ବିଶ୍ଵ ପାର୍କିନସନ୍ ଦିବସ ପାଳିତ

Spread the love

ଭୁବନେଶ୍ଵର: ପାର୍କିନସନ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପଲକ୍ଷେ ଭୁବନେଶ୍ଵର ସ୍ଥିତ ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ଡାକ୍ତର ପି.ଆର.ଭୂୟା, ଡାକ୍ତର
ଏଲ୍.ଡି.ପାଢ଼ି, ଡାକ୍ତର ଆକାଶ ଅଗ୍ରୱାଲ ନ୍ୟୁରୋସର୍ଜରୀ ବିଭାଗର ଡାକ୍ତର ଅମିତ ଜଶୱାଲ ଯୋଗଦେଇଥିଲେ। ଡାକ୍ତର ମାନେ ଏହି ରୋଗର କାରଣ, ଲକ୍ଷଣ ଓ ସଠିକ୍ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ। ପାର୍କିନସନ୍ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆମ୍ରି ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନେକ ପାର୍କିନସନ୍ ରୋଗୀ, ତାଙ୍କ ପରିବାର ସଦସ୍ୟଙ୍କ ସମେତ ଅନ୍ୟାନ ବିଭାଗର ଡାକ୍ତର, ନର୍ସ ଓ କର୍ମଚାରୀ ମାନେ ଯୋଗଦେଥିଲେ ।


Spread the love

Leave A Reply

Your email address will not be published.