ରଥଯାତ୍ରା ପାଇଁ ଆଇଟିସି ନିମାଇଲର ସ୍ୱତନ୍ତ୍ର ପଦକ୍ଷେପ “ଶୁଦ୍ଧ ଶୁଭାରମ୍ଭ”

ପ୍ରଥମ ଥର ପାଇଁ ଆଇଟିସି ନିମାଇଲ ରଥ ପଥର ଶୁଦ୍ଧତା ସହିତ ପବିତ୍ର ରଥଯାତ୍ରାର ଆରମ୍ଭକୁ ଚିହ୍ନିତ କରୁଛି ।

Spread the love

ପୁରୀ: ଆଇଟିସିର ଅଗ୍ରଣୀ ଫ୍ଲୋର୍ କ୍ଲିନର ବ୍ରାଣ୍ଡ ଚଳିତ ରଥଯାତ୍ରାରେ ‘ନିମାଇଲ ଶୁଦ୍ଧ ଶୁଭାରମ୍ଭ’ ନାମରେ ଏକ ସ୍ୱତନ୍ତ୍ର ପ୍ରୟାସର ଆରମ୍ଭ କରିଛି । ଏହା ହେଉଛି ନୀମ ଆଧାରିତ ନିମାଇଲ ସହ ରଥଯାତ୍ରାର ସମଗ୍ର ପଥକୁ ସ୍ୱଚ୍ଛ କରିବା ପାଇଁ ଏକ ପଦକ୍ଷେପ । ରଥଯାତ୍ରାର ଆରମ୍ଭକୁ ଚିହ୍ନିତ କରୁଥିବା “ଛେରା ପହଁରା”ର ପ୍ରତୀକାତ୍ମକ ନୀତିରୁ ପ୍ରେରଣା ହାସଲ କରି ଆଇଟିସି ନିମାଇଲର ଶୁଦ୍ଧ ଶୁଭାରମ୍ଭ ହେଉଛି ରଥ ପଥର ପ୍ରଥମ ସାମୂହିକ ସ୍ୱଚ୍ଛତା ଓ ଶୁଦ୍ଧତା କାର୍ଯ୍ୟ । ଏହି ପଦକ୍ଷେପ ସ୍ୱଚ୍ଛତା ପାଇଁ ନୀମ ଆଧାରିତ ନିମାଇଲର ବ୍ୟବହାର କରି ଶୁଦ୍ଧତା ପାଇଁ ନୀମର ସାଂସ୍କୃତିକ ପ୍ରାସଙ୍ଗିକତାକୁ ପାଳନ କରୁଛି ।
ପବିତ୍ର ରଥଯାତ୍ରା ଅପାର ସାଂସ୍କୃତିକ ମୂଲ୍ୟ ଧାରଣ କରିଛି କାରଣ ଏହା ଲୋକମାନଙ୍କ ଭକ୍ତିର ଉତ୍ସାହକୁ ସୁଦୃଢ କରିଥାଏ । ରଥଯାତ୍ରାରେ ଏହି ଉତ୍ସାହପୂର୍ଣ୍ଣ ଶୋଭାଯାତ୍ରା ଓଡିଶାର ସମୃଦ୍ଧ ସଂସ୍କୃତିର କଳାଗୁଡିକର ବିଶାଳ ପ୍ରଦର୍ଶନ ସହିତ ଆରମ୍ଭ ହୋଇଥାଏ । ଓଡିଶାର ମନ୍ଦିରଗୁଡିକରେ ପରିବେଷଣ କରାଯାଉଥିବା ଏକ ନୃତ୍ୟକଳା ଗୋଟିପୁଅ ଏହି ଶୋଭାଯାତ୍ରାର ଉଦ୍‌ଘାଟନ କରିଥାଏ । ଢୋଲର ତାଳେ ତାଳେ ଏକ ସୁନ୍ଦର ଆଦିବାସୀ ନୃତ୍ୟ ମେଧା ନାଚ ସମସ୍ତ ଉପସ୍ଥିତ ଭକ୍ତଙ୍କ ଉତ୍ସାହ ବୃଦ୍ଧି କରିଥାଏ । ଲୋକପ୍ରିୟ ଓଡିଆ ଅଭିନେତ୍ରୀ ପୁନମ ମିଶ୍ର ଓ ଶିବାନୀ ସଙ୍ଗୀତା ଏହି ଜନସମାବେଶରେ ଯୋଗ ଦେଇଥିଲେ ଏବଂ ଆଇଟିସି ନିମାଇଲ ସହିତ ରଥ ପଥର ସାମୂହିକ ସ୍ୱଚ୍ଛତାରେ ଅଂଶଗ୍ରହଣ କରିଥିଲେ ।
