ଭୁବନେଶ୍ୱର: ଚଳିତ ଦୀପାବଳିରେ ଓପୋ ଇଣ୍ଡିଆ ଏହାର ନୂଆ କ୍ୟାମ୍ପେନ ହାସ୍ଟ୍ୟାଗ ବିଶ୍ୱାସକାଦୀପ ସହିତ ପାର୍ବଣ ଉତ୍ସାହକୁ ବୃଦ୍ଧି କରିଛି । ଏକ ଚିତାକର୍ଷକ ଫିଲ୍ମ ଓ ନିୟୋଜିତ ଡିଜିଟାଲ ଅନୁଭୂତିଗୁଡିକର ଏକ ସିରିଜ ମାଧ୍ୟମରେ ଏହି କ୍ୟାମ୍ପେନ ଭାରତରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବକୁ ଅନ୍ୱେଷଣ କରିଛି, ବିବିଧତା ମଧ୍ୟରେ ଏକତାର ମହତ୍ୱକୁ କ୍ୟାପ୍ଚର କରିଛି । “ପ୍ରତ୍ୟେକ ଦୀପାବଳି ବିଶ୍ୱାସର ଏକ ଦୀପ ପ୍ରଜ୍ଜ୍ୱଳିତ କରିଥାଏ” ବାର୍ତା ସହିତ ଏହା ଗଭୀର ବିଶ୍ୱାସ ଓ ଆଶାକୁ ପାଳନ କରିଛି । ଏହି ବିଜ୍ଞାପନ ଫିଲ୍ମ ଓପୋ ଇଣ୍ଡିଆର ୟୁଟ୍ୟୁବ, ଇନ୍ଷ୍ଟାଗ୍ରାମ, ଓଟିଟି ପ୍ଲାଟ୍ଫର୍ମ ଓ ସିନେମାରେ ଲାଇଭ୍ ରହିଛି, ଯେଉଁଥିରେ ଦର୍ଶକମାନେ ବିଭିନ୍ନ ଅଂଚଳଗୁଡିକର ଏକ ଉତ୍ସାହପୂର୍ଣ୍ଣ ଯାତ୍ରା ଦେଖିପାରିବେ । ଏହା ରାଜସ୍ଥାନର ବାଲି ଓ ଧୂଳିର ଭୂମିରୁ ଆରମ୍ଭ ହୋଇ ହିମାଚଳ ପ୍ରଦେଶର ଶାନ୍ତ ପର୍ବତମାଳାକୁ ବ୍ୟାପ୍ତ ହୋଇଛି । ଓପୋ ଇଣ୍ଡିଆ ପକ୍ଷରୁ ଏକ ଇଂଟରାକ୍ଟିଭ ମାଇକ୍ରୋସାଇଟରର ଶୁଭାରମ୍ଭ କରାଯାଇଛି ଯେଉଁଠାରେ ଉପଭୋକ୍ତାମାନେ ଦିଲ୍ଲୀ, ଉତରପ୍ରଦେଶ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ସ୍ୱତନ୍ତ୍ର ଦୀପାବଳି ପରମ୍ପରାଗୁଡିକୁ ଅନ୍ୱେଷଣ କରିପାରିବେ ଏବଂ ନିଜର ଏଆଇ -ପରିଚାଳିତ ଫେଷ୍ଟିଭ ପୋଷ୍ଟକାର୍ଡଗୁଡିକୁ ତିଆରି କରିପାରିବେ । ଏହି କ୍ୟାମ୍ପେନରେ ଓପୋ ଇଣ୍ଡିଆର ନୂତନ ଶୃଙ୍ଖଳା ରେନୋ୧୨ ପ୍ରୋ ୫ଜି, ଏଫ୨୭ ପ୍ରୋ+୫ଜି ଓ ଏ୩ ପ୍ରୋ ୫ଜି ସାମିଲ ରହିଛି ।
ଏସମ୍ପର୍କରେ ଓପୋ ଇଣ୍ଡିଆର ବ୍ରାଣ୍ଡ ମାର୍କେଟିଙ୍ଗ ମୁଖ୍ୟ କରନ ଦୁଆ କହିଛନ୍ତି, “ହାସ୍ଟ୍ୟାଗ ବିଶ୍ୱାସକାଦୀପ ସହିତ ଆମେ ଦୀପାବଳିର ବିବିଧ ସାଂସ୍କୃତିକ ମହତ୍ୱକୁ ଏକତ୍ରିତ କରିଛୁ । ଏହି କ୍ୟାମ୍ପେନର ଅଂଶ ଭାବେ ଆମେ ଏକ ଇଂଟରାକ୍ଟିଭ ମାଇକ୍ରୋସାଇଟ୍ ସୃଷ୍ଟି କରିଛୁ ଯାହା ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କୁ ବିଭିନ୍ନ ଅଂଚଳର ଦୀପାବଳିକୁ ଅନ୍ୱେଷଣ କରିବା ଏବଂ ନିଜର ଏଆଇ- ପରିଚାଳିତ ଫେଷ୍ଟିଭ ପୋଷ୍ଟକାର୍ଡ ସୃଷ୍ଟି କରିବା ପାଇଁ ଅନୁମତି ଦେଉଛି ।” ଏହି ଶୁଭ ଋତୁ ପାଇଁ ଓପୋ ଇଣ୍ଡିଆ ପକ୍ଷରୁ ଏହାର ‘ପେ ୦, ୱରି ୦, ୱିନ ଟଙ୍କା.