ବାଲିଯାତ୍ରା ପରିଚାଳନା ଟେଣ୍ଡରରେ ଅନିୟମିତତାନେଇ ଅଭିଯୋଗ

Spread the love

ଭୁବନେଶ୍ୱର/କଟକ: ନିକଟରେ ହେବାକୁଥିବା ବିଶ୍ୱ ପ୍ରଶିଦ୍ଧ କଟକ ବାଲିଯାତ୍ରା ଟେଣ୍ଡରରେ ଅନିୟମିତତାନେଇ ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ଆଣିଛନ୍ତି ପ୍ରିଲ୍ୟୁଡ଼ ଏଜେନ୍ସି ଏବଂ ଏଥି ସହିତ ସଂସ୍ଥା ପକ୍ଷରୁ ରାଜ୍ୟ ରାଜସ୍ୱ ଏବଂ ପରିଚାଳନା ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ସୂଚନା ମୁତାବକ ଚଳିତ ବର୍ଷ ବାଲିଯାତ୍ରା ପରିଚାଳନା ପାଇଁ ମୋଟ ୭ଟି ସଂସ୍ଥା ଟେଣ୍ଡର ପକାଇଥିବାବେଳେ ସେଥିରୁ ତିନୋଟି ଏଜେନ୍ସି ଓଡ଼ିଶାର ଏବଂ ଅନ୍ୟ ୪ଟି ଦିଲ୍ଲୀର । ପରେ ଗୋଟିଏ ଏଜେନ୍ସି ଟେଣ୍ଡର ପ୍ରକ୍ରିୟାରୁ ଓହରିଯାଇଥିବାବେଳେ ବାକି ୬ଟି ଏଜେନ୍ସିର ବିଡ଼କୁ ବିଚାରକୁ ନିଆଯାଇଥିଲା ।
ଉକ୍ତ ବିଡ଼ରେ ଅନ୍ତର୍ଭୂକ୍ତ ସଂସ୍ଥା ଯେପରିକି, ଦିପାଳୀ ଡ଼ିଜାଇନ୍ ୧୦ କୋଟି ୯୯ ଲକ୍ଷ ୯ ହଜାର ୫୧୦ ଟଙ୍କା, ସେୟାର୍ଡ଼ ଆଡ଼ଭଟାଇଜ ୮ କୋଟି ୧୫ ଲକ୍ଷ ୬୯ ହଜାର ୧୧୫ ଟଙ୍କା, କଲେକ୍ଟିଭ୍ ୫ କୋଟି ୬୬ ଲକ୍ଷ ୧୩ ହଜାର ୫୦ ଟଙ୍କା, ସେଲିବ୍ରେସନ୍ ଲାଇଭ ୪ କୋଟି ୧୧ ଲକ୍ଷ ୩୭ ହଜାର, ପ୍ରିଲ୍ୟୁଡ଼ ୩ କୋଟି ୫୧ ଲକ୍ଷ ୫୬୯ ଟଙ୍କାର ବିଡ଼ ସହ ଆବେଦନ କରିଥିଲେ । ତେଣୁ ସର୍ବନିମ୍ନ ମୂଲ୍ୟ ଆଧାରରେ ପ୍ରିଲ୍ୟୁଡ଼ ଏଜେନ୍ସିକୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଦିଆଯିବବୋଲି ଜଣାପଡ଼ିଥିଲା । କିନ୍ତୁ ଟେକ୍ନିକାଲ ଇଭାଲ୍ୟୁଏସନ୍ ମାର୍କ ଘୋଷଣା କରାଗଲା ନାହିଁ । ହଠାତ୍ ସେଲିବ୍ରେସନକୁ ବାଲିଯାତ୍ରା ଦିଆଯିବା ସ୍ଥିର କରାଗଲା । ଅଭିଯୋଗ ଉଠିଛିଯେ ଗୋଟିଏ ସଂସ୍ଥାକୁ ଏଲ ୧ ଭାବେ ଘୋଷଣା କରିବାର ୧୫ ମିନିଟ୍ ପରେ ଆଉ ଏକ ସଂସ୍ଥାକୁ ଚୂଡ଼ାନ୍ତ କରାଗଲା । ଏଲ ୧ ଏବଂ ଏଲ ୨ ମଧ୍ୟରେ ପାଖାପାଖି ୬୦ ଲକ୍ଷ ଟଙ୍କାର ଫରକ ଥିବାବେଳେ କେଉଁ ଆଧାରରେ ଅଧିକ ଟଙ୍କା ଦାବି କରିଥିବା ଏଜେନ୍ସିକୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।
ଉକ୍ତ ବିଭ୍ରାଟକୁ ନେଇ ଅଭିଯୋଗ ଆଣିଛି ପ୍ରିଲ୍ୟୁଡ଼ ଏବଂ ସଂସ୍ଥାର ନିର୍ଦ୍ଦେଶକ, କ୍ଷେତ୍ରମୋହନ ନନ୍ଦ ଏବାବଦରେ ରାଜସ୍ୱ ମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ଉନ୍ନୟନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଆଣିଛନ୍ତି । ଉକ୍ତ ଟେଣ୍ଡରର ସ୍ୱଚ୍ଛତାକୁନେଇ ଶ୍ରୀ ନନ୍ଦ ପ୍ରଶ୍ନ ଉଠାଇ ଏହାର ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ସମ୍ପୁର୍ଣ୍ଣ ସ୍ୱଛତାରସହ କରାଯାଇଛି ଏବଂ ଏଥିରେ କୌଣସି ତ୍ରୁଟି ବା ବିଭ୍ରାଟ ନାହିଁ ।

 


Spread the love

Leave A Reply

Your email address will not be published.