ଏହି ପଦକ୍ଷେପ ସମ୍ପର୍କରେ ଆଇଟିସି ଲିମିଟେଡର ପର୍ସନାଲ କେୟାର ପ୍ରଡକ୍ଟସ୍ ବିଜ୍‌ନେସ୍‌ର ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଶତପଥୀ କହିଛନ୍ତି, “ଆମେ ପବିତ୍ର ରଥଯାତ୍ରାର ଏକ ଅଂଶ ହୋଇ ଖୁବ୍ ଗର୍ବିତ, ଯାହାର ଭାରତରେ ଅନେକ ସାଂସ୍କୃତିକ ଓ ଧାର୍ମିକ ମହତ୍ୱ ରହିଛି । ନୀମର ଶକ୍ତି ସହିତ ନିର୍ମିତ ଆଇଟିସି ନିମାଇଲ ଏହାର ସ୍ୱତନ୍ତ୍ର ଶୁଦ୍ଧ ଶୁଭାରମ୍ଭ ପଦକ୍ଷେପ ମାଧ୍ୟମରେ ରଥର ପବିତ୍ର ପଥକୁ ଶୁଦ୍ଧ କରିବା ପାଇଁ ପ୍ରୟାସ କରିଛି ଯାହା ସାମୂହିକ ସ୍ୱଚ୍ଛତାର ଉତ୍ସାହକୁ ପାଳନ କରୁଛି ।”
ଲୋକପ୍ରିୟ ଓଡିଆ ଅଭିନେତ୍ରୀ, ପୁନମ୍ ମିଶ୍ର ଆଇଟିସି ନିମାଇଲ ସହିତ ନିଜର ଅନୁଭୂତି ଉପରେ ମତବ୍ୟକ୍ତ କରି କହିଛନ୍ତି, “ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ଭାରତରେ ଖୁବ୍ ପ୍ରାଚୀନ ଅଟେ । ଏହା ଆମ ସମସ୍ତଙ୍କୁ ସେହି ସର୍ବୋଚ୍ଚ ଶକ୍ତି ସମ୍ମୁଖରେ ମିଳିତ ଭାବେ ପ୍ରଣାମ କରିବା ପାଇଁ ଏକ ସୁଯୋଗ ଦେଉଛି । ମୁଁ ରଥ ପଥର ଏହି ସ୍ୱତନ୍ତ୍ର ସାମୂହିକ ସ୍ୱଚ୍ଛତା କାର୍ଯ୍ୟକ୍ରମର ଏକ ଅଂଶ ହୋଇ ଖୁବ୍ ଗର୍ବିତ ମନେ କରୁଛି । ଆଇଟିସି ନିମାଇଲର ଶୁଦ୍ଧ ଶୁଭାରମ୍ଭ ଅଭିଯାନ ରାଜ୍ୟରେ ସବୁଠାରୁ ପବିତ୍ର ଉତ୍ସବର ଆରମ୍ଭ ସହ ଜଡିତ ରହିଛି ।”
ଅଭିନେତ୍ରୀ ତଥା ଗାୟିକା ଶିବାନୀ ସଙ୍ଗୀତା କହିଛନ୍ତି, “ଆଇଟିସି ନିମାଇଲର ଶୁଦ୍ଧ ଶୁଭାରମ୍ଭ ହେଉଛି ଏକ ସ୍ୱତନ୍ତ୍ର ଅଭିଯାନ ଯାହା ରଥ ପଥର ସାମୂହିକ ଶୁଦ୍ଧତାକୁ ପ୍ରୋତ୍ସାହିତ କରୁଛି ଏବଂ ସଂସ୍କୃତି ଓ ପରମ୍ପରାରେ ଆମର ଦୃଢ ବିଶ୍ୱାସ ପ୍ରତି ଏହା ଏକ ପ୍ରମାଣ ଅଟେ । ନୀମରେ ନିର୍ମିତ ଆଇଟିସି ନିମାଇଲ ଏକ ସ୍ୱତନ୍ତ୍ର ଆରମ୍ଭରେ ରଥ ପଥର ସ୍ୱଚ୍ଛତା କ୍ଷେତ୍ରରେ ଶୁଦ୍ଧତାକୁ ଦୋହରାଉଛି ।”


Spread the love

Leave A Reply

Your email address will not be published.