ନିଟ୍ ୟୁଜି ୨୦୨୪ରେ ଆକାଶ ଏଜୁକେଶ୍‌ନାଲ ସର୍ଭିସେସ୍ ଲିମିଟେଡ ବାଲେଶ୍ଵର କେନ୍ଦ୍ରର ୫ ଛାତ୍ରଛାତ୍ରୀଙ୍କ ବୃହତ୍ ସଫଳତା

Spread the love

ବାଲେଶ୍ୱର : ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ, ଆକାଶ ଏଜୁକେଶ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ୍‌) ବାଲେଶ୍ୱରରୁ ଏହାର ୫ ଜଣ ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା ସମ୍ପର୍କରେ ଗର୍ବର ସହ ଘୋଷଣା କରିଛି, ଯେଉଁମାନେ ସମ୍ମାନଜନକ ନିଟ୍ ୟୁଜି ୨୦୨୪ ପରୀକ୍ଷାରେ ୬୯୫ ଓ ତାହାଠାରୁ ଅଧିକ ମାର୍କ ହାସଲ କରିଛନ୍ତି ।

ଏହି ଉଲ୍ଲେଖନୀୟ ସଫଳତା ସେମାନଙ୍କର କଠିନ ପରିଶ୍ରମ, ସମର୍ପଣଭାବ ଓ ଏଇଏସ୍‌ଏଲ୍ ଦ୍ୱାରା ପ୍ରଦାନ କରାଯାଇଥିବା ଉଚ୍ଚମାନର କୋଚିଙ୍ଗର ଏକ ପ୍ରମାଣ ଅଟେ । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ଏହି ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଏହି ପରୀକ୍ଷାରେ ଉତମ କୁମାର ପଣ୍ଡା ୭୧୫ ମାର୍କ ରଖି ଏଆଇଆର୍ ୨୩୪ ହାସଲ କରିଥିବା ବେଳେ ସଞ୍ଜୀବ ମହାନ୍ତି ୭୦୦ ମାର୍କ ରଖି ଏଆଇଆର ୨୦୬୮ ର‌୍ୟାଙ୍କ, ଇତିଶ୍ରୀ ଦାସ ୬୯୫ ମାର୍କ ରଖି ଏଆଇଆର୍ ୩୦୨୨ , ଭାବେଶ କୁମାର ମହାନ୍ତି ୬୯୫ ମାର୍କ ରଖି ଏଆଇଆର୍ ୩୫୩୬ ଓ ଶେଖ୍ ଗାଲିବ ରାଜା ୬୯୫ ମାର୍କ ରଖି ଏଆଇଆର୍ ୩୪୨୧ ର‌୍ୟାଙ୍କ ହାସଲ କରିଛନ୍ତି ।

ଛାତ୍ରଛାତ୍ରୀମାନେ ନିଟ୍ ପାଇଁ ପ୍ରସ୍ତୁତ ହେବା ଲାଗି ଏଇଏସ୍‌ଏଲ୍‌ର କ୍ଲାସ୍‌ରୁମ ପ୍ରୋଗ୍ରାମରେ ନାମ ଲେଖାଇଥିଲେ, ଯାହାକୁ ବିଶ୍ୱବ୍ୟାପୀ ବ୍ୟାପକ ରୂପେ ଅନ୍ୟତମ ଜଟିଳତମ ପ୍ରବେଶିକା ପରୀକ୍ଷା ଭାବେ ପରିଗଣିତ କରାଯାଇଥାଏ । ବିଷୟବସ୍ତୁକୁ ଭଲ ଭାବରେ ବୁଝିବା ଓ ଏକ ଶୃଙ୍ଖଳିତ ଅଧ୍ୟୟନ ସୂଚୀର କଠୋର ଭାବେ ପାଳନ କରିବା ଦ୍ୱାରା ଏହି ଛାତ୍ରଛାତ୍ରୀମାନେ ନିଜର ଉଲ୍ଲେଖନୀୟ ସଫଳତା ପାଇପାରିଛନ୍ତି । ଛାତ୍ରଛାତ୍ରୀମାନେ ବ୍ୟକ୍ତ କରିଛନ୍ତି, “ଆମେ କୃତଜ୍ଞ ଯେ, ଆକାଶ ଆମକୁ ଉଭୟରେ ସାହାଯ୍ୟ କରିଛି । କିନ୍ତୁ ଏଇଏସ୍‌ଏଲ୍‌ରୁ ବିଷୟବସ୍ତୁ ଓ କୋଚିଂ ପାଇନଥିଲେ, ଆମେ ଅଳ୍ପ ସମୟ ମଧ୍ୟରେ ଭିନ୍ନ ଭିନ୍ନ ବିଷୟରେ ଅନେକ ଧାରଣା ପାଇପାରିନଥାନ୍ତୁ ।” ଏହି ଅବସରରେ ଶାଖା ମୁଖ୍ୟ ଜ୍ଞାନରଞ୍ଜନ ଲେଙ୍କା, ଏକାଡେମିକ୍ ମୁଖ୍ୟ (ମେଡିକାଲ) ଡା. ସନ୍ତୋଷ କୁମାର ସିଂହ, ଏକାଡେମିକ୍ ମୁଖ୍ୟ (ଫାଉଣ୍ଡେସନ) ଉଜ୍ଜ୍ୱଳ କୁମାର, ଏଏଚ-ଇଞ୍ଜିନିୟରିଂ ଅବିନାଶ କୁମାର ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରିଥିଲେ ।

ଅସାଧାରଣ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଆକାଶ ଏଜୁକେଶ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସ୍‌ଏଲ୍‌)ର ଆଂଚଳିକ ନିର୍ଦ୍ଦେଶକ ଅଜୟ ବାହାଦୂର ସିଂହ କହିଛନ୍ତି, “ଆମେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଚମତ୍କାର ସଫଳତା ପାଇଁ ଶୁଭେଚ୍ଛା ଜଣାଉଛୁ । ଦେଶବ୍ୟାପୀ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ୨୦୨୪ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀଙ୍କର ସଫଳତା ସେମାନଙ୍କର କଠିନ ପରିଶ୍ରମ ଓ ସମର୍ପଣଭାବ ସମେତ ସେମାନଙ୍କ ଅଭିଭାବକଙ୍କର ସହଯୋଗକୁ ବର୍ଣ୍ଣନା କରୁଛି । ଆମେ ଆମର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଭବିଷ୍ୟତର ପ୍ରୟାସଗୁଡିକ ପାଇଁ ଶୁଭକାମନା ଜଣାଉଛୁ ।”

ଭାରତର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ଅଣ୍ଡଗ୍ରାଜୁଏଟ ମେଡିକାଲ (ଏମ୍‌ବିବିଏସ୍‌), ଡେଂଟାଲ (ବିଡିଏସ୍‌) ଓ ଆୟୁଷ (ବିଏଏମ୍‌ଏସ୍‌, ବିୟୁଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌) ଆଦି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା , ବିଦେଶରେ ପ୍ରାଇମେରୀ ମେଡିକାଲ କ୍ୱାଲିଫିକେଶନ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ୱାଲିଫାଇଙ୍ଗ ଟେଷ୍ଟ ଭାବେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ବାର୍ଷିକ ରୂପେ ନିଟ୍ ପରୀକ୍ଷାର ପରିଚାଳନା କରାଯାଇଥାଏ ।


Spread the love

Leave A Reply

Your email address will not be published.