ଭାରତରେ ଅଲ୍‌-ନ୍ୟୁ ବିଏମଡବ୍ଲୁ ୫ ସିରିଜ ଲଙ୍ଗ୍ ହ୍ୱିଲ୍‌ବେସ୍‌ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଦେଶରେ ଅଲ୍‌-ନ୍ୟୁ ବିଏମଡବ୍ଲୁ୫ ସିରିଜ ଲଙ୍ଗ୍ ହ୍ୱିଲ୍‌ବେସ୍‌ର ଶୁଭାରମ୍ଭ କରାଯାଇଛି । ଏହି କାର୍‌କୁ ଭାରତରେ ବିଏମଡବ୍ଲୁ ଡିଲରସିପ୍‌ଗୁଡିକରେ ଏବଂ ଙ୍ଗଙ୍ଗଙ୍ଗ.ଭଜ୍ଞଙ୍ଗ.ସଦ୍ଭ ରେ ବୁକ୍ କରାଯାଇପାରିବ । ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେବ । ଆନ୍ତର୍ଜାତୀୟ ସ୍ତରରେ ଏହା ପ୍ରତିଷ୍ଠିତ ଏକ୍‌ଜିକ୍ୟୁଟିଭ ସେଡାନ ସେଗ୍‌ମେଂଟ୍‌ରେ ଅନେକ ବର୍ଷ ହେବ ମାର୍କେଟ ଲିଡର ରହିଆସିଛି । ୧୯୭୨ରେ ପ୍ରଥମ ଜେନେରେଶନ ଲଂଚ୍ ହେବା ପରଠାରୁ ୫ ସିରିଜର ପ୍ରାୟ ୧୦ମିଲିୟନ ୟୁନିଟ୍ ବିକ୍ରି ହୋଇଛି । ବିଶ୍ୱର ସବୁଠାରୁ ସଫଳ ବିଜ୍‌ନେସ ସେଡାନର ଏହି ୮ମ ଜେନେରେଶନ ପୂର୍ବାପେକ୍ଷା ଅଧିକ ଡାଇନାମିକ ହୋଇଛି ଯେଉଁଥିରେ ଡିଜିଟାଲ ଇନୋଭେଶନର ଏକ ଶୃଙ୍ଖଳା ସାମିଲ ରହିଛି । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ସିଇଓ ତଥା ପ୍ରେସିଡେଂଟ୍ ବିକ୍ରମ ପାୱା କହିଛନ୍ତ, “ଅଧିକ ଆରାମଦାୟକ, ଅଧିକ ଡିଜିଟାଲ ଓ ଅଧିକ ଡାଇନାମିକ, ଅଲ୍‌-ନ୍ୟୁ ବିଏମଡବ୍ଲୁ୫ ସିରିଜ୍ ଲଙ୍ଗ ହ୍ୱିଲ୍‌ବେସ ଆଧୁନିକତା, ଉପସ୍ଥିତି, ସ୍ପଷ୍ଟତାର ଏକ ସମ୍ପୂର୍ଣ୍ଣ ନୂଆ ଅଭିବୃକ୍ତି ପ୍ରଦାନ କରୁଛି ଯେଉଁଥିରେ ଅତୁଳନୀୟ ସ୍ଥାନ ଓ ବିଳାସପୂର୍ଣ୍ଣ ଆରାମ ଅନ୍ତର୍ଭୁକ୍ତ ରହିଛି । ବିଶ୍ୱ ବଜାରରେ ପ୍ରଥମେ ଡାହାଣ ପାଶ୍ୱର୍ରେ ଚାଳନାର ନିୟମ ଥିବା ଭାରରେ ଏହାର ଲମ୍ବା ହ୍ୱିଲବେସ ଅବତାର ଥିବା ଅଲ୍‌-ନ୍ୟୁ ୫ର ଶୁଭାରମ୍ଭ ହେବାକୁ ଯାଉଛି । ଏହା ଭରାତରେ ଆମର ପ୍ରିମିୟମ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଇଛି ।” ସ୍ଥାନୀୟ ରୂପେ ବିଏମଡବ୍ଲୁ ଗ୍ରୁପ ପ୍ଲାଂଟ୍ ଚେନ୍ନାଇରେ ଉତ୍ପାଦିତ ଅଲ୍‌-ନ୍ୟୁ ବିଏମଡବ୍ଲୁ ୫ ସିରିଜ୍ ଲଙ୍ଗ୍ ହ୍ୱିଲବେସ ପେଟ୍ରୋଲ ଭାରିଆଂଟ୍‌ରେ ସ୍ୱତନ୍ତ୍ର ଭାବେ ଉପଲବ୍ଧ ହେଉଛି । ଏହାର ପ୍ରାରମ୍ଭିକ ଏକ୍ସଶୋରୁମ ମୂଲ୍ୟ ୭୨,୯୦,୦୦୦ଟଙ୍କା ରହିଛି ।

