ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪

Spread the love

ଭୁବନେଶ୍ଵର, ଅଗଷ୍ଟ ୦୪, ୨୦୨୪: ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ସମ୍ମାନଜନକ ‘ଏକ୍ସିଡ୍ ସିଏସ୍ଆର୍ ଆୱାର୍ଡ-୨୦୨୪’ରେ ସମ୍ମାନିତ କରାଯାଇଛି ।

ଅଗଷ୍ଟ ୨, ୨୦୨୩ରେ ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତେଲେଙ୍ଗାନାର କୃଷି ମନ୍ତ୍ରୀ ଶ୍ରୀ ଟି ନାଗେଶ୍ୱର ରାଓଙ୍କଠାରୁ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ଏହି ପୁରସ୍କାର ଗ୍ରହଣ କରିଥିଲେ । ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ୍ ଆଫେୟାର୍ସର ପୂର୍ବତନ ଡିଜି ଡ. ଭାସ୍କର ଚାଟାର୍ଜୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସମର୍ଥନରେ ଏହି କାର୍ଯ୍ୟକ୍ରମ ସଷ୍ଟେନେବଲ୍ ଡେଭେଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ଆୟୋଜନ କରାଯାଇଥିଲା ।


ଜେଏସପିକୁ ଏହି ପୁରସ୍କାର ଘୋଷଣା ସମ୍ପର୍କରେ ଏହାର ଅଧ୍ୟକ୍ଷ ତଥା ସାସଂଦ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି ଯେ, “ସ୍ଥାନୀୟ ଜନସାଧାରଣଙ୍କ ଜୀବନଧାରଣମାନରେ ନିରନ୍ତର ଉନ୍ନତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଭିଜନ ଏବଂ ମିସନରେ ଅନ୍ତର୍ଭୁକ୍ତ । ‘ପିପୁଲ୍  ଫାର୍ଷ୍ଟ, ନେସନ୍ ଫାର୍ଷ୍ଟ’ର ମାର୍ଗଦର୍ଶକ ଦର୍ଶନକୁ ଅନୁସରଣ କରି ଆମେ ସର୍ବଦା ସମାଜ ଓ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ କାର୍ଯ୍ୟ କରୁଛୁ, ଯାହା ଦ୍ୱାରା ଲୋକଙ୍କ ଜୀବନ ଏବଂ ଜୈବ ବିବିଧତାର ଗୁଣବତ୍ତା କ୍ରମାଗତ ଭାବେ ପରବର୍ତ୍ତୀ ଉନ୍ନତ ସ୍ତରକୁ ପରିବର୍ତ୍ତିତ ହେବ । ଶ୍ରୀ ଜିନ୍ଦଲ ଜୁରି ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ, ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜେଏସପିର ଅନୁଗୁଳ ୟୁନିଟକୁ ଇସ୍ପାତ କ୍ଷେତ୍ରରେ ସ୍ୱର୍ଣ୍ଣ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଜେଏସପି ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ବିଭିନ୍ନ ସମନ୍ୱିତ ସାମାଜିକ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ।

ପୂର୍ବରୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜେଏସପିଙ୍କୁ ଦୁଇଟି ବର୍ଗରେ ସମ୍ମାନଜନକ ଜାତୀୟ ସିଏସଆର ପୁରସ୍କାର ୨୦୨୦ ପାଇଁ ଚୟନ କରାଯାଇଥିଲା । ନିକଟରେ ଏହି ଇସ୍ପାତ ନିର୍ମାତାକୁ ଆସୋଚାମ୍ ଓଡ଼ିଶା ସିଏସ୍ଆର୍ ଏଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା ।


Spread the love

Leave A Reply

Your email address will not be published.