ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ପରିବାରର ଉତମ ସ୍ୱାସ୍ଥ୍ୟ ପାଇଁ ଆଲମଣ୍ଡ ଅତି ଲାଭଜନକ

Spread the love

ଭୁବନେଶ୍ୱର, ୨୫ ଏପ୍ରିଲ ୨୦୨୪: ଜୀବନର ବ୍ୟସ୍ତତା ମଧ୍ୟରେ ଆମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଆମକୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ  ପ୍ରୋତ୍ସାହିତ କରିଥାଏ, ଯାହା ଆମର ସାମଗ୍ରିକ ସୁସ୍ଥତା, ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ । ‘ସ୍ନାକ୍ ସ୍ମାର୍ଟ ଫର୍ ଏ ହେଲ୍‌ଦିୟର ଫ୍ୟାମିଲି ଆଣ୍ଡ୍ ଷ୍ଟ୍ରଙ୍ଗର ଇମ୍ୟୁନିଟି’ ପ୍ରସଙ୍ଗ ଉପରେ ଆଧାରିତ ଏକ ଅଧିବେଶନ ସମୟରେ ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ, ସେଲିବ୍ରିଟି ପିଲେଟ୍‌ସ ମାଷ୍ଟର ଇନ୍‌ଷ୍ଟ୍ରକ୍ଟର ଯାଶମିନ କରାଚିୱାଲା ଓ ମ୍ୟାକ୍ସ ହେଲ୍‌ଥକେୟାର-ନୂଆଦିଲ୍ଲୀର ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସମାଦାର  ସ୍ୱାସ୍ଥ୍ୟକର ସ୍ନାକିଙ୍ଗ୍‌, ବିଶେଷ କରି ପ୍ରତିଦିନର ଆହାରରେ ଆଲମଣ୍ଡ ଭଳି ପୋଷଣରେ ଭରପୂର ବିକଳ୍ପଗୁଡିକୁ ଅନ୍ତର୍ଭୁକ୍ତ କରିବାର ମହତ୍ୱକୁ ଉନ୍ମୋଚନ କରିଥିଲେ । ସେମାନେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏକ ମୁଠା ଆଲମଣ୍ଡ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ପରିବାରର ସୁସ୍ଥତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ପ୍ୟାନେଲିଷ୍ଟମାନେ ବିଶେଷ କରି ଶୀଘ୍ର ଓ ରେଡି-ଟୁ-ଇଟ୍ ଖାଦ୍ୟଗୁଡିକର ପ୍ରଚଳନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ସନ୍ତୁଳିତ ଖାଇବା ଅଭ୍ୟାସ ଗ୍ରହଣ କରିବାର ମହତ୍ୱକୁ ଗୁରୁତ୍ୱ ଦେଇଥିଲେ । ଏହି ପ୍ୟାନେଲ ସୁସ୍ଥ ଜୀବନଶୈଳୀ ପାଇଁ ଜଣେ ବ୍ୟକ୍ତିଙ୍କ ଆହାରରେ ଋତୁକାଳିନ ଫଳ, ପନିପରିବା ଓ ଆଲମଣ୍ଡକୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାବ୍ୟତୀତ  ଏହି ଅଧିବେଶନ ଭିଟାମିନ ଇ, ମ୍ୟାଗ୍ନେସିୟମ, ପ୍ରୋଟିନ, ରାଇବୋଫ୍ଲାଭିନ, ଜିଙ୍କ, ଭିଟାମିନ ବି୨ ଓ ଫସ୍‌ଫରସ ଆଦି ଗୁରୁତ୍ୱପୂର୍ଣ୍ଣ ପୋଷଣତତ୍ୱଗୁଡିକର ପ୍ରଚୁରତା କାରଣରୁ ରୋଗ ପ୍ରତିରୋଧକ ଶକ୍ତି ଓ ସାମଗ୍ରିକ ସୁସ୍ଥତା ବୃଦ୍ଧି କରିବା କ୍ଷେତ୍ରରେ ଆଲମଣ୍ଡର ଭୂମିକାକୁ ଉନ୍ମୋଚନ କରିଥିଲା ।
ଆଲମଣ୍ଡଗୁଡିକ କପର ଓ ଜିଙ୍କ୍‌ରେ ସମୃଦ୍ଧ ଅଟେ, ଏଗୁଡିକ ହେଉଛି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ୱ ଯାହା ରୋଗ ପ୍ରତିରୋଧକ ପ୍ରଣାଳୀର ସାଧାରଣ କାର୍ଯ୍ୟରେ ସହଯୋଗ କରିଥାଏ, ଫଳରେ ଏହା ସାମଗ୍ରିକ ସୁସ୍ଥତାରେ ଯୋଗଦାନ ଦେଇଥାଏ । ଏହି ଅଧିବେଶନ ସମୟରେ ଏହା ଗୁରୁତ୍ୱ ଦିଆଯାଇଥିଲା ଯେ, ଆଲମଣ୍ଡର ସନ୍ତୁଷ୍ଟକାରୀ ଗୁଣ ଭୋଜନଗୁଡିକ ମଧ୍ୟରେ ବାରମ୍ବାର ଭୋକ ଲାଗିବାର ସମସ୍ୟାକୁ ଦୂର କରି ଓଜନ ପରିଚାଳନା କ୍ଷେତ୍ରରେ ସହଯୋଗ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିଥାଏ ।
ଏସମ୍ପର୍କରେ ସେଲିବ୍ରିଟି ପିଲେଟ୍‌ସ ମାଷ୍ଟର ଇନ୍‌ଷ୍ଟ୍ରକ୍ଟର ଯାଶମିନ କରାଚିୱାଲା କହିଛନ୍ତି, “ଜଣେ ଫିଟ୍‌ନେସ ଉତ୍ସାହୀ ଭାବେ ମୁଁ ସବୁବେଳେ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ପାଇଁ ପରାମର୍ଶ ଦେଇଥାଏ । ବିଗତ ବର୍ଷଗୁଡିକରେ ମୁଁ ଲୋକମାନଙ୍କ ଉପରେ ସୁସ୍ଥ ସ୍ନାକିଙ୍ଗର ଉଲ୍ଲେଖନୀୟ ପ୍ରଭାବକୁ ପରିଲକ୍ଷିତ କରିଛି । ଅନେକ ପ୍ରାକୃତିକ ଓ ସ୍ୱାସ୍ଥ୍ୟକର ସ୍ନାକିଙ୍ଗ ବିକଳ୍ପ ଉପଲବ୍ଧ ଥିବା ବେଳେ ସେଗୁଡିକ ମଧ୍ୟରେ ଆଲମଣ୍ଡ ସର୍ବୋତମ ଭାବେ ଉଭା ହୋଇଛି । ପ୍ରୋଟିନ, ଫାଇବର ଓ ଆଂଟିଅକ୍ସିଡାଂଟ ଭଳି ପ୍ରମୁଖ ପୋଷକ ତତ୍ୱରେ ସମୃଦ୍ଧ ଆଲମଣ୍ଡ ଶରୀରକୁ ପୋଷଣ ଦେଇଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ରୋଗଗୁଡିକୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ । ମୁଁ ଦୃଢ ଭାବେ ବିଶ୍ୱାସ କରେ ଯେ, ଆପଣଙ୍କର ନିୟମିତ ଆହାରରେ ଏକ ମୁଠା ଆଲମଣ୍ଡ ସାମିଲ କରିବା କେବଳ ଏକ ସ୍ନାକ୍ ପସନ୍ଦଠାରୁ ଅଧିକ କିଛି ଅଟେ; ଏହା ସାମଗ୍ରିକ ସୁସ୍ଥତା ଦିଗରେ ଏକ ପଦକ୍ଷେପ ଅଟେ । ଏହାଛଡା ନିୟମିତ ଶାରୀରିକ ବ୍ୟାୟାମରେ ନିୟୋଜିତ ହେବା ଏକ ସୁସ୍ଥ ଶରୀର ଓ ମସ୍ତିଷ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।”
