ଭୁବନେଶ୍ୱର: ଫୋନପେ ପକ୍ଷରୁ ଏହାର ଆପରେ ୟୁପିଆଇ ସର୍କଲର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହା ଏହାର ୟୁଜରମାନଙ୍କୁ ଏକ ସର୍କଲ ସୃଷ୍ଟି କରିବାକୁ ଏବଂ ସେମାନଙ୍କ ପରିବାର, ବନ୍ଧୁ କିମ୍ବା ବିଶ୍ୱସ୍ତ କଂଟାକ୍ଟଗୁଡ଼ିକ ତରଫରୁ ପେମେଂଟ କରିବାକୁ ଦେଇଥାଏ । ୟୁପିଆଇ ସର୍କଲ ନିର୍ଭରଶୀଳମାନଙ୍କୁ ଏକ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଂଟର ଆବଶ୍ୟକତା ବିନା ସେମାନଙ୍କର ନିଜସ୍ୱ ୟୁପିଆଇ ଆଇଡି ସୃଷ୍ଟି କରିବାକୁ ସକ୍ଷମ କରେ, ଯାହା ଫଳରେ ଡିଜିଟାଲ ଫାଇନାନ୍ସିଆଲ ସେବାଗୁଡ଼ିକରେ ସୀମିତ ଆକ୍ସେସ ଥିବା ଲୋକଙ୍କ ପାଇଁ ସୁରକ୍ଷିତ ଅନଲାଇନ ପେମେଂଟ ସମାଧାନର ସୁଯୋଗ ଉପଲବ୍ଧ ହୋଇଥାଏ ।
ଫୋନପେରେ ୟୁପିଆଇ ସର୍କଲ ବ୍ୟବହାର କରି, ଜଣେ ୟୁପିଆଇ ଆକାଉଂଟଧାରୀ (ପ୍ରାଥମିକ ୟୁଜର), ୟୁପିଆଇ ଆଇଡି କିମ୍ବା କ୍ୟୁଆର କୋଡ ବ୍ୟବହାର କରି ସେମାନଙ୍କ ସର୍କଲରେ ସେମାନଙ୍କ ପରିବାର / ବିଶ୍ୱସ୍ତ ବ୍ୟକ୍ତି (ସେକେଣ୍ଡାରୀ ୟୁଜର) ଯୋଡ଼ିପାରିବେ ଏବଂ ଯେକୌଣସି ସ୍ଥାନରୁ ସେମାନଙ୍କ ପାଇଁ ସହଜରେ ପେମେଂଟ ଅନୁମୋଦନ କରିପାରିବେ । ଏହାର ବ୍ୟବହାର ଉପରେ ପ୍ରାଇମେରୀ ୟୁଜରଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥାଏ । ଯେଉଁଥିରେ ସେମାନଙ୍କ ପାଖରେ ପେମେଂଟ ଅନୁରୋଧ ସମୀକ୍ଷା କରିବାର କ୍ଷମତା, ସେକେଣ୍ଡାରୀ ୟୁଜରଙ୍କ ଖର୍ଚ୍ଚକୁ ଟ୍ରାକ କରିବା, ପ୍ରତ୍ୟେକ ସର୍କଲ ମଧ୍ୟରେ ପେମେଂଟ ବିବରଣୀର ରେକର୍ଡର ସୁରକ୍ଷିତ ଆକ୍ସେସ ପାଇବା ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କର ୟୁପିଆଇ ସର୍କଲରୁ ଆକ୍ସେସ ହଟାଇବା କ୍ଷମତା ଅନ୍ତର୍ଭୁକ୍ତ । ଏହା ଫୋନପେ ୟୁଜର ଏବଂ ସେମାନଙ୍କର ବିଶ୍ୱସ୍ତ ସମ୍ପର୍କୀୟମାନଙ୍କ ପାଇଁ ଦୈନନ୍ଦିନ ଟ୍ରାଞ୍ଜାକସନକୁ ସରଳ କରିଥାଏ ।