ସର୍ଭିସ୍ ଇନ୍‌କ୍ଲୁସିଭ ଓ ସର୍ଭିସ ଇନ୍‌କ୍ଲୁସିଭ ପ୍ଲସ୍ ମାଲିକାନା ଖର୍ଚ୍ଚକୁ ଅଧିକ ହ୍ରାସ କରୁଛନ୍ତି । ଗ୍ରାହକମାନେ ଅବଧି ଓ ମାଇଲେଜ ଅନୁସାରେ ବିଭିନ୍ନ ପ୍ରକାରର ସର୍ଭିସ୍ ପ୍ଲାନଗୁଡିକରୁ ଚୟନ କରିପାରିବେ । ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସରେ କଷ୍ଟମାଇଜ୍‌ଡ ଓ ଫ୍ଲେକ୍ସିବୁଲ ଫାଇନାନ୍ସିଆଲ ସଲ୍ୟୁଶନ୍ସଗୁଡିକୁ ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ଡିଜାଇନ କରାଯାଇଛି । ଲକ୍‌ଜରିୟସ ଆମ୍ବିଏନ୍ସରେ ରିଭୋଲ୍ୟୁଶନାରୀ କକ୍‌ପିଟ୍ ଡିଜାଇନ, କମ୍ଫର୍ଟ ସିଟ୍‌, ଭେଗାନ ଇଂଟେରିୟର, ବୋୟର୍ସ ଏବଂ ୱିଲ୍‌କିନ୍‌ସ ସରାଉଣ୍ଡ ସାଉଣ୍ଡ ସିଷ୍ଟମ, କ୍ରିଷ୍ଟାଲ ଗ୍ଲାସ୍ ଏଲିମେଂଟ ଭଳି ଫିଚର ରହିଛି । ବିଏମଡବ୍ଲୁ କର୍ଭଡ୍ ଡିସ୍‌ପ୍ଲେ, ବିଏମଡବ୍ଲୁ ଇଂଟରାକ୍ସନ ବାର୍ ସହ ଟଚ୍ ଫଙ୍କ୍‌ଶନ ଓ ଲାଇଟ୍ ଇଫେକ୍ଟ, କଷ୍ଟମାଇଜେବୁଲ ଡ୍ରାଇଭିଂ ଓ ଏକ୍ସପେରିଏନ୍ସ ପାଇଁ ମାଇଁ ମୋଡ୍‌, ବିଏମଡବ୍ଲୁ ଅପରେଟିଂ ସିଷ୍ଟମ ୮.୫ ଭଳି ଫିଚର ରହିଛି ।

ଅପ୍ରତିଦ୍ୱନ୍ଦୀ ବିଏମଡବ୍ଲୁ ଟ୍ୱିନପାୱାର ଟର୍ବୋ ଟେକ୍ନୋଲୋଜି ସହିତ ଏହାର ପେଟ୍ରୋଲ ଇଞ୍ଜିନ ଚମତ୍କାର ଦକ୍ଷତା ସହିତ ସର୍ବାଧିକ ଶକ୍ତିକୁ ମିଶ୍ରଣ କରୁଛି ଏବଂ କମ୍ ଇଞ୍ଜିନ ବେଗରେ ମଧ୍ୟ ଉନ୍ନତ ପ୍ରତିକ୍ରିୟାଶୀଳତା ପ୍ରଦାନ କରିଥାଏ । ଅଲ୍‌-ନ୍ୟୁ ବିଏମଡବ୍ଲୁ୫ ସିରିଜ ଲଙ୍ଗ ହ୍ୱିଲବେସ୍‌ର ୨.୦ ଲିଟର ଫୋର୍‌-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ୧୯୦କେଡବ୍ଲୁ/୨୫୮ଏଚପି ର ଏକ ଆଉଟପୁଟ୍ ଏବଂ ୧୫୦୦-୨୫୦୦ ଆରପିଏମରେ ୪୦୦ଏନଏମର ସର୍ବାଧିକ ଟର୍କ ସୃଷ୍ଟି କରିଥାଏ । ଏହାବ୍ୟତୀତ ୧୧ ଏଚପିର ପାୱାର ଆଉଟପୁଟ ଏବଂ ୨୫ ଏନଏମ ଟର୍କ ଆଉଟପୁଟ ସହିତ ୪୮ଭି ଇଲେକଟ୍ରିକାଲ ମୋଟର ରହିଛି । ଏହି କାର ଘଂଟା ପ୍ରତି ୨୫୦କିମିର ଟପ୍ ସ୍ପିଡ୍ ସହିତ କେବଳ ୬.୫୦-୧୦୦କିମି ଘଂଟା ପ୍ରତି ବେଗରେ ଗତି କରିଥାଏ । ସେଫ୍ଟି ଟେକ୍ନୋଲୋଜିଗୁଡିକରେ ୮ଟି ଏୟାରବ୍ୟାଗ୍‌, ଆଟେଂଟିଭ୍‌ନେସ୍ ଆସିଷ୍ଟାନ୍ସ, କର୍ଣ୍ଣରିଂ ବ୍ରେକ୍ କଂଟ୍ରୋଲ ଅନ୍ୟାନ୍ୟ ଫିଚର ରହିଛି ।

 

 

 

 

 

 

 


Spread the love

Leave A Reply

Your email address will not be published.