ସିପଲା ପକ୍ଷରୁ ସୁସ୍ଥ ଫୁସ୍‌ଫୁସ୍ ପାଇଁ ବ୍ରେଥ୍‌ଫ୍ରି ମନ୍‌ସୁନ ଯାତ୍ରା

Spread the love

ଭୁବନେଶ୍ୱର: ବର୍ଷା ଋତୁ ଆସିବା ସହ ଏହା ଆମର ଶ୍ୱାସକ୍ରିୟା ପାଇଁ ଅନେକ ଗୁଡାଏ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଥାଏ । ବର୍ଦ୍ଧିତ ଆର୍ଦ୍ରତା ଓ ଓଦାପଣ ଫୁସ୍‌ଫୁସର ସ୍ଥିତିକୁ ଖରାପ କରିପାରେ, ବର୍ଷର ଏଭଳି ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସିପ୍‌ଲାର ବିସ୍ତୃତ ରୋଗୀ ସହଯୋଗ ଅଭିଯାନ- ବ୍ରେଥ୍‌ଫ୍ରି ଏହାର ମୌସୁମୀ ଯାତ୍ରା ଆରମ୍ଭ କରିଛି । ଲୋକମାନଙ୍କୁ ନିଜର ଶ୍ୱାସକ୍ରିୟା ବା ରେସ୍ପିରେଟୋରି ସ୍ୱାସ୍ଥ୍ୟକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ଲକ୍ଷ୍ୟ ସହିତ ଏହି ଯାତ୍ରା ଆସ୍ଥମା ଓ ସିଓପିଡି (କ୍ରୋନିକ୍ ଅବ୍‌ଷ୍ଟ୍ରକ୍ଟିଭ ପଲ୍‌ମୋନାରୀ ଡିଜିଜ) ଭଳି ଗମ୍ଭୀର ଫୁସ୍‌ଫୁସ ରୋଗଗୁଡିକ ପାଇଁ ସ୍କ୍ରିନିଙ୍ଗ୍ ଲାଗି ବର୍ଦ୍ଧିତ ପହଂଚ ପ୍ରଦାନ କରୁଛି । ସିପ୍‌ଲାର ବ୍ରେଥ୍‌ଫ୍ରି ଅଭିଯାନ ସ୍କ୍ରିନିଂ, କାଉନ୍ସଲିଂ ଓ ଚିକିତ୍ସାର ଅନୁପାଳନ କ୍ଷେତ୍ରରେ ଆସ୍ଥମା ଓ ସିଓପିଡି ରୋଗୀଙ୍କ ଲାଗି ବ୍ୟାପକ ସହଯୋଗ ସଂଶାଧନ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି ।
ଏସମ୍ପର୍କରେ ଭୁବନେଶ୍ୱରର ପଲ୍‌ମୋନୋଲୋଜିଷ୍ଟ, ଡଃ ଉତ୍ପଳ କୁମାର ନନ୍ଦୀ କହିଛନ୍ତି, “ ମୌସୁମୀ ଆର୍ଦ୍ରତା, ମୋଲ୍ଡ, ଥଣ୍ଡା ପବନ ଓ ଭାଇରାଲ ଇନ୍‌ଫେକ୍ସନର ସମେତ ଅନେକ ବିପଦ ଆଣିଥାଏ । ଏଭଳି କାରକଗୁଡିକ ଯେକୌଣସି ବ୍ୟକ୍ତିଙ୍କ ରେସ୍ପିରେଟୋରି ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ, ତେବେ ଏହା ପୂର୍ବରୁ ରେସ୍ପିରେଟୋରି ସ୍ଥିତି ଥିବା ଲୋକଙ୍କ ପାଇଁ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ଆଦ୍ର ପରିବେଶରେ ବଢୁଥିବା ଆଲର୍ଜେନ ଯେପରିକି ମୋଲ୍ଡ ଓ ଡଷ୍ଟ ମାଇଟ୍ ଆଲର୍ଜିକ ରିଆକ୍ସନର କାରଣ ହୋଇପାରେ ଏବଂ ଆସ୍ଥମା ଓ ସିଓପିଡି ଲକ୍ଷଣକୁ ବଢାଇପାରେ । ବ୍ରେଥ୍‌ଫ୍ରି ମନ୍‌ସୁନ ଯାତ୍ରା ଭଳି ପଦକ୍ଷେପଗୁଡିକ ସଠିକ୍ ସମୟରେ ସ୍କ୍ରିନିଂ, ରୋଗର ପରିଚାଳନା ପାଇଁ କାଉନ୍ସଲିଂ, ସଠିକ ଡିଭାଇସ୍ ଟେକ୍‌ନିକ ପ୍ରଦାନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।”
ଏହି ଅଭିଯାନ ମାଧ୍ୟମରେ ୩ ମାସ ଅବଧି ମଧ୍ୟରେ ୪୦୦୦ରୁ ଅଧିକ କ୍ୟାମ୍ପକୁ ଦେଶବ୍ୟାପୀ ପରିଚାଳନା କରାଯିବା ସହିତ ୩୫୦,୦୦୦ରୁ ଅଧିକ ଲୋକଙ୍କର ସ୍କ୍ରିନିଂ କରାଯାଇଛି । ଅଣ ସଂକ୍ରାମକ ରୋଗ (ଏନ୍‌ସିଡି)ରେ ବହୁମାତ୍ରାରେ ବୃଦ୍ଧି ଘଟିବା ସହିତ ଭାରତ ଏକ ବଢୁଥିବା ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛି ଯେଉଁଠାରେ ଗମ୍ଭୀର ରେସ୍ପିରେଟୋରୀ ରୋଗଗୁଡିକ ଶୀର୍ଷ ୩ଟି ଏନ୍‌ସିଡି ମଧ୍ୟରେ ସ୍ଥାନ ପାଇଛି ଯାହାକି ଦେଶରେ ସମସ୍ତ ଅକସ୍ମାତ ମୃତ୍ୟୁରେ ପ୍ରାୟ ୬୦% ପାଇଁ ଦାୟୀ ଅଟେ । ତେବେ ଅଧିକାଂଶ ଆସ୍ଥମା ଓ ସିଓପିଡି ମାମଲାଗୁଡିକୁ ନିଦାନ କରାଯାଉନାହିଁ । ଏହା ରୋଗକୁ ନେଇ ସଚେତନତା ବୃଦ୍ଧି କରିବା, ରୋଗର ଚିହ୍ନଟ ଓ ପରିଚାଳନା ପାଇଁ ଦେଶବ୍ୟାପୀ ପ୍ରୟାସ ଲାଗି ଜରୁରୀ ଆବଶ୍ୟକତାକୁ ହାଇଲାଇଟ୍ କରୁଛି । ଏହାକୁ ସ୍କ୍ରିନିଂ , କାଉନ୍ସଲିଙ୍ଗ ସୁଯୋଗ ଓ ସହଯୋଗ ବୃଦ୍ଧି କରାଯାଇ ହାସଲ କରାଯାଇପାରିବ ।

 


Spread the love

Leave A Reply

Your email address will not be published.