ଏହି ଅଧିବେଶନ ସମୟରେ ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ କହିଛନ୍ତି, “ମୋ ପରିବାରର ସ୍ୱାସ୍ଥ୍ୟ ଓ ଖୁସି  ସୁନିଶ୍ଚିତ କରିବା ମୋର ଶୀର୍ଷ ପ୍ରାଥମିକତା ଅଟେ । ସେମାନେ ଯେପରି ସୁସ୍ଥ ଓ ସନ୍ତୁଳିତ ରହିବେ ତାହା ନିଶ୍ଚିତ କରିବା ପାଇଁ ମୁଁ ଯତ୍ନର ସହିତ ଆମର ମିଲ୍ ଓ ସ୍ନାକଗୁଡିକ ପାଇଁ ଯୋଜନା ପ୍ରସ୍ତୁତ କରିଥାଏ । ଆଲମଣ୍ଡ ଆମର ଆହାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ବିଗତ ବର୍ଷଗୁଡିକରେ ମୁଁ  ବ୍ୟକ୍ତିଗତ ଭାବେ ଏହା ପ୍ରଦାନ କରୁଥିବା ଅନେକ ପୋଷଣଯୁକ୍ତ ଓ ସ୍ୱାସ୍ଥ୍ୟ ଉପକାରିତାଗୁଡିକୁ ଅନୁଭବ କରିଛି । ବ୍ୟକ୍ତିଗତ ଭାବେ ମୁଁ ବ୍ୟସ୍ତବହୁଳ ସୁଟ୍ ଓ ମିଟିଂ ସମୟରେ କଂଚା ଆଲମଣ୍ଡ ଖାଇବାକୁ ପସନ୍ଦ କରିଥାଏ । ତେବେ ମୋ ଝିଅ ପାଇଁ ମୁଁ ତାର ମିଲ୍ ଓ ସ୍ନାକଗୁଡିକରେ ଏହି ବାଦାମକୁ ସାମିଲ କରିବା ପାଇଁ ଅଭିନବ ଉପାୟ ଅନ୍ୱେଷଣ କରିବାକୁ ଭଲ ପାଇଥାଏ । ତା’ର ଅନ୍ୟତମ ପସନ୍ଦର ଉପାୟ ହେଉଛି ଆଲମଣ୍ଡକୁ ବ୍ରେକ୍‌ଫାଷ୍ଟ ଉପରେ ସ୍ପ୍ରିଙ୍କିଲ କରି କିମ୍ବା ସାଲାଡରେ ଟସ୍ କରି ଉପଭୋଗ କରିବା ।”
ମ୍ୟାକ୍ସ ହେଲ୍‌ଥକେୟାର-ଦିଲ୍ଲୀ, ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସମାଦାର କହିଛନ୍ତି, “ବିଶେଷ କରି ଯେତେବେଳେ ସ୍ନାକିଙ୍ଗ କଥା ଆସେ, ସେତେବେଳେ ଆମର ଖାଦ୍ୟ ପସନ୍ଦଗୁଡିକୁ ନେଇ ଆମେ ସଚେତନ ହେବା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହାକୁ ମୁଁ ବ୍ୟକ୍ତ କରିପାରୁନାହିଁ । ବ୍ୟକ୍ତିଗତ ଭାବେ ଫଳ କିମ୍ବା ବାଦାମ ଭଳି ପୋଷଣଯୁକ୍ତ ସ୍ନାକଗୁଡିକୁ ଚୟନ କରିବା ମୋ ନିଜ ଜୀବନରେ କେତେ ପାର୍ଥକ୍ୟ ସୃଷ୍ଟି କରିଛି ତାହାକୁ ମୁଁ ଅନୁଭବ କରିଛି । ନିର୍ଦ୍ଧିଷ୍ଟ ଭାବେ ଆଲମଣ୍ଡ ଶକ୍ତିର ଏକ ସ୍ଥିର ଉତ୍ସ ପ୍ରଦାନ କରିଥାଏ, ମୋତେ ଧ୍ୟାନ କୈନ୍ଦ୍ରିତ କରିବାରେ ଓ ସାରାଦିନ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ । ଆଲମଣ୍ଡ ସାମଗ୍ରିକ ସୁସ୍ଥତାରେ ଯୋଗଦାନ ଦେଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।  ସକାଳ ହେଉ କିମ୍ବା ସନ୍ଧ୍ୟା ସମୟ ପାଇଁ, ମୁଁ ଆଲମଣ୍ଡକୁ ଏକ ସୁବିଧାଜନକ ସ୍ନାକ ବିକଳ୍ପ ଭାବେ ଗ୍ରହଣ କରିବାକୁ ସୁପାରିଶ କରିଥାଏ । ତେଣୁ ପରବର୍ତୀ ସମୟରେ ଆପଣ ଏକ ପୋଷଣଯୁକ୍ତ ସ୍ନାକ ଖୋଜୁଥିଲେ, ଏକ ମୁଠା ଆଲମଣ୍ଡ ଖାଇବା ପାଇଁ ବିଚାର କରନ୍ତୁ । ଦୀର୍ଘାବଧିରେ ଆପଣଙ୍କର ଶରୀର ଓ ମସ୍ତିଷ୍କ ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବ ।”


Spread the love

Leave A Reply

Your email address will not be published.