୨ୟ ତ୍ରୈମାସିକରେ ରେକର୍ଡ ଉଚ୍ଚ ସ୍ତରରେ ପହଂଚିଛି ସୁନା ଚାହିଦା

Spread the love

ଭୁବନେଶ୍ୱର: ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟ ଉନ୍ମୋଚନ କରିଛି ଯେ, ମୋଟ ଆନ୍ତର୍ଜାତୀୟ ସୁନା ଚାହିଦା ବାର୍ଷିକ ଆଧାରରେ ୪% ବୃଦ୍ଧି ହୋଇ ୧୨୫୮ ଟନ୍‌ରେ ପହଂଚିଛି ଯାହା ଆମର ଡାଟା ସିରିଜ୧ରେ ସବୁଠାରୁ ଶକ୍ତିଶାଳୀ ୨ୟ ତ୍ରୈମାସିକକୁ ଚିହ୍ନିତ କରୁଛି । ମୋଟ ଚାହିଦା ସୁସ୍ଥ ଓଭର-ଦ-କାଉଂଟର (ଓଟିସି୨) ଟ୍ରାଞ୍ଜାକ୍ସନ ଦ୍ୱାରା ସମର୍ଥିତ ଅଟେ ଯାହା ବାର୍ଷିକ ଆଧାରରେ ୫୩% ବୃଦ୍ଧି ହୋଇ ୩୨୯ ଟନରେ ପହଂଚିଛି । ବର୍ଦ୍ଧିତ ଓଟିସି ଚାହିଦା, କେନ୍ଦ୍ରୀୟ ବ୍ୟାଙ୍କଗୁଡିକରୁ ନିରନ୍ତର କ୍ରୟ ଓ ଇଟିଏଫ୍ ଆଉଟ୍‌ଫ୍ଲୋରେ ମନ୍ଥରତା ୨ୟ ତ୍ରୈମାସିକରେ ସୁନାର ରେକର୍ଡ ଉଚ୍ଚ ଦରକୁ ପରିଚାଳିତ କରିଛି । ଆଉନ୍ସ ପିଛା ୨୩୩୮ ଡଲାରର ହାରାହାରି ସୁନା ଦର ବାର୍ଷିକ ଆଧାରରେ ୧୮% ବୃଦ୍ଧି ହୋଇଛି, ଏହା ୨ୟ ତ୍ରୈମାସିକ ସମୟରେ ଆଉନ୍ସ ପିଛା ୨୪୨୭ ଡଲାରରେ ପହଂଚିଛି । କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରୀ ଅନୁଷ୍ଠାନଗୁଡିକ ଗ୍ଲୋବାଲ ଗୋଲ୍ଡ ହୋଲ୍ଡିଂକୁ ୧୮୩ ଟନ୍ ବୃଦ୍ଧି କରିଛନ୍ତି, ଯାହା ପୂର୍ବ ତ୍ରୈମାସିକ ତୁଳନାରେ ହ୍ରାସ ପାଇଛି କିନ୍ତୁ ଏବେ ବି ଏହା ବାର୍ଷିକ ଆଧାରରେ ୬% ବୃଦ୍ଧିକୁ ପ୍ରତିଫଳନ କରୁଛି । ବହୁମୂଖୀ ଚାହିଦା ଟ୍ରେଣ୍ଡଗୁଡିକୁ ଗୁପ୍ତ ରଖି ଆନ୍ତର୍ଜାତୀୟ ସୁନା ନିବେଶ ସ୍ଥିର ରହିଛି, ଯାହା ବାର୍ଷିକ ଆଧାରରେ ସାମାନ୍ୟ ବୃଦ୍ଧି ପାଇ ୨୫୪ ଟନ୍ ରହିଛି । ବାର୍ ଓ କଏନ୍ ନିବେଶ ଗୋଲ୍ଡ କଏନ ପାଇଁ ଚାହିଦାରେ ହ୍ରାସ କାରଣରୁ ୨ୟ ତ୍ରୈମାସିକରେ ୫% ହ୍ରାସ ପାଇ ୨୬୧ ଟନ ରହିଛି । ଏସିଆରେ ମଜବୁତ ଖୁଚୁରା ନିବେଶ, ୟୁରୋପ ଓ ଉତର ଆମେରିକାରେ ଶୁଦ୍ଧ ଚାହିଦାର ନିମ୍ନ ସ୍ତର ଦ୍ୱାରା ସନ୍ତୁଳିତ ରହିଥିଲା ବେଳେ ଲାଭ କିଛି ବଜାରରେ ବୃଦ୍ଧି ପାଇଛି ।

ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ଭାରତର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଚିବ ଜୈନ ଏସମ୍ପର୍କରେ କହିଛନ୍ତି, “ଭାରତର ସୁନା ଚାହିଦା ୨୦୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ସାମାନ୍ୟ ହ୍ରାସ ହୋଇଛି ଯାହା ବାର୍ଷିକ ଆଧାରରେ ୫% ହ୍ରାସ ପାଇ ୧୪୯.୭ ଟନ୍‌ରେ ପହଂଚିଛି । ଏହା ସୁଲଭତାକୁ ପ୍ରଭାବିତ କରୁଥିବା ଓ ଉପଭୋକ୍ତାଙ୍କ କ୍ରୟରେ ମନ୍ଥରତା ସୃଷ୍ଟି କରୁଥିବା ସୁନାର ରେକର୍ଡ ଉଚ୍ଚ ଦର କାରଣରୁ ହୋଇଥାଇପାରେ । ତେବେ ଚାହିଦାର ମୋଟ ମୂଲ୍ୟ ୧୪% ବୃଦ୍ଧି ହୋଇ ମଜବୁତ ରହିଛି ଯାହା ଭାରତୀୟ ଉପଭୋକ୍ତାଙ୍କ ପାଇଁ ସୁନାର ସ୍ଥାୟୀ ମୂଲ୍ୟକୁ ଦର୍ଶାଉଛି । ଅଳଙ୍କାର ଚାହିଦା ସ୍ଥାନୀୟ ଉଚ୍ଚ ଦର, ସାଧାରଣ ନିର୍ବାଚନ ଓ ପ୍ରବଳ ଗ୍ରୀଷ୍ମତାପ କାରଣରୁ ୧୭% ହ୍ରାସ ହୋଇ ୧୦୭ ଟନ ରହିଛି । ଅକ୍ଷୟ ତୃତୀୟା ଓ ଗୁଡି ପଡ୍‌ୱା ଭଳି ପର୍ବଗୁଡିକ ସାମୟିକ ବୃଦ୍ଧି ପ୍ରଦାନ କରିଥିବା ବେଳେ ରେକର୍ଡ ଉଚ୍ଚ ଦର ଉପଭୋକ୍ତାଙ୍କ ଭାବନାକୁ ହ୍ରାସ କରିବା ଜାରି ରଖିଛି । ଅନ୍ୟପକ୍ଷରେ ନିବେଶ ଚାହିଦା ୪୬% ବୃଦ୍ଧି ହୋଇ ୪୩.୧ ଟନ ରହିଛି, ଏହା ୨୦୧୪ ପରଠାରୁ ଏହାର ସର୍ବୋଚ୍ଚ ୨ୟ ତ୍ରୈମାସିକ ସ୍ତର ଅଟେ । ଭାରତର ସୁନା ରିସାଇକ୍ଲିଙ୍ଗ ୩୯% ହ୍ରାସ ହୋଇ ୨୩ ଟନ୍‌ରେ ପହଂଚିଛି । ସୁନା ଉପରେ ଆମଦାନୀ ଶୁଳ୍ପରେ ୯% ହ୍ରାସ ଆଗକୁ ଥିବା ପାର୍ବଣ ଋତୁ ପୂର୍ବରୁ (ସେପ୍ଟେମ୍ବରରୁ ଆରମ୍ଭ ହେଉଛି) ଜୁଲାଇ ତ୍ରୈମାସିକରେ ସୁନାର ଚାହିଦାକୁ ପୁଣିଥରେ ଜୀବିତ କରିବ ବୋଲି ଆଶା କରାଯାଉଛି , ଯାହା ଅନୁକୂଳ ମୌସୁମୀ ଦ୍ୱାରା ଆହୁରି ବୃଦ୍ଧି ହୋଇପାରେ । ଭାରତର ଅର୍ଥନୈତିକ ଦୃଷ୍ଟିକୋଣ ମଧ୍ୟ ସକାରାତ୍ମକ ରହିଛି ଏବଂ ମଜବୁତ ଜିଡିପି ଆକଳନ ଓ ଗ୍ରାମାଚଂଳ କ୍ଷେତ୍ରର ପୁନରୁଦ୍ଧାର ଆର୍ଥିକ ବର୍ଷର ୨ୟ ଭାଗରେ ଚାହିଦାକୁ ସମର୍ଥନ କରିବାର ସମ୍ଭାବନା ରହିଛି । ସମଗ୍ର ଆର୍ଥିକ ବର୍ଷ ଚାହିଦା ପାଇଁ ଆମର ଆକଳନ ୭୦୦ରୁ ୭୫୦ ଟନ୍ ମଧ୍ୟରେ ରହିଛି ।”

ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲରେ ବରିଷ୍ଠ ବଜାର ବିଶ୍ଳେଷକ, ଲୁଇସ୍ ଷ୍ଟ୍ରୀଟ୍ କହିଛନ୍ତିଯେ,“ବର୍ଦ୍ଧିତ ଓ ରେକର୍ଡ-ବ୍ରେକିଙ୍ଗ ସୁନା ଦର ହେଡ୍‌ଲାଇନ୍ ସୃଷ୍ଟି କରିଛି କାରଣ କେନ୍ଦ୍ରୀୟ ବ୍ୟାଙ୍କ ଓ ଓଟିସି ବଜାରଗୁଡିକରୁ ମଜବୁତ ଚାହିଦା ଦରକୁ ସମର୍ଥନ କରୁଛି, ଯାହା ବର୍ଷସାରା ଏକ ନିରନ୍ତର ଧାରାରେ ପରିଣତ ହୋଇଛି । ଓଟିସି ବଜାର, ଆନୁଷ୍ଠାନିକ ଓ ହାଇ-ନେଟ୍‌-ୱର୍ଥ ନିବେଶକଙ୍କ ସମେତ ପାରିବାରିକ କାର୍ଯ୍ୟାଳୟଗୁଡିକଠାରୁ ସୁନା ପାଇଁ ଚାହିଦାକୁ ନିରନ୍ତର ବୃଦ୍ଧି କରିଆସୁଛି, କାରଣ ସେମାନେ ପୋର୍ଟଫୋଲିଓରେ ବିବିଧତା ପାଇଁ ସୁନାକୁ ଚୟନ କରୁଛନ୍ତି । ଅନ୍ୟପକ୍ଷରେ ଅଳଙ୍କାରରୁ ଚାହିଦା ଗତ ତ୍ରୈମାସିକରେ ବୃଦ୍ଧି ହୋଇଛି କାରଣ ଦର ଏହାର ଉଚ୍ଚ ସ୍ତରରେ ବଜାୟ ରହିଛି, ଯାହା କିଛି ଖୁଚୁରା ନିବେଶକଙ୍କୁ ଲାଭ ପାଇବା ପାଇଁ ପ୍ରଲୋଭିତ କରିଛି । ଆଗକୁ ସୁନା ପାଇଁ ସମ୍ଭାବ୍ୟ ପରିବର୍ତନ ରହିଥିବା ବେଳେ, ଆନ୍ତର୍ଜାତୀୟ ବଜାରରେ ଘଟୁଥିବା ପରିବର୍ତନ ମଧ୍ୟ ରହିଛି ଯାହା ସୁନା ଚାହିଦାକୁ ସମର୍ଥନ ଓ ବୃଦ୍ଧି କରିବା ଉଚିତ ।”


Spread the love

Leave A Reply

Your email address will not be published.