ବନମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love


ଭୁବନେଶ୍ୱର: ବନମହୋତ୍ସବ ପାଳନ ଅବସରରେ ଆଜି ଭୁବନେଶ୍ୱର ଆଠ ନମ୍ବର ସ୍ଥିତ ବିଡ଼ିଏର ଗୋପବନ୍ଧୁ ପାର୍କରେ ବୃକ୍ଷ ରୋପଣ କରାଯାଇଛି। ପାର୍କରେ ପ୍ରାତଃ ଭ୍ରମଣ ଏବଂ ଯୋଗ କରୁଥିବା ଏଠାକାର ଅଧିବାସୀ ମାନେ ରାଜ୍ୟର ପ୍ରଥମ ସୂଚନା କମିଶନର ତଥା ଜଣାଶୁଣା ସ୍ଵେଚ୍ଛାସେବୀ ଜଗଦାନନ୍ଦଙ୍କ ସହିତ ମିଶି ବୃକ୍ଷ ରୋପଣ କରିଛନ୍ତି। ଶହ ଶହ ପ୍ରାତଃ ଭ୍ରମଣକାରୀ ପାର୍କ ଭିତରେ ଏବଂ ବାହାରେ ଔଷଧୀୟ ବୃକ୍ଷ, ବେଲ, ଅଂଳା, ବାହାଡା ,ଅର୍ଜୁନ, ବଉଳ , ଗଙ୍ଗଶିଉଳି , ପାଟୋଳି ,ଜାମୁ ଏବଂ ଲିମ୍ବ ଗଛ ଚାରା ଲଗାଇଥିଲେ।
ଓଡିଶାରେ ଅଙ୍ଗାରକାମ୍ଳ ନିର୍ଗମନ ସବୁଠାରୁ ଅଧିକ ଏବଂ କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ସବୁଠୁ ଉତ୍ତମ ପଦକ୍ଷେପ ବୋଲି ଜଗଦାନନ୍ଦ କହିଥିଲେ।
ପ୍ରାତଃ ଭ୍ରମଣ ପରେ ଭ୍ରମଣକାରୀମାନେ ପ୍ରତିଦିନ ବେଲ ଏବଂ ଲିମ୍ବ ପତ୍ର ସେବନ କରୁଥିବାରୁ ଏହି ସବୁ ଔଷଧୀୟ ବୃକ୍ଷ ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି ପୂର୍ବତନ ବିଧାୟକ ଉମାବଲ୍ଲଭ ସାମନ୍ତରାୟ କହିଥିଲେ।
ବୃକ୍ଷରୋପଣ ଦ୍ଵାରା ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖାଯାଇ ପରିବ। ସୁନ୍ଦର ଏବଂ ସବୁଜ ପରିବେଶ ଭୁବନେଶ୍ୱର ବାସିନ୍ଦାଙ୍କୁ ସୁସ୍ଥ ଏବଂ ଦୀର୍ଘାୟୁ ରଖିବାରେ ସହାୟକ ହେବ। ନିଜ ପାଇଁ ଗଛଟିଏ ଲଗାଇ ନିଜେ ବଞ୍ଚିବା ସହିତ ଭବିଷ୍ୟତ ପିଢ଼ିକୁ ବଞ୍ଚାଇବା ପାଇଁ ଗଛ ଲଗାଇବା ନିତ୍ୟାନ୍ତ ଜରୁରି ବୋଲି ଜଳ ଯୋଗ ଗୁରୁ ଅଶୋକ କୁମାର ବରାଳ କହିଛନ୍ତି।
ଶ୍ରୀ ବରାଳଙ୍କ ନେତୃତ୍ଵରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଗୁରୁ କେଦାରନାଥ ଜେନା,ଅଜୟ କୁମାର ସାମଲ, ଅରବିନ୍ଦ ପ୍ରଧାନ, ସନ୍ଦିବ ଜେନା , ସନ୍ତୋଷ ମହାପାତ୍ର , ଯୋଗ ଶିକ୍ଷୟତ୍ରୀ ମମତା ମହାନ୍ତି , ସିବିଆଇ ଏସପି ବୈଦ୍ୟନାଥ ସାମଲ, ସୁଚନା ଏବଂ ଲୋକ ସମ୍ପର୍କ ବିଭାଗର ଅର୍ଥ ପରାମର୍ଶଦାତା ପୃର୍ଥିରାଜ ପାଣି, ଅବସରପ୍ରାପ୍ତ ଭିଜିଲାନ୍ସ ଡି.ଏସ.ପି ଶିଶିର ସାହୁ , କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ମହେଶ ମାନସିଂହ , କୃଷି କର୍ମଣ ପୁରସ୍କାର ପ୍ରାପ୍ତ ଚାଷୀ ଦିଲ୍ଲିପ ବରାଳ, ଇଞ୍ଜିନିୟର ପ୍ରଦୀପ୍ତ ପଣ୍ଡା, ସମାଜ ସେବୀ ଉପେନ୍ଦ୍ର ପ୍ରଧାନ, ସୁଶ୍ରୀ ମାନସିଂହ, ସୁମିତ୍ରା ଜେନା, ମଧୁସ୍ମିତା ପାତ୍ର,ସୁନିଲ୍ ସାହୁ, ଇତିଶ୍ରୀ ନନ୍ଦ, ରାଧାକୃଷ୍ଣ ସାହୁ, ଲଳିତେନ୍ଦୁ ପତି, ପ୍ରମୋଦ ସାହୁ ,ଚନ୍ଦ୍ରଶେଖର ନନ୍ଦ , ରତ୍ନାକର ବେହେରା,ସରତ ପରିଡ଼ା, ପ୍ରଦିପ୍ତ କିଶୋର ରାଉତ ପ୍ରମୁଖ ଯୋଗ ଦେଇଥିଲେ।


Spread the love

Leave A Reply

Your email address will not be published.