ନିଜର ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ସହିତ ଷ୍ଟାଇଲର ସହ କଲ୍‌କି କୋଚ୍‌ଲିନଙ୍କୁ ଲଂଚ୍ କରିଛି ମ୍ୟାକ୍ସ ଫ୍ୟାଶନ

Spread the love

ଦୁବାଇ-ସ୍ଥିତ ଲ୍ୟାଣ୍ଡ୍‌ମାର୍କ ଗ୍ରୁପର ସବୁଠାରୁ ଲୋକପ୍ରିୟ ଫ୍ୟାଶନ ବ୍ରାଣ୍ଡ ମ୍ୟାକ୍ସ ଫ୍ୟାଶନ ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ପାଇଁ ପ୍ରତିଷ୍ଠିତ ଅଭିନେତ୍ରୀ ଓ ଷ୍ଟାଇଲ ଆଇକନ କଲ୍‌କି କୋଚ୍‌ଲିନଙ୍କ ସହିତ ଏକ ସ୍ୱତନ୍ତ୍ର ସହଭାଗିତା ସହ ବ୍ରାଣ୍ଡ ପାଇଁ ଏକ ନୂଆ ଅଧ୍ୟାୟରେ ପ୍ରବେଶ କରିବା ଲାଗି ପ୍ରସ୍ତୁତ ହୋଇଛି । ଏହି କ୍ୟାମ୍ପେନ ଷ୍ଟାଇଲର ପରିବର୍ତନଶୀଳ ଶକ୍ତି ଯୋଗୁଁ ନୂତନ ଆତ୍ମବିଶ୍ୱାସ କ୍ଷେତ୍ରରେ ପ୍ରବେଶ କରିଛି, ବିବର୍ତନର ଏକ ଭାବନା ଅନ୍ତର୍ଭୁକ୍ତ କରିଛି ଯାହା ଗ୍ରାହକଙ୍କୁ ବ୍ରାଣ୍ଡ ନ୍ୟୁର ଅନୁଭବ ଦେଉଛି । ଏହି କ୍ୟାମ୍ପେନରେ ଏକ ପରିଭାଷିତ ସଂଗ୍ରହ ସାମିଲ ରହିଛି ଯାହା ଏକ ପାର୍ବଣର ଉତ୍ସାହ ହେଉ କିମ୍ବା ବନ୍ଧୁମିଳନ ପାଇଁ ପୁନଃଆବିଷ୍କାରର ଭାବନାକୁ କ୍ୟାପ୍‌ଚର କରୁଛି (ୱର୍କୱେୟାର, କାଜୁଆଲ ଆଉଟଫିଟ, ଫ୍ୟୁଜନ ଫେଷ୍ଟିଭ ୱେୟାର କିମ୍ବା ହାଇ-ଗ୍ଲାମ ଅକେଜନ ୱେୟାର) – ଏହି ଷ୍ଟାଇଲଗୁଡିକ ଚଳିତ ଋତୁରେ ସେଲିବ୍ରେଶନ ପାଇଁ ଏକ ଟୋନ୍ ସେଟ୍ କରୁଛନ୍ତି ।
ଏହି କଲେକ୍ସନ ଏଭଳି ବ୍ୟକ୍ତିଙ୍କୁ ଆବଶ୍ୟକ କରୁଛି ଯିଏ ଏହାର ଫ୍ଲେଫୁଲ୍‌ନେସ ସହ ଉପଯୁକ୍ତ ଭାବେ ମେଳ ଖାଉଥିବେ, ଏଭଳି ବ୍ୟକ୍ତି ଯାହାଙ୍କର ନିଜର ବ୍ୟକ୍ତିତ୍ୱ ପ୍ରତି ବାସ୍ତବ ରହି ପାରମ୍ପରିକ ଫ୍ୟାଶନ ପ୍ରତିବନ୍ଧକକୁ ଭାଙ୍ଗିବାର ସ୍ୱତନ୍ତ୍ର କ୍ଷମତା ରହିଛି । ଏଥିପାଇଁ କଲ୍‌କି କୋଚଲିନଙ୍କଠାରୁ ଉତମ ବ୍ୟକ୍ତି ଆଉ କିଏ ହୋଇପାରିବେ – ଯିଏ ନିଜର ପ୍ରତ୍ୟେକ ଜୀବନ୍ତ ଭୂମିକା ସହ ନିଜକୁ ପୁନଃଆବିଷ୍କାର କରିଛନ୍ତି । ‘ନ୍ୟୁ ନ୍ୟୁ ୟୁ’ କଲେକ୍ସନ ସହିତ ମ୍ୟାକ୍ସ ଫ୍ୟାଶନ ଏହାର ନୂତନ ୱେଷ୍ଟର୍ଣ୍ଣ ଓ ଫେଷ୍ଟିଭ ଷ୍ଟାଇଲ ଏବଂ ଆକ୍‌ସେସରି ସହିତ ଏହାର ଗ୍ରାହକଙ୍କୁ ନିଜ ବ୍ୟକ୍ତିତ୍ୱର ଭିନ୍ନ ଭିନ୍ନ ଦିଗକୁ ଅନ୍ୱେଷଣ କରିବା ପାଇଁ ସ୍ୱାଧୀନତା ପାଇବା ଲାଗି ଅନୁପ୍ରାଣିତ କରିବା ପାଇଁ ଲକ୍ଷ୍ୟ ରଖିଛି ।
ତାଙ୍କର କ୍ୟାରିୟର ଓ ବ୍ୟକ୍ତିଗତ ଷ୍ଟାଇଲରେ କଲ୍‌କିଙ୍କ ବୋଲ୍ଡ ପସନ୍ଦ ଆତ୍ମବିଶ୍ୱାସ ଓ ଆତ୍ମ ଅଭିବ୍ୟକ୍ତି ଓ ମୂଲ୍ୟବୋଧକୁ ଅନୁପ୍ରାଣିତ କରୁଛି ଯାହା ନୂତନ ଯୁଗର ଆଶାୟୀ ପରିବାରଗୁଡିକ ସହ ସଂଯୋଜିତ ହେବା ପାଇଁ ବ୍ରାଣ୍ଡର ଲକ୍ଷ୍ୟ ସହ ଜଡିତ ରହିଛି ।
‘ନ୍ୟୁ ନ୍ୟୁ ୟୁ’ ପ୍ରସ୍ତାବ ସହ ଜଡିତ ହୋଇ ମ୍ୟାକ୍ସ ଫ୍ୟାଶନ ୨୧୦ରୁ ଅଧିକ ଭାରତୀୟ ସହରରେ ଏହାର ୫୨୦ରୁ ଅଧିକ ଷ୍ଟୋର ସମେତ ଅନ୍‌ଲାଇନରେ www.maxfashion.in ରେ ପ୍ରତ୍ୟେକ ସପ୍ତାହରେ ନୂଆ ଷ୍ଟାଇଲ ଲଂଚ୍ କରିବା, ସତେଜତା ଓ ଉତ୍ସାହ ଆଣିବାର ନିଜର ଦୀର୍ଘସ୍ଥାୟୀ ପ୍ରତିଶ୍ରୁତିକୁ ପୂରଣ କରିବା ଜାରି ରଖିଛି । ଏହି ଆଭିମୁଖ୍ୟ ନିରନ୍ତର ଭାବେ ଗ୍ରାହକଙ୍କୁ ନୂତନ ଟ୍ରେଣ୍ଡ ପ୍ରଦାନ କରିବା ପାଇଁ ମ୍ୟାକ୍ସ ଫ୍ୟାଶନର ଉତ୍ସର୍ଗୀକୃତତାକୁ ସୁଦୃଢ କରୁଛି, ଏକ ବାଧାହୀନ, ଗତିଶୀଳ ରିଟେଲ ଓ ଅନ୍‌ଲାଇନ ସପିଂ ଅନୁଭୂତି ସୁନିଶ୍ଚିତ କରୁଛି ।
ଏହି କ୍ୟାମ୍ପେନ ଫିଲ୍ମ ଉଜ୍ଜ୍ୱଳତମ ଆଲୋକରେ ଏହି କ୍ୟାମ୍ପେନର ନୂତନତାକୁ ପ୍ରତିର୍ଶିତ କରିବା ପାଇଁ ଆଗେଇ ଆସିଛି । ଏକ ସୁନ୍ଦର ୟୁରୋପିଆନ ଭାଇବ୍‌ରେ ସୁଟ୍ କରାଯାଇଥିବା ଏହି ଫିଲ୍ମରେ କଲ୍‌କି ଝିଅମାନଙ୍କ ସହ ବ୍ରଂଚ୍ ପାଇଁ ଏକ ଆଧୁନିକ ସ୍କିଫ୍‌ଲି କୋଅର୍ଡ ଠାରୁ ଆରମ୍ଭ କରି ଏକ ମଜାଦାର ଅପରାହ୍ନ ପାଇଁ ଏକ ଚିକ୍ ପ୍ରିଂଟେଡ ବେଲୁନ ଡ୍ରେସ୍‌; କିମ୍ବା ଏକ ଫର୍ମାଲ ଆଉଟିଂ ପାଇଁ ସୋଫିଷ୍ଟିକେଟେଡ ସିମର କୋଅର୍ଡ ସେଟ୍‌ଠାରୁ ଆରମ୍ଭ କରି ଏକ ପାର୍ଟି ପାଇଁ ଚିକ୍ ହାଇ-ସାଇନ ଡୁଓ ପର୍ଯ୍ୟନ୍ତ ଇଲେକ୍‌ଟିକ ଫିଟ୍‌ଗୁଡିକରେ ସହରରେ ଭ୍ରମଣ କରୁଥିବାର ଦେଖାଯାଇଛି । ଏହି ଫିଲ୍ମ କଲେକ୍ସନର ଅନେକ ଭିନ୍ନ ଭିନ୍ନ ସଜୀବ ଭାବନାକୁ ଧାରଣ କରିଛି । ପ୍ରତ୍ୟେକ ପରିବର୍ତନ ସହିତ ଆମେ କଲେକ୍ସନର ବିବିଧତାକୁ ଏବଂ ଏହା କିଭଳି ବ୍ୟକ୍ତିତ୍ୱ ଯାହା ହେଉ ନା କାହିଁକି ସମସ୍ତଙ୍କ ପାଇଁ କିଛି ନା କିଛି ଧାରଣ କରିଛି ତାହାକୁ ପରିଲକ୍ଷିତ କରୁଛୁ ।
ମ୍ୟାକ୍ସ ଫ୍ୟାଶନ ପାଇଁ ଏହି ମଜାଦାର, ସତେଜ ନୂଆ କ୍ୟାମ୍ପେନର ଚେହେରା ହୋଇଥିବାରୁ ନିଜର ଉତ୍ସାହ ବ୍ୟକ୍ତ କରି କଲ୍‌କି କୋଚଲିନ କହିଛନ୍ତି, “ ମୁଁ ବିଶ୍ୱାସ କରେ ଯେ, ଫ୍ୟାଶନ ହେଉଛି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର ବିସ୍ତାର ଏବଂ ମ୍ୟାକ୍ସ ଫ୍ୟାଶନର ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ବାସ୍ତବରେ ମୋତେ ତାହାକୁ କରିବାକୁ ଅନୁମତି ଦେଉଛି । ମୁଁ ଏହାର ଏକ ଅଂଶ ହୋଇ ଉତ୍ସାହିତ ଅଛି ଏବଂ ମୁଁ ନିଶ୍ଚିତ ରୂପେ କହିପାରିବି ଯେ, ମ୍ୟାକ୍ସ ଫ୍ୟାଶନ ନିଜର ଆକର୍ଷଣୀୟ, ଜୀବନ୍ତ ଓ ଆରାମଦାୟକ ଷ୍ଟାଇଲ ସହ ମୋତେ ସମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟାନ୍ୱିତ କରିଛି ।
କଲ୍‌କି କୋଚଲିନଙ୍କ ସହ ସହଭାଗିତା ସମ୍ପର୍କରେ ମ୍ୟାକ୍ସ ଫ୍ୟାଶନର ମାର୍କେଟିଂ ହେଡ୍ ପଲ୍ଲବୀ ପାଣ୍ଡେ କହିଛନ୍ତି, “ଆମେ ମ୍ୟାକ୍ସ ଫ୍ୟାଶନରେ ପରିବର୍ତନର ଏକ ଉତ୍ସାହଜନକ ଯାତ୍ରା ଆରମ୍ଭ କରିଥିବାରୁ , ନୁଆ ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ହେଉଛି ନିରନ୍ତର ବିକଶିତ ହେବା ଏବଂ ଆମର ଗ୍ରାହକଙ୍କ ପାଇଁ ସତେଜ , ଟ୍ରେଣ୍ଡସେଟିଙ୍ଗ ଷ୍ଟାଇଲ ଆଣିବା ପାଇଁ ଆମର ପ୍ରତିବଦ୍ଧତା । କଲ୍‌କି କୋଚଲିନଙ୍କ ସହ ଏହି ସହଭାଗିତା ଆମ ବ୍ରାଣ୍ଡ ନିର୍ଭୀକ, ଆତ୍ମବିଶ୍ୱାସୀ ଓ ସଦା ବିକଶିତ ଉତ୍ସାହର ପ୍ରତିନିଧିତ୍ୱ କରୁଛି । ଆଧୁନିକ, ଆକାଂକ୍ଷୀ ଭାରତୀୟ ପରିବାରଗୁଡିକ ପାଇଁ ଡିଜାଇନ କରାଯାଇଥିବା ଆମର ନୂତନ କଲେକ୍ସନ ସହିତ ଆମେ ଆମର ଗ୍ରାହକଙ୍କୁ ନୂତନ ସମ୍ଭାବନାଗୁଡିକୁ ଅନ୍ୱେଷଣ କରିବା ଏବଂ ନିଜର ପ୍ରତ୍ୟେକ ଦିଗକୁ ଧାରଣ କରିବା ପାଇଁ ଅନୁପ୍ରାଣିତ କରିବାକୁ ଲକ୍ଷ୍ୟ ରଖିଛୁ ।”
ମ୍ୟାକ୍ସ ଫ୍ୟାଶନର ଡେପୁଟି ସିଇଓ ସୁମିତ ଚନ୍ଦନା କହିଛନ୍ତି, “ ମ୍ୟାକ୍ସ ଫ୍ୟାଶନର ଅଭିବୃଦ୍ଧି ଓ ସଫଳତା ସବୁବେଳେ ଆମର ଗ୍ରାହକଙ୍କୁ ମୂଲ୍ୟ, ଗୁଣବତା ଓ ସତେଜ ଫ୍ୟାଶନ ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହୋଇଆସିଛି । ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ସହିତ ଆମେ କେବଳ ଏକ ନୂଆ କଲେକ୍ସନ ଲଂଚ୍ କରିନାହୁଁ ବରଂ ୨୧୦ରୁ ଅଧିକ ଭାରତୀୟ ସହରରେ ୫୨୦ରୁ ଅଧିକ ଷ୍ଟୋର୍‌ରେ ନିରନ୍ତର ଉଦ୍ଭାବନ ଆଣିବା ପ୍ରତି ଆମର ଖୁଚୁରା ରଣନୀତିକୁ ମଜବୁତ କରିଛୁ । ଏହି କ୍ୟାମ୍ପେନ ଆମର ବ୍ୟବସାୟରେ ଏକ ନୂଆ ଅଧ୍ୟାୟକୁ ଚିହ୍ନିତ କରୁଛି ଯେଉଁଠାରେ ଆମେ ଗ୍ରାହକ ସନ୍ତୁଷ୍ଟିକରଣ ଓ ଷ୍ଟାଇଲରେ ପରିବର୍ତନ ପ୍ରତି ଆମର ଦୃଢ ପ୍ରତିଶ୍ରୁତିବଦ୍ଧତା ସହିତ ଉଭୟ ଫିଜିକାଲ ଷ୍ଟୋର ଓ ଅନ୍‌ଲାଇନରେ ଆମର ଉପସ୍ଥିତିକୁ ବିସ୍ତାର କରିବା ଉପରେ ଧ୍ୟାନ ଦେଉଛୁ ।”
ମ୍ୟାକ୍ସ ଫ୍ୟାଶନ ଙ୍ଘ କଲ୍‌କି କୋଚଲିନ ‘ନ୍ୟୁ ନ୍ୟୁ ୟୁ’ କ୍ୟାମ୍ପେନ ଦେଶବ୍ୟାପୀ ସମସ୍ତ ମ୍ୟାକ୍ସ ଫ୍ୟାଶନ ଷ୍ଟୋରରେ ଏବଂ www.maxfashion.in ରେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଲଂଚ୍ ହେବ ।

 

 


Spread the love

Leave A Reply

Your email address will not be published.