‘ମା’ ପାଇଁ ଗଛଟିଏ’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ବୃକ୍ଷରୋପଣ

Spread the love

ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ‘ମା’ ପାଇଁ ଗଛଟିଏ’ ଅଭିଯାନରେ ରାଷ୍ଟ୍ର ସହିତ ଯୋଗ ଦେଇଛି। ଏହି ଅଭିଯାନ ଅଧୀନରେ ୨୪ ଅଗଷ୍ଟ ୨୦୨୪ ରେ ପ୍ରତିଷ୍ଠାନ ପରିସରରେ ଏକ ବୃକ୍ଷରୋପଣ ଡ୍ରାଇଭ୍ ଆୟୋଜିତ ହୋଇଯାଇଛି। ପ୍ରତିଷ୍ଠାନର ପ୍ରାୟ ୧୫୦ ସଦସ୍ୟ ଉତ୍ସାହର ସହ ଏହି ଡ୍ରାଇଭରେ ଅଂଶଗ୍ରହଣ କରିଥିଲେ ଏବଂ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସର ବିଭିନ୍ନ ସ୍ଥାନରେ ୨୫୦ଟି ଚାରା ରୋପଣ କରିଥିଲେ।

ଆଇଆଇଟି ଭୁବନେଶ୍ୱର, ନିର୍ଦ୍ଦେଶକ ଶ୍ରୀପଦ୍ କରମାଲକର, ବୃକ୍ଷରୋପଣ ଡ୍ରାଇଭର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ପରିବେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର କର୍ମଚାରୀମାନଙ୍କ ସହିତ ଜାତୀୟ ସେବା ଯୋଜନା (NSS) ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ, ସଂଯୋଜକ-ଏନଏସଏସ ଡକ୍ଟର ଶିବାୟା ବାଥୁଲା,  ଏବଂ ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକବୃନ୍ଦ ଉପସ୍ଥିତ ଥିଲେ। ପ୍ରଫେସର-ଇନ-ଚାର୍ଜ-ହର୍ଟିକଲଚର ଡକ୍ଟର ଶ୍ରୀକାନ୍ତ ପାତ୍ର ଏବଂ ହର୍ଟିକଲଚରିଷ୍ଟ୍ ଶ୍ରୀ କେ.ଭି. ରେଡ୍ଡୀ, ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଏବଂ ଅଂଶଗ୍ରହଣ କରିଥିଲେ ।


Spread the love

Leave A Reply

Your email address will not be published.