ଓପୋ ରେନୋ୧୨ ପ୍ରୋ ୫ଜି ମନିଷ ମଲ୍‌ହୋତ୍ରା ଏଡିସନର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଚଳିତ ପାର୍ବଣ ଋତୁରେ ଓପୋ ଇଣ୍ଡିଆ ପକ୍ଷରୁ ଓପୋ ରେନୋ ୧୨ ପ୍ରୋ ୫ଜି ମନିଷ ମଲ୍‌ହୋତ୍ରା ଲିମିଟେଡ ଏଡିସନର ଉନ୍ମୋଚନ କରାଯାଇଛି ଯାହାକି ଭାରତର ଜୀବନ୍ତ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ପାଇଁ ଏକ ଉପଯୁକ୍ତ ସ୍ମାର୍ଟଫୋନ୍ ଅଟେ । ମନିଷ ମଲ୍‌ହୋତ୍ରାଙ୍କ ଆଇକୋନିକ ୱାର୍ଲ୍ଡ କଲେକ୍ସନ ଦ୍ୱାରା ଅନୁପ୍ରାଣିତ ଏହି ସ୍ୱତନ୍ତ୍ର ଏଡିସନ ଏକ ଚମତ୍କାର ବ୍ଲାକ୍ ବ୍ୟାକ୍‌ଡ୍ରପରେ ସୂକ୍ଷ୍ମ ଗୋଲ୍ଡ ଫିଲିଗ୍ରି ଓ ଫ୍ଲୋରାଲ ଏମ୍ବ୍ରୋୟଡରୀ ମାଧ୍ୟମରେ ଭାରତୀୟ ଡିଜାଇନ ଐତିହ୍ୟର ଉତ୍କୃଷ୍ଟତାକୁ ପ୍ରତିଫଳନ କରୁଛି । ମଲ୍‌ହୋତ୍ରାଙ୍କ ସିଗ୍ନେଚର ମୋଟିଫ୍ ସହ ଓପୋର ଅଭିନବ ମ୍ୟାଟେରିଆଲ ଡିଜାଇନର ଫ୍ୟୁଜନ ଭାରତର ପାର୍ବଣ ଉତ୍ସାହର ଆକର୍ଷଣୀୟ ସେଲିବ୍ରେଶନରେ ଲକ୍‌ଜରୀ ଓ କାରିଗରୀକୁ ଏକତ୍ରିତ କରିଛି । ଏହି ସ୍ମାର୍ଟଫୋନ୍‌ର ବଡି ଗ୍ରାଫିକ୍ସ ଉଲ୍ଲେଖନୀୟ ଭାବେ ରାଜସ୍ଥାନ ଓ ଉତରପ୍ରଦେଶ ଭଳି ଅଂଚଳର ମୁଗଲ ଆର୍ଟ ଓ ଏମ୍ବ୍ରୋୟଡରୀ ପଦ୍ଧତି ସମେତ ଭାରତର ସମୃଦ୍ଧ କଳାତ୍ମକ ପରମ୍ପରାରୁ ଅନୁପ୍ରାଣିତ ହୋଇଛି । ଓପୋ ରେନୋ୧୨ ପ୍ରୋ ମନିଷ ମଲହୋତ୍ରା ଲିମିଟେଡ ଏଡିସନ ୧୨ଜିବି ର‌୍ୟାମ ଓ ୨୫୬ଜିବି ଷ୍ଟୋରେଜ ସହିତ ୩୬,୯୯୯ଟଙ୍କାରେ ଉପଲବ୍ଧ ହେବ । ଲିମିଟେଡ ଏଡିସନ ପାଇଁ ପ୍ରି-ଅର୍ଡର ଆରମ୍ଭ ହୋଇଯାଇଥିବାବେଳେ ଏହାର ପ୍ରଥମ ସେଲ୍ ଅକ୍ଟୋବର ୩, ୨୦୨୪ରୁ ଆରମ୍ଭ ହେବ । ଏହି ଲିମିଟେଡ ଏଡିସନ ମନିଷ ମଲ୍‌ହୋତ୍ରାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ନୂଆ ଦିୱାଲୀ ଗୋଲ୍ଡ କଲର୍ ଓପୋ ରେନୋ୧୨ ପ୍ରୋ ୫ଜି, ଏକ କଷ୍ଟମାଇଜ୍‌ଡ ବକ୍ସ ଓ ଏକ୍ସକ୍ଲୁସିଭ ୱାଲ୍‌ପେପର ସହିତ ଆସୁଛି ।

ଏହା ସମ୍ପର୍କରେ ଓପୋ ଇଣ୍ଡିଆର ପ୍ରଡକ୍ଟ କମ୍ୟୁନିକେଶନ୍ସର ମୁଖ୍ୟ ସାଭିଓ ଡିସୁଜା କହିଛନ୍ତି, “ଆମେ ଓପୋ ରେନୋ୧୨ ପ୍ରୋ ୫ଜି ମନିଷ ମଲ୍‌ହୋତ୍ରା ଲିମିଟେଡ ଏଡିସନର ଶୁଭାରମ୍ଭ କରି ଉତ୍ସାହିତ ଅଛୁ ଯାହା ସୌନ୍ଦର୍ଯ୍ୟତାକୁ କାର୍ଯ୍ୟକାରିତା ସହ ମିଶ୍ରଣ କରିଛି । ଏହି ସହଭାଗିତା ଏଭଳି ଏକ ଉତ୍ପାଦ ପ୍ରଦାନ କରିବା ପାଇଁ ମନିଷ ମଲ୍‌ହୋତ୍ରାଙ୍କ କାରିଗରୀକୁ ଓପୋର ଆଡ୍‌ଭାନ୍ସ ଟେକ୍ନୋଲୋଜି ସହ ଏକତ୍ରିତ କରିଛି ଯାହା ଉଭୟ ଷ୍ଟାଇଲିଶ ଓ ଅବିସ୍ମରଣୀୟ ଅଟେ ଏବଂ ଆମର ଲକ୍ଷିତ ଗ୍ରାହକଙ୍କ ସହ ଗଭୀର ଭାବେ ପ୍ରତିଧ୍ୱନିତ୍ୱ କରୁଛି ।” ଏହି ସହଭାଗିତା ସମ୍ପର୍କରେ ନିଜର ଉତ୍ସାହ ବ୍ୟକ୍ତ କରି ମନିଷ ମଲ୍‌ହୋତ୍ରା କହିଛନ୍ତି, ମୁଁ ସବୁବେଳେ ପରମ୍ପରା ଏବଂ ଐଶ୍ୱର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଆସିଛି ଏବଂ ଓପୋ ଇଣ୍ଡିଆ ସହିତ ଏହି ସହଯୋଗ ସେହି ସ୍ୱପ୍ନକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିଛି । ଓପୋ ରେନୋ୧୨ ପ୍ରୋ ଲିମିଟେଡ୍ ଏଡିସନ୍ ଓପୋ ଟେବୁଲକୁ ଆଣିଥିବା ଉତ୍କୃଷ୍ଟ କାରିଗରୀ କୌଶଳ ସହିତ ଜଟିଳ ବିବରଣୀ ପାଇଁ ମୋର ଆଗ୍ରହକୁ ବୃଦ୍ଧି କରିଛି । ଏହାର ବିଳାସପୂର୍ଣ୍ଣ ଡିଜାଇନ୍ ସହିତ, ସୌନ୍ଦର୍ଯ୍ୟ, ସୁନ୍ଦରତା ଏବଂ ଉତ୍ସବର ମିଶ୍ରଣ ସହିତ ଏହି ଫୋନ୍ ପାର୍ବଣ ଋତୁ ପାଇଁ ଉପଯୁକ୍ତ ସାଥୀ ଅଟେ ।” ମନିଷ ମଲ୍‌ହୋତ୍ରା ଏଡିସନ ଏକ ରେନୋ ବ୍ୟାକ୍‌ର ସାଧାରଣ ୬ ସ୍ତରୀୟ ନିର୍ମାଣ ତୁଳନାରେ ୮ ସ୍ତରୀୟ ପ୍ରକ୍ରିୟାର ବ୍ୟବହାର କରିଛି ଯେଉଁଥିରେ ଦୁଇଟି ସ୍ତରର ପ୍ଲେଟିଙ୍ଗ୍ (ଗୋଲ୍ଡ ପାଇଁ ଗୋଟିଏ ଓ ବ୍ଲାକ୍ ପାଇଁ ଗୋଟିଏ) ସହିତ ୟୁଭି ଟେକ୍ସଚରିଙ୍ଗ୍‌, କାଉଂଟରପଏଂଟ୍ ସ୍କ୍ରିନ ପ୍ରିଂଟିଙ୍ଗ ଓ ଷ୍ଟେରିଓ ଏଚ୍‌ଡ ଗ୍ଲାସ ସାମିଲ ରହିଛି ।

ଗ୍ରାହକମାନେ ଏସବିଆଇ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଆରବିଏଲ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ, ବ୍ୟାଙ୍କ ଅଫ ବରୋଦା କାର୍ଡ ଏବଂ ଡିବିଏସରେ ଅଗ୍ରଣୀ ବ୍ୟାଙ୍କ କାର୍ଡ (ଡେବିଟ / କ୍ରେଡିଟ) ସହିତ ଫ୍ଲିପକାର୍ଟ, ଓପୋ ଇ-ଷ୍ଟୋର ଏବଂ ମେନଲାଇନ୍ ରିଟେଲରମାନଙ୍କରେ ୧୦% ପର୍ଯ୍ୟନ୍ତ ତତ୍କାଳ କ୍ୟାସବ୍ୟାକ୍ ପାଇପାରିବେ । ଏହାବ୍ୟତୀତ, ଗ୍ରାହକମାନେ ୩ ଏବଂ ୬-ମାସର ନୋ-କଷ୍ଟ ଇଏମଆଇ ପ୍ଲାନ୍ ସହିତ ୯, ୧୨ ଏବଂ ୧୮-ମାସର କମ୍ ମୂଲ୍ୟର ଇଏମଆଇ ବିକଳ୍ପ ସହିତ ସୁବିଧାଜନକ ଦେୟ ବିକଳ୍ପରୁ ଉପକୃତ ହୋଇପାରିବେ । ଗ୍ରାହକମାନେ ଅଗ୍ରଣୀ ଫାଇନାନ୍ସରଙ୍କ ଠାରୁ ୧୨ ମାସ ପର୍ଯ୍ୟନ୍ତ ଜିରୋ ଡାଉନ ପେମେଂଟ ସ୍କିମର ଲାଭ ଉଠାଇପାରିବେ । ଏହି ପାର୍ବଣ ଋତୁରେ, ଓପୋ ଗ୍ରାହକମାନଙ୍କୁ ଆନନ୍ଦିତ କରିବା ପାଇଁ ‘ମାଇଁ ଓପୋ ଏକ୍ସକ୍ଲୁସିଭ ୧୦ ଲକ୍ଷ ଟଙ୍କାର ରାଫଲେ\’ ଉପସ୍ଥାପନ କରିଛି, ଯାହା ଅକ୍ଟୋବର ପହିଲାରୁ ୭ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିବ । ମାଇଁ ଓପୋ ଆପରେ ନାମ ପଞ୍ଜୀକରଣ କରି ପ୍ରତିଯୋଗୀମାନେ ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର, ଓପୋ ଫାଇଣ୍ଡ ଏନ୩ ଫ୍ଲିପ, ଓପୋ ପ୍ୟାଡ ସମେତ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇବେ ।


Spread the love

Leave A Reply

Your email address will not be published.