ଭୁବନେଶ୍ୱର : ଇନ୍ଫିନିଟି ଗ୍ରୁପ୍ ପକ୍ଷରୁ ବାର୍ଦ୍ଧକ୍ୟ ସମ୍ବନ୍ଧିତ ଚିକିତ୍ସା ଯତ୍ନ ଓ ସୁସ୍ଥତା କ୍ଷେତ୍ରରେ ସିଏସ୍ଆର୍ ସୁଯୋଗଗୁଡିକ ଉପରେ ଏକ ରାଉଣ୍ଡଟେବୁଲ ବୈଠକ ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସକୁ ସ୍ମରଣୀୟ କରିବା ପାଇଁ ଗୋଲ୍ଡେନ ଇୟର୍ସ-ନ୍ୟୁ ହରାଇଜୋନକୁ ସଶକ୍ତ କରିବା ଉପରେ ଏକ ସ୍ୱତନ୍ତ୍ର ଧ୍ୟାନ ସହିତ ଏହା ଆୟୋଜିତ ହୋଇଛି । ବୟସ୍କ ବ୍ୟକ୍ତିମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକର ସମାଧାନ କ୍ଷେତ୍ରରେ ସିଏସ୍ଆର୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି କାର୍ଯ୍ୟକ୍ରମ ଆଲୋକପାତ କରିଛି । ଏହି ରାଉଣ୍ଡଟେବୁଲରେ ୧୩ ଜଣ ବିଶିଷ୍ଟ ବକ୍ତା ଯେପରିକି ବେଦାନ୍ତ ଇନ୍ଷ୍ଟିଚ୍ୟୁଟ୍ର ବେଦାନ୍ତ ସ୍କୋଲାର ଓ କର୍ପୋରେଟ ରିସୋର୍ସ ଏଲ୍.ରାମାସ୍ୱାମୀ, ଆଲ୍ଜାଇମର୍ସ ଆଣ୍ଡ ରିଲେଟେଡ ଡିଜଅର୍ଡର୍ସ ସୋସାଇଟି ଅଫ୍ ଇଣ୍ଡିଆର ସଚିବ ନିଳାଞ୍ଜନା ମୌଳିକ୍, କୋଲ୍କାତାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସେସ୍ର କନ୍ସଲ୍ଟାଂଟ ନ୍ୟୁରୋଲୋଜିଷ୍ଟ ଡଃ ସିଦ୍ଧାର୍ଥ ଶଙ୍କର ଆନନ୍ଦ ପ୍ରମୁଖ ସାମିଲ ଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ଇଂଟରଜେନେରେଶ୍ନାଲ ବା ଆନ୍ତଃ ପିଢିଗତ ଏକତା ମାଧ୍ୟମରେ ସଶକ୍ତ କରିବା ଏବଂ ବୟସ୍କ ଜନସଂଖ୍ୟା ପାଇଁ ଜେରିଆଟ୍ରିକ କେୟାର ମଡେଲଗୁଡିକୁ ରୁପାନ୍ତର କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବକ୍ତାମାନେ ଅଭିନବ ସୁସ୍ଥତା କାର୍ଯ୍ୟକ୍ରମ ପାଇଁ ସିଏସ୍ଆର୍ ପଦକ୍ଷେପ ଓ ଫଣ୍ଡିଙ୍ଗ୍ର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା, ଭାବନାତ୍ମକ ଓ ସାମାଜିକ ଆବଶ୍ୟକତାକୁ ପୂରଣ କରୁଛି । ଏହି ଅବସରରେ ଇନ୍ଫିନିଟି ଗ୍ରୁପରେ ମାର୍କେଟିଂ ବିଭାଗର ଉପାଧ୍ୟକ୍ଷ ଅନିନ୍ଦା ଦାସ କୋଲ୍କାତାର ଜାଗ୍ରୁତି ଧାମଠାରେ ଜୀବଗ୍ରାମର ଶୁଭାରମ୍ଭ ଘୋଷଣା କରିଛନ୍ତି । ଜାଗ୍ରୃତି ଧାମ ଓ ବଂଚ୍ବୋ ହିଲିଂ ଟଚ୍ ଫାଉଣ୍ଡେଶନ ପକ୍ଷରୁ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ୱେଲ୍ନେସ ୟୁଟ୍ୟୁବ୍ ଚ୍ୟାନେଲ ‘ଏଜ୍ ୱେଲ୍-ଲିଭ୍ ୱେଲ୍’ ଲଂଚ୍ କରାଯାଇଛି । ଏସମ୍ପର୍କରେ ଇନ୍ଫିନିଟି ଗ୍ରୁପ୍ର ନିର୍ଦ୍ଦେଶକ ପୁଲକ ଚାମରିଆ କହିଛନ୍ତି , “ ଭାରତର ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଏହି ରାଉଣ୍ଡଟେବୁଲ ଆଲୋଚନା ବରିଷ୍ଠ ନାଗରିକଙ୍କ ପାଇଁ ଜୀବନର ମାନକୁ ଉନ୍ନତ କରିବା ଲାଗି ସ୍ଥାୟୀ ସିଏସ୍ଆର୍-ଚାଳିତ ସମାଧାନ ବିକଶିତ କରିବା ଉପରେ ଗୁରୁତ୍ୱ ଦେଇଥିଲା ।”