଶ୍ରୀ ଋଷି ନାଥ କହିଛନ୍ତି ଯେ, “ମୁଁ ଖୁସିର ସହ ଘୋଷଣା କରୁଛି ଯେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି, ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସହଯୋଗରେ, ୭୩୬୮ ଜଣ ଉତ୍ସାହୀ ଅଂଶଗ୍ରହଣକାରୀଙ୍କ ସହ ସର୍ବବୃହତ ମାନବ ଜାତୀୟ ପତାକା ରେକର୍ଡ ସଫଳତାର ସହ କରିଛି। ଜେଜିୟୁ ଏବଂ ଏଫଏଫଆଇ ବର୍ତ୍ତମାନ ଏହି କାର୍ଯ୍ୟ ପାଇଁ ରେକର୍ଡର ଅଧିକାରୀ ଏବଂ ଏହି ନୂତନ ରେକର୍ଡକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯିବ”।

ଜାତୀୟତାବାଦର ଭାରତୀୟ ଭାବନାକୁ ପୁନର୍ଜୀବିତ କରିବା ପାଇଁ ସମର୍ପିତ ଏକ ଅଣଲାଭକାରୀ ସଂଗଠନ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ର ସହଯୋଗରେ ଜେଜିୟୁ ପକ୍ଷରୁ ଏହି ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଚାନ୍ସେଲର ତଥା ଫ୍ଲାଗ ଫାଉଣ୍ଡେସନର ପ୍ରେସିଡେଣ୍ଟ ଶ୍ରୀ ନବୀନ ଜିନ୍ଦଲ କହିଥିଲେ ଯେ, “ଉଡୁଥିବା ଜାତୀୟ ପତାକା ଆକୃତିର ଏକ ମାନବ ଚିତ୍ର ତିଆରି କରି   ସଫଳତାର ସହ ଏକ ନୂତନ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିବାରୁ ମୁଁ  ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଏବଂ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିକୁ ଅଭିନନ୍ଦନ ଜଣାଉଛି ।  ୨୩ ଜାନୁଆରୀ, ୨୦୦୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନରେ ଜାତୀୟ ପତାକା ଉତ୍ତୋଳନ କରିବା ଜଣେ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର । ଆମର ଜାତୀୟ ଗୌରବ ଏବଂ ଏକତା ପ୍ରଦର୍ଶନ କରିବା ପାଇଁ କେବଳ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଟ୍ଟାଳିକାରେ ନୁହେଁ ବରଂ ଆମ ଘରେ ମଧ୍ୟ ଆମର ଜାତୀୟ ପତାକା ପ୍ରଦର୍ଶନ କରିବା ଉଚିତ । ଯେତେବେଳେ ଆମେ ପତାକା ପ୍ରଦର୍ଶନ କରିଥାଉ, ଆମେ ଧର୍ମ, ଜାତି, ଭାଷା, ଅଞ୍ଚଳ ଇତ୍ୟାଦିର ସଂକୀର୍ଣ୍ଣ ଚିନ୍ତାଧାରାରୁ ଉପରକୁ ଉଠିଥାଉ ଏବଂ ଏହା ଆମକୁ ପ୍ରଥମେ ଜଣେ ଭାରତୀୟ ବୋଲି ମନେ ପକାଇଦିଏ ।“

ଏହି ଅବସରରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା କୁଳପତି ପ୍ରଫେସର (ଡ.) ସି।  ରାଜ କୁମାର କହିଥିଲେ ଯେ, “ଚଳିତ ବର୍ଷ ଆମେ ଭାରତର ଏହି ଅଗ୍ରଣୀ ଘରୋଇ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକୀ ପାଳନ କରୁଛୁ। ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନରେ ୧୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୧୦୦ରୁ ଅଧିକ ଅଧ୍ୟାପକଙ୍କ ସହିତ, ଜେଜିୟୁ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରର  ଶିକ୍ଷା ଏବଂ ଜ୍ଞାନ ଆହୋରଣ ସୁଯୋଗ ସୃଷ୍ଟି କରିଛି । ଏହି ଅବସରରେ ଉଡୁଥିବା ଜାତୀୟ ପତାକା ଆକୃତିର ସର୍ବବୃହତ ମାନବ ଚିତ୍ର ପାଇଁ  ଗିନିଜ୍ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା ଏକ ଉଲ୍ଲେଖନୀୟ ଘଟଣା । ଉତ୍କର୍ଷତା ଏବଂ ଉଦ୍ଭାବନ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି  । ଶିକ୍ଷା ମାଧ୍ୟମରେ ଏକ ସୁଦୃଢ଼ ଭାରତ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡର ଏହି  ମାନ୍ୟତ ଅଧିକ ଦୃଢ଼ କରୁଛି ।”

ଶ୍ରୀ ନବୀନ ଜିନ୍ଦଲଙ୍କ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ପରେ ୨୦୦୪ମସିହାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବର୍ଷର ସବୁ ଦିନ ପ୍ରତ୍ୟେକ ନାଗରିକଙ୍କ ଦ୍ୱାରା ଜାତୀୟ ପତାକା ପ୍ରଦର୍ଶନ ଏକ ମୌଳିକ ଅଧିକାର ବୋଲି ରାୟ ଦେଇଥିଲେ। ଏହାପରେ ସେ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ।


Spread the love

Leave A Reply

Your email address will not be published.