ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅପ୍ସରା ଆଇସ୍କ୍ରିମସ ଏହାର ୫୩ତମ ବାର୍ଷିକୀରେ ମୁସ୍କାନ ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଅଭିଯାନକୁ ମୁମ୍ବାଇ ଓ ପୁନେରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶୁଭାରମ୍ଭ କରାଯିବ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ ସହରଗୁଡିକୁ ନିଆଯିବ ।
ମୁସ୍କାନ ଅଭିଯାନ ଅଧିନରେ କମ୍ପାନୀ ୫୩୦୦୦ ଆଇସ୍କ୍ରିମ ବିତରଣ କରିବ ଯାହା ପ୍ରାୟ ୪ ଟନ ଆଇସ୍କ୍ରିମ ସହ ସମାନ । ଏହି ଅଭିଯାନ ଭାରତର ୯ଟି ରାଜ୍ୟ ଓ ୨୫ଟି ସହରକୁ ଅନ୍ତର୍ଭୁକ୍ତ କରିବ । ଏହି ଆଇସ୍କ୍ରିମଗୁଡିକୁ ବିଭିନ୍ନ ଏନ୍ଜିଓ, ଅନାଥାଶ୍ରମ, ବୃଦ୍ଧାଶ୍ରମ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଫାଉଶେନଗୁଡିକରେ ବିତରଣ କରାଯିବ ।
ଏହି ଅଭିଯାନର ଲକ୍ଷ୍ୟ ହେଉଛି ଲୋକମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ଖୁସିର ଏକ ସ୍କୁପ୍ ଦେବା । ଲାୟନ୍ସ କ୍ଲବ, ଲିଓ, ଲାୟନ ଇଂଟରନ୍ୟାଶନାଲ ଲ୍ୟା, ସ୍ୱଦେଶ ଫାଉଶେନ ଭଳି ଏନ୍ଜିଓ ଓ ଅଗ୍ରଣୀ ସାମାଜିକ ସଂସ୍ଥାଗୁଡିକ ଏହି ଅଭିଯାନର ଅଂଶ ହେବେ । ୫ ଦଶନ୍ଧିରୁ ଅଧିକ ସମୟ ପାଇଁ ବଜାରରେ ଉପସ୍ଥିତ ଥିବା ଏକ ପ୍ରତିଷ୍ଠିତ ଓ ବିଶ୍ୱସନୀୟ ବ୍ରା ଭାବେ ଅପ୍ସରା ଆଇସ୍କ୍ରିମସ ନିଜର ପରିଚାଳନା ଆରମ୍ଭରୁ ଗ୍ରାହକଙ୍କୁ ଉତ୍କୃଷ୍ଟମାନର ଆଇସ୍କ୍ରିମ ପ୍ରଦାନ କରିଆସୁଛି ।
ଏହି ଅଭିଯାନ ସମ୍ପର୍କରେ ଅପ୍ସରା ଆଇସ୍କ୍ରିମ୍ସର ଫାଉର ପାର୍ଟନର ନେମଚାନ୍ଦ ଶାହ କହିଛନ୍ତି, ମୁସ୍କାନର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜ ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ଖୁସି ଆଣିବା ଏବଂ ଆମର ୫୩ତମ ବାର୍ଷିକୀକୁ ପାଳନ କରିବା । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭାରତର ୭୮ତମ ସ୍ୱାଧୀନତା ଦିବସରେ ଏହି ଅଭିଯାନକୁ ଶୁଭାରମ୍ଭ କରାଯିବ ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ଅଟେ । ନିଜର ମତ ପ୍ରକାଶ କରି ଅପ୍ସରା ଆଇସ୍କ୍ରିମ୍ସର ପରିଚାଳନା ସହଯୋଗୀ ଶ୍ରୀ କେୟୁର ଶାହ କହିଛନ୍ତି, ସମାଜର ବିଭିନ୍ନ ବର୍ଗ ନିକଟରେ ପହଂଚିବା ପାଇଁ ଏହି ସମସ୍ତ ପ୍ରୟାସ କରାଯାଉଛି । ଏହା ଆମ ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ ଅଟେ ଯେ ଆମେ ୭୮ତମ ସ୍ୱାଧୀନତା ଦିବସରେ ଆମର ବାର୍ଷିକୀ ପାଳନ କରୁଛୁ । ମୁସ୍କାନ ଅଭିଯାନ ମାଧ୍ୟମରେ ଅପ୍ସରା ଆଇସ୍କ୍ରିମସ ଅନେକ ଲୋକଙ୍କ କଲ୍ୟାଣ ଓ ଖୁସିରେ ଯୋଗଦାନ ଦେଇ ନିଜର ବାର୍ଷିକୀକୁ ସ୍ମରଣୀୟ କରୁଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତର ୨୫ଟି ସହରକୁ କଭର କରିବାକୁ ଥିବା ଏହି ଅଭିଯାନ ପାଇଁ ଅପେକ୍ଷା କରିଛୁ । ଏହି ଅବସରରେ ଆମେ ଆମର ସମସ୍ତ ଗ୍ରାହକ, ସହଯୋଗୀ, କର୍ମଚାରୀ ଓ ପ୍ରମୁଖ ହିତାଧିକାରୀଙ୍କୁ ବିଗତ ବର୍ଷଗୁଡିକରେ ସେମାନଙ୍କର ଦୃଢ ସହଯୋଗ ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ।