ସିଏସଆଇଆର ନେଟ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଓଡ଼ିଶା ମାଛ ଧରାଳିଙ୍କ ପୁଅ

Spread the love

ଭୁବନେଶ୍ୱର: ଓଡିଶାର ଜଣେ ମାଛ ଧରାଳିଙ୍କ ପୁଅ ୨୪ ବର୍ଷୀୟ ମନୋଜ ବାର ସିଏସଆଇଆର ନେଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୧୫ ତମ ସ୍ଥାନ ହାସଲ କରିଛନ୍ତି । ଏବେ ସେ ନିଜର ପିଏଚଡି ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ନିଜର ଏହି ସଫଳତା ପାଇଁ ମନୋଜ ଫିଜିକ୍ସୱାଲା ଏବଂ ଏହାର ପ୍ରତିଷ୍ଠାତା ଅଲଖ ସାରଙ୍କ ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପିଲାଟି ବେଳୁ ମନୋଜ ପାଠ ପଢା କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରତ୍ୟେକ ଦିନ ଇଂଟରନେଟ ସୁବିଧା ପାଇଁ ସେ ୨ କିମି ଚାଲି ଚାଲି ଜଣେ ସାଙ୍ଗଙ୍କ ଘରକୁ ଯାଇ ସେଠାରେ ପାଠ୍ୟକ୍ରମ ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ଡାଉନଲୋଡ କରନ୍ତି ଏବଂ ତାକୁ ଘରେ ଆସି ପଢିବା ସହ ସମୀକ୍ଷା କରନ୍ତି । କଲେଜ ପଢୁଥିବା ସମୟରେ ପ୍ରତ୍ୟେକ ଦିନ ୩୦ କିମି ଯାତ୍ରା କରୁଥିଲେ ।


ପରିବାରର ଆର୍ଥିକ ସ୍ଥିରତା ପାଇଁ ସେ ଛୋଟ ପିଲାଙ୍କୁ ଟ୍ୟୁସନ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ମାସକୁ ୬୦୦୦-୭୦୦୦ ଟଙ୍କା ରୋଜଗାର କରୁଥିଲେ । ପରବର୍ତୀ ସମୟରେ ସେ ସ୍ଥାନୀୟ କୋଚିଂ ସେଂଟରରେ ହାଇସ୍କୁଲ ପିଲାଙ୍କୁ ପାଠ ପଢାଇବା ଆରମ୍ଭ କରିଥିବାବେଳେ ଅନ୍ୟପଟେ ମା’ ନିୟତୀ ପ୍ରତ୍ୟେକ ମାଛ ଜାଲକୁ ସିଲେଇ କରିବା ପିଛା ୨୦ଟଙ୍କା ନେଉଥିଲେ । ମନୋଜଙ୍କ ସ୍ୱପ୍ନ ସାକାର କରିବା ପାଇଁ ତାଙ୍କ ପରିବାର ଲୋକ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ହାଇସ୍କୁଲ ପରେ ସେ ମତ୍ସଜୀବୀ ବୃତି ଆପଣାଇ ଆୟ କରିବାକୁ ଚାହୁଁଥିବାବେଳେ ତାଙ୍କ ମା’ ପାଠ ପଢା ଚାଲୁ ରଖିବା ପାଇଁ ଉତ୍ସାହିତ କରିଥିଲେ । ନିଜ ଶିକ୍ଷକଙ୍କ ଦ୍ୱାରା ପ୍ରେରିତ ହୋଇ, ସୀମିତ ସମ୍ବଳ ଏବଂ ସଚେତନ ଅଭାବ ସତ୍ୱେ ମନୋଜ ଜେଇଇ ଏବଂ ଏନଇଇଟ ପାଇଁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଫିଜିକ୍ସ ୱାଲାର (ପିଡବ୍ଲୁ) ସୋଧ ବ୍ୟାଚରେ ଯୋଗ ଦେଇଥିଲେ , ଯେଉଁଠାରେ ସେ ଅଲଖ ସାର, ବିପିନ ସାର ଏବଂ ପଂକଜ ସାରଙ୍କ ଭଳି ପରାମର୍ଶଦାତାଙ୍କ ସମର୍ଥନ ହାସଲ କରିଥିଲେ । ସେ ଆଇଆଇଟି ଏବଂ ସିଏସଆଇଆର ଲ୍ୟାବ ଭଳି ଅନୁଷ୍ଠାନରେ ଅଧ୍ୟାପନା ଏବଂ ଗବେଷଣା କରିବାକୁ ଇଚ୍ଛା ରଖିଥିବା ବେଳେ ତାଙ୍କର ତତ୍କାଳ ପ୍ରାଥମିକତା ହେଉଛି ତାଙ୍କର ଶିକ୍ଷାଗତ ଯାତ୍ରାର ପରବର୍ତୀ ପର୍ଯ୍ୟାୟ ଆରମ୍ଭ କରିବା ସମୟରେ ତାଙ୍କ ପରିବାର ପାଇଁ ସ୍ଥିରତା ସୁନିଶ୍ଚିତ କରିବା ।

 


Spread the love

Leave A Reply

Your email address will not be published.