ଆଇଆଇଟି ଭୁବନେଶ୍ୱରରେ ଉତ୍ସାହ ଓ ଉଦ୍ଦୀପନା ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Spread the love

ଭୁବନେଶ୍ୱର, ୨୧ ଜୁନ୍ ୨୦୨୪: ଭାରତୀୟ ପ୍ତଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଜୁନ୍ ୨୧ ତାରିଖରେ ରେ ଆନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପାଳିତ ହୋଇ ଯାଇଛି। ପ୍ରତିଷ୍ଠାନର ଏକ୍ସଟ୍ରା ଏକାଡେମିକ ଆକ୍ଟିଭିଟିଜ (EAA) ଏବଂ ସ୍ୱାସ୍ଥ୍ୟସେବା ଅଧୀନରେ କ୍ୟାମ୍ପସର ସ୍ୱାସ୍ଥ୍ୟ କ୍ଲବ୍ ସହିତ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବ୍ୟକ୍ତିବିଶେଷଙ୍କ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଏବଂ ସମାଜରେ ଅଧିକ ସୌହାର୍ଦ୍ଦ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିବର୍ଷ ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଚଳିତ ବର୍ଷ, ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ଥିଲା ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’, ଯାହା ମାନବ ସମାଜର ସାମଗ୍ରିକ କଲ୍ୟାଣ ପାଇଁ ପ୍ରୟାସକୁ ପ୍ରଭାବଶାଳୀ ଭାବରେ ଅନ୍ତର୍ଭୁକ୍ତ କରିଥିଲା ।
ପିପୁଲ୍ସ ମ୍ୟାନେଜମେଣ୍ଟ ଏକ୍ସପର୍ଟ, ପ୍ରଫେସନାଲ ଟ୍ରେନର ତଥା ପ୍ରେରଣାଦାୟକ ବକ୍ତା ଡକ୍ଟର ଶୁଭେନ୍ଦୁ ଦାସ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ କରିଥିଲେ ଏବଂ ଆତ୍ମ ଜାଗରଣ ତଥା ସାମାଜିକ ସୁସ୍ଥତା ପାଇଁ ଯୋଗର ଭୂମିକା ବିଷୟରେ ଦର୍ଶକଙ୍କୁ ଆଲୋକିତ କରିଥିଲେ।

ଆରମ୍ଭରେ ଯୋଗ ପ୍ରଶିକ୍ଷକ ଶ୍ରୀ ରାମକୃଷ୍ଣ ଏବଂ ସୁଶ୍ରୀ ଝରଣାଙ୍କ ମାର୍ଗଦର୍ଶନରେ ବିଭିନ୍ନ ଯୋଗ ଆସନ, ପ୍ରାଣାୟାମ ଏବଂ ଧ୍ୟାନ କୌଶଳର ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ଅଂଶଗ୍ରହଣକାରୀମାନେ ଅଧିବେଶନରେ ସକ୍ରିୟ ଭାବରେ ଜଡିତ ଥିଲେ, ସାମଗ୍ରିକ ସୁସ୍ଥତା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ। ଯୋଗ ପ୍ରଶିକ୍ଷକମାନେ ପ୍ରତ୍ୟେକ ଆସନର ମହତ୍ତ୍ୱ ଏବଂ ଉପକାରିତା ବିଷୟରେ ବ୍ୟାଖ୍ୟା କରିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲକର; ଡିନ୍-ଛାତ୍ର ବ୍ୟାପାର ପ୍ରଫେସର ରାଜେଶ ରୋଶନ ଦାଶ; ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ; ସଭାପତି, ଛାତ୍ର ଜିମଖାନାର ସଭାପତି ଡକ୍ଟର କୋଦଣ୍ଡ ରାମ ମଂଗିପୁଡ଼ି ଏବଂ ଅନୁଷ୍ଠାନର ଅନ୍ୟ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଫେସର-ଚାର୍ଜ (ଏକ୍ସଟ୍ରା ଏକାଡେମିକ୍ ଆକ୍ଟିଭିଟିଜ୍) ଡକ୍ଟର ଶ୍ରୀନିବାସ ରାମାନୁଜାମ କନ୍ନନ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ର, ଅଧ୍ୟାପିକା, ଅଧିକାରୀ ଏବଂ କର୍ମଚାରୀ ତଥା କ୍ୟାମ୍ପସ ବାସିନ୍ଦାଙ୍କ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କେବଳ ହିତାଧିକାରୀଙ୍କ ଶାରୀରିକ ତଥା ମାନସିକ ସୁସ୍ଥତା ପାଇଁ ଆଇଆଇଟି ଭୁବନେଶ୍ୱରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ନାହିଁ ବରଂ ଏକ ସୁସ୍ଥ ତଥା ସୁଖୀ ସମାଜ ପାଇଁ ପାରମ୍ପାରିକ ଭାରତୀୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠାନର ଉତ୍ସର୍ଗୀକୃତ ପ୍ରଦର୍ଶନକୁ ଦର୍ଶାଇଛି।
ଏହାପୂର୍ବରୁ, ୨୦  ଜୁନ୍ ରେ  ଆଇଆଇଟି ଭୁବନେଶ୍ୱରର ହେଲଥ୍ କ୍ଲବ୍  ନିରାମୟ ପକ୍ଷରୁ ମଧ୍ୟ ଏକ ଯୋଗ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 


Spread the love

Leave A Reply

Your email address will not be published.