ଏହି ବିଶେଷ ଫିଚରର ଶୁଭାରମ୍ଭ ଅବସରରେ ଫୋନପେ କଞ୍ଜୁମର ପେମେଂଟ ଚିଫ ବିଜନେସ ଅଫିସର ସୋନିକା ଚନ୍ଦ୍ର କହିଛନ୍ତି, “ବ୍ୟାଙ୍କିଂ ବ୍ୟବସ୍ଥାର ସୁବିଧାରୁ ବଂଚିତ ଏବଂ ଏହି ଇକୋସିଷ୍ଟମରେ ନୂତନ ବ୍ୟକ୍ତିମାନଙ୍କ ପାଇଁ ଡିଜିଟାଲ ପେମେଂଟର ସହଜତା ଏବଂ ସୁବିଧା ବିସ୍ତାର କ୍ଷେତ୍ରରେ ୟପୁିଆଇ ସର୍କଲ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସୁବିଧା ମାଧ୍ୟମରେ ଅଭିଭାବକମାନେ ସେମାନଙ୍କ କଲେଜ ଯାଉଥିବା ପିଲାମାନଙ୍କୁ ଖର୍ଚ୍ଚ ପଠାଇ ପାରିବେ, ଡିଜିଟାଲ ପେମେଂଟରେ ଅସୁବିଧା ଭୋଗ କରୁଥିବା ବୃଦ୍ଧ ପିତାମାତାଙ୍କ ପକ୍ଷରୁ କିମ୍ବା ଘରକାମରେ ବ୍ୟସ୍ତ ଥିବା ଲୋକଙ୍କ ପକ୍ଷରୁ ପେମେଂଟ କରିପାରିବେ । ୟୁପିଆଇ ଷ୍ଟେକର ଏହି ଅଭିନବ ସଂଯୋଜନ ସାମୁହିକ ଖର୍ଚ୍ଚକୁ ସରଳ କରିଥାଏ ଏବଂ ୟୁଜରମାନଙ୍କୁ ବିଶ୍ୱସ୍ତ ପେମେଂଟ ସର୍କଲ ସୃଷ୍ଟି କରିବାକୁ ସକ୍ଷମ କରିଥାଏ । ଯାହା ସେମାନଙ୍କର ଆର୍ôଥକ ପାରସ୍ପରିକ ସମ୍ପର୍କକୁ ଶୃଙ୍ଖଳିତ କରିଥାଏ । ଆମର ବିଶ୍ୱାସ ଯେ ଏହା ମାଧ୍ୟମରେ ସମଗ୍ର ଭାରତରେ ୟୁପିଆଇ ବ୍ୟବହାର ଅଧିକ ତ୍ୱରାନ୍ୱିତ ହେବ ।”
ଫୋନପେ ୟୁଜରମାନେ ୟୁପିଆଇ ସର୍କଲ ଆକ୍ଟିଭ କରିବା ପାଇଁ ପ୍ରଥମେ ଫୋନପେ ଆପ ଖୋଲିବେ । ସେଠାରେ ହୋମ ସ୍କ୍ରିନରେ ୟୁପିଆଇ ସର୍କଲ ସକ୍ଷମ କରିବାର ବିକଳ୍ପ ମିଳିବ । ଦ୍ୱିତୀୟରେ ୟୁପିଆଇ ସର୍କଲ ସେଟଅପ କରିବାକୁ ଏବଂ ସେକେଣ୍ଡାରୀ ୟୁଜରମାନଙ୍କୁ ଲିଙ୍କ କରିବାକୁ, ସେମାନଙ୍କର କ୍ୟୁଆର କୋଡ ସ୍କାନ କରି କିମ୍ବା ମାନୁଆଲ ଭାବରେ ୟୁପିଆଇ ଆଇଡି ଏଂଟର କରି ‘ସେକେଣ୍ଡାରୀ କଂଟାକ୍ଟ ଆମନ୍ତ୍ରଣ କରନ୍ତୁ\’ରେ ଟାପ କରିବେ । ଏହାପରେ ସେକେଣ୍ଡାରୀ ୟୁଜରମାନଙ୍କୁ ସେମାନଙ୍କର ଫୋନପେ ଆପରେ ପାଇଥିବା ଆମନ୍ତ୍ରଣକୁ ସ୍ୱୀକାର କରି ୟୁପିଆଇ ସର୍କଲରେ ଯୋଗଦେବାକୁ ହେବ । ୟୁପିଆଇ ସର୍କଲରେ ଯୋଡ଼ିହେବା ପରେ, ସେକେଣ୍ଡାରୀ ୟୁଜରମାନେ ପେମେଂଟ କରିବା ଆରମ୍ଭ କରିବା ପାଇଁ ପ୍ରାଇମେରୀ ୟୁଜରଙ୍କ ଆକାଉଂଟକୁ ଏକ ପେମେଂଟ ବିକଳ୍ପ ଭାବରେ ସିଲେକ୍ଟ କରିପାରିବେ ।