ଓଡ଼ିଶାରେ ଜିଓର ପକ୍ଷରୁ ପାଞ୍ଚ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓଏୟାରଫାଇବର ଗ୍ରାହକ ମାଇଲଖୁଣ୍ଟ ହାସଲ

Spread the love

ଭୁବନେଶ୍ୱର: ଓଡ଼ିଶାରେ ଜିଓ ଏହାର ଜୟ ଯାତ୍ରାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି, ରାଜ୍ୟରେ ପାଞ୍ଚ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ହାସଲର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜିଓ ଓଡ଼ିଶାରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରଥମ ଏବଂ ଏକମାତ୍ର ସେବା ପ୍ରଦାନକାରୀ ହୋଇଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୩୧ ମେ, ୨୦୨୫ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ୩.୨୭ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ୧.୮ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜିଓ ମେ ମାସରେ ସାରା ଭାରତରେ ୯.୯ ଲକ୍ଷ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଥିଲା।

ଓଡିଶାରେ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଜିଓର ପ୍ରାଧାନ୍ୟ ଏହି ତଥ୍ୟରୁ ଅନୁମାନ କରାଯାଇପାରେ ଯେ ଜିଓର ଏହି କ୍ଷେତ୍ରରେ ୬୩ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ରହିଛି ଏବଂ ମେ ମାସରେ ଓଡ଼ିଶାରେ ୱାୟାରଲାଇନ୍ ଓ ଏଫଡବ୍ଲୁଏ କ୍ଷେତ୍ରରେ ମୋଟ ନୂତନ ଗ୍ରାହକଙ୍କ ମଧ୍ୟରୁ କେବଳ ଜିଓ ୭୫ ପ୍ରତିଶତରୁ ଅଧିକ ଗ୍ରାହକ ଯୋଡିଛି। ୱାୟାରଲାଇନ୍ କ୍ଷେତ୍ରରେ, ଜିଓର ସର୍ବାଧିକ ୩.୨୭ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି, ଯାହା ନିକଟତମ ପ୍ରତିଯୋଗୀ କମ୍ପାନୀ ତୁଳନାରେ ଦୁଇଗୁଣ ଅଧିକ। ସେହିପରି, ଏଫଡବ୍ଲୁଏ କ୍ଷେତ୍ରରେ ପ୍ରାଧାନ୍ୟ ବଜାୟ ରଖି ଜିଓଏୟାରଫାଇବର ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଥିବା ବେଳେ ଏହାର ୧.୮ ଲକ୍ଷରୁ ଅଧିକ ଗ୍ରାହକ ରହିଛନ୍ତି, ଯାହା ନିକଟତମ ପ୍ରତିଯୋଗୀଙ୍କ ଗ୍ରାହକ ସଂଖ୍ୟାର ପାଞ୍ଚ ଗୁଣ ରହିଛି।

ତଥ୍ୟ ଅନୁଯାୟୀ, ଜିଓ ୨୦୨୫ ମେ ମାସରେ ଓଡ଼ିଶାରେ ୩୪,୦୦୦ ରୁ ଅଧିକ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଛି। ଏହି ମାସରେ ଓଡ଼ିଶାରେ ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ମୋଟ ୪୫,୫୯୩ ଗ୍ରାହକ ଯୋଡି ହୋଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢ଼ାଉଛି। ବିଶେଷକରି ଗ୍ରାମୀଣ ଏବଂ ସହର ଉପକଣ୍ଠ ଅଂଚଳରେ ଏହା ଶେଷ ମାଇଲ୍ ଫାଇବର ସଂଯୋଗର ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ସଂଯୋଗ କରିଥାଏ ଯାହା ପୂର୍ବରୁ ସେମାନଙ୍କର ପରିସରରେ ଅପ୍ଟିକାଲ୍ ଫାଇବର ବିସ୍ତାର କରିବାରେ ଜଟିଳତା ଯୋଗୁଁ ଗୁଣାତ୍ମକ ଗୃହ ମନୋରଞ୍ଜନ ଏବଂ ବ୍ରଡବ୍ୟାଣ୍ଡର ସୁବିଧା ପାଇନଥିଲା। ଏହା ସହଜ ଉପଲବ୍ଧତା ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରି ଛାତ୍ରଛାତ୍ରୀ, ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାର ସମେତ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଛି, ଯେଉଁମାନେ ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଲୋକପ୍ରିୟ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ କିଛି ନିରବଛିନ୍ନ ଭାବେ ଉପଭୋଗ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ଆଇସିଆଇସିଆଇ ସିକ୍ୟୁରିଟିଜ ଦ୍ୱାରା ପ୍ରକାଶିତ ଏକ ବିଶ୍ଳେଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ରିଲାଏନ୍ସ ଜିଓ ଖୁବଶୀଘ୍ର ବିଶ୍ୱସ୍ତରରେ ସର୍ବବୃହତ ଏଫଡବ୍ଲୁଏ ସେବା ପ୍ରଦାନକାରୀ ହେବା ପଥରେ ରହିଛି।


Spread the love

Leave A Reply

Your email address will not be published.