୧୦ଲକ୍ଷ’ ଅଫର୍ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ରେନୋ୧୨ ପ୍ରୋ ୫ଜି ଓ ଏଫ୨୭ ପ୍ରୋ+୫ଜି ଭଳି ଓପୋ ସ୍ମାର୍ଟଫୋନ୍ଗୁଡିକର କ୍ରୟ ଉପରେ ନୋ-କଷ୍ଟ ଇଏମ୍ଆଇ, ଜିରୋ ଡାଉନ ପେମେଂଟ, ଜିରୋ ପ୍ରୋସେସିଂ ଫି’ ଓ ଇନ୍ଷ୍ଟାଂଟ କ୍ୟାଶବ୍ୟାକ ଆଦି ସାମିଲ ରହିଛି । ଏହି ଅଫର୍ଗୁଡିକ ଓପୋ ଇଣ୍ଡିଆ ରିଟେଲ ଷ୍ଟୋର, ଓପୋ ଇ-ଷ୍ଟୋର, ଫ୍ଲିପ୍କାର୍ଟ, ଆମାଜନରେ ଆସନ୍ତା ୫ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ୭ ନଭେମ୍ବର ୨୦୨୪ ପୂର୍ବରୁ ଓପୋ ସ୍ମାର୍ଟଫୋନ କିଣୁଥିବା ଗ୍ରାହକମାନେ ସ୍ୱୟଂଚାଳିତ ଭାବେ ‘ମାଇଁ ଓପୋ ଏକ୍ସକ୍ଲୁସିଭ ରାଫଲ୍’ ପାଇଁ ଯୋଗ୍ୟ ବିବେଚିତ ହେବ ଏବଂ ୧୦ ଲକ୍ଷ ଟଙ୍କା , ଓପୋ ଫାଇଣ୍ଡଏନ୩ ଫ୍ଲିପ ଫୋଲ୍ଡେବୁଲ ସ୍ମାର୍ଟଫୋନ୍, ଏନକୋ ବଡସ୨ ଟିଡବ୍ଲୁଏସ, ଓପୋ ପ୍ୟାଡସ, ଏକ ସ୍କ୍ରିନ ପ୍ରୋଟେକ୍ସନ ପ୍ଲାନ, ଓପୋ କେୟାର+ ସବ୍ସ୍କ୍ରିପଶନ, ରିୱାର୍ଡ ପଏଂଟ ଓ ଅନ୍ୟାନ୍ୟ ନଗଦ ପୁରସ୍କାର ଜିତିବା ପାଇଁ ଏକ ସୁଯୋଗ ହାସଲ କରିବେ ।
୍ଣ
ରନୋ ୧୨ ପ୍ରୋ ୫ଜି ଓ ଏଫ୨୭ ପ୍ରୋ+୫ଜି ସମେତ ଲୋକପ୍ରିୟ ଓପୋ ଇଣ୍ଡିଆ ସ୍ମାର୍ଟଫୋନ୍ଗୁଡିକ ଉପରେ ଗ୍ରାହକମାନେ ୧୨ ମାସ ପର୍ଯ୍ୟନ୍ତ ନୋ-କଷ୍ଟ୍ ଇଏମ୍ଆଇ ପ୍ଲାନ ଏବଂ ୧୮ ମାସ ଓ ୨୪ ମାସ ପର୍ଯ୍ୟନ୍ତ ଲୋ-କଷ୍ଟ୍ ଇଏମ୍ଆଇ ବିକଳ୍ପ ସହିତ ସହଜ ପେମେଂଟ ବିକଳ୍ପ ହାସଲ କରିପାରିବେ । ଗ୍ରାହକମାନେ ବଜାଜ ଫାଇନାନ୍ସ, ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ, ଏଚ୍ଡିବି ଫାଇନାନ୍ସ, ଟିଭିଏସ୍ ଫାଇନାନ୍ସ ଓ କୋଟାକ ବ୍ୟାଙ୍କ ଭଳି ଅଗ୍ରଣୀ ପାର୍ଟନରଙ୍କଠାରୁ ୬ ରୁ ୯ ମାସ ଅବଧି ଉପରେ ପ୍ରଯୁଜ୍ୟ ଜିରୋ ପ୍ରୋସେସିଂ ଫି’ ସ୍କିମରୁ ଲାଭାନ୍ୱିତ ହୋଇପାରିବେ । ଗ୍ରାହକମାନେ ୧୧ କିମ୍ବା ୧୨ ମାସ ପର୍ଯ୍ୟନ୍ତ ଅବଧି ପାଇଁ ଜିରୋ ଡାଉନ ପେମେଂଟ ସ୍କିମ ମଧ୍ୟ ଚୟନ କରିପାରିବେ । ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍ବିଆଇ, ବ୍ୟାଙ୍କ ଅଫ୍ ବରୋଦା, ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ, ଆର୍ବିଏଲ୍ ବ୍ୟାଙ୍କ, ଡିବିଏସ୍ ଓ ଫେଡେରାଲ ବ୍ୟାଙ୍କଗୁଡିକର ବ୍ୟାଙ୍କ କାର୍ଡ ସହିତ ଇଏମ୍ଆଇ ଓ ଅଣ ଇଏମ୍ଆଇ ଟ୍ରାଞ୍ଜାକ୍ସନଗୁଡିକ ଉପରେ ୧୦% ର ଇନ୍ଷ୍ଟାଂଟ କ୍ୟାଶବ୍ୟାକ ଲାଭ ପାଇପାରିବେ । ଟିଭିଏସ୍ କ୍ରେଡିଟ୍ରେ ଏଫ୨୭ ପ୍ରୋ+୫ଜି ଓ ରେନୋ୧୨ ସିରିଜ ଉପରେ ୧୯୯୯ ଟଙ୍କାରେ ଫିକ୍ସଡ ଇଏମ୍ଆଇ ସ୍କିମ୍ ରହିଛି ।