ପୁରୀ ରଥଯାତ୍ରାରେ ଗୌତମ ଆଦାନୀଙ୍କ ନୀରବ ସେବା

Spread the love

ପୁରୀ, ୩.୦୭.୨୦୨୫: ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ପ୍ରସାଦ ସେବା’ ଶ୍ରଦ୍ଧାଳୁଙ୍କ ମନରେ ଧାର୍ମିକ ଚେତନା ଜାଗ୍ରତ କରିଛି । ‘ଜୟ ଜଗନ୍ନାଥ’ ଧ୍ୱନି ସହିତ ଶ୍ରୀ ଆଦାନୀ ଇସ୍କନ ରୋଷଶାଳାରେ ସ୍ୱେଚ୍ଛାକୃତ ଭାବେ ପ୍ରସାଦ ପ୍ରସ୍ତୁତ କରାଯାଉଛି । ରୋଷଶାଳାରେ ସମଗ୍ର ଦେଶରୁ ସ୍ୱେଚ୍ଛାସେବୀମାନେ ଆସି ଭୋଜନ ପ୍ରସ୍ତୁତ କରୁଥିବା ବେଳେ ଶ୍ରୀ ଆଦାନୀ ସ୍ୱଇଚ୍ଛାରେ ରୋଷଇ କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଆଦାନୀ ଓ ତାଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରଥଯାତ୍ରାରୁ ଆରମ୍ଭ ହୋଇଥିବା ଏହି ସେବା କାର୍ଯ୍ୟରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ଇସ୍କନ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରସାଦ ବଣ୍ଟନ ସମୟରେ ଶ୍ରୀ ଆଦାନୀ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କୁ ହସ ହସ ବଦନରେ କଥାବାର୍ତ୍ତା କରିଥିଲେ ।  ତାଙ୍କ ସେବା ଭାବନାକୁ ଦେଖିଲେ ଜଣାପଡ଼ୁଥିଲା ଯେପରି ସେ କୌଣସି କମ୍ପାନୀର ଅଧ୍ୟକ୍ଷ ନୁହେଁ ବରଂ ଜଣେ ନମ୍ର ‘ସେବକ’ ଭଳି ଲାଗୁଥିଲେ । ‘ସେବା ହିଁ ସାଧନା’ ନୀତିରେ ବିଶ୍ୱାସ କରୁଥିବା ଶ୍ରୀ ଆଦାନୀ ରୋଷଶାଳା ସ୍ୱଚ୍ଛ କରିବା ସହ ଖାଦ୍ୟ ପରିବେଷଣ, ଜାର୍ ଗୁଡ଼ିକରେ ପାଣି ଭରିଥିଲେ । ଶ୍ରଦ୍ଧାଳୁମାନଙ୍କୁ ନିରନ୍ତର ସେବା ଯୋଗାଇବା ପାଇଁ ସହକର୍ମୀମାନଙ୍କୁ  ସମର୍ଥନ କରିଥିଲେ ।

ଏହି ସେବା କାର୍ଯ୍ୟରେ ଅନେକ ସ୍ୱେଚ୍ଛାସେବୀ ଭାଗ ନେଇଥିବା ବେଳେ ଅନେକ ବ୍ୟକ୍ତି ଆଦାନୀ ଫାଉଣ୍ଡେସନ ଦ୍ୱାରା ତାଲିମ ପ୍ରାପ୍ତ ହୋଇ ଏଥିରେ ଯୋଗଦେଇଥିଲେ । ଶ୍ରୀ ଆଦାନୀ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ସମାନ ଭାବେ ସମ୍ମାନ ଜଣାଇ କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧା ଭାବ ପୂର୍ଣ୍ଣ ଏହା ଏକ ପ୍ରକୃତ ନେତୃତ୍ୱ ଥିଲା । ଏହି ସେବା କୌଣସି ଦାନ ନ ଥିଲା, ଏହା ଏକ ବୃହତ୍ତର ପରମ୍ପରାର ଅଂଶ ଥିଲା । 

ଏହା ପୂର୍ବରୁ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଶ୍ରୀ ଆଦାନୀ ଏବଂ ତାଙ୍କ ସହକର୍ମୀମାନେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରିଥିଲେ । ପୁରୀରେ ଏହାର ସ୍ତର ଥିଲା ଭିନ୍ନ କିନ୍ତୁ ଉଦେ୍ଦଶ୍ୟ ଥିଲା ସମାନ । ମିଳିତ ପ୍ରୟାସ, ସାଂସ୍କୃତିକ ସମ୍ଭାବନା ଏବଂ ମର୍ଯ୍ୟାଦାର ସହ ଲୋକଙ୍କ ସେବା ଏହାର ମୁଖ୍ୟ ଉଦେ୍ଦଶ୍ୟ । ରଥଯାତ୍ରାର ବହୁ ପୂର୍ବରୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ରୋଷଶାଳା ପାଇଁ ଆବଶ୍ୟକ ପରିମାଣର ଖାଦ୍ୟ, ପାଣି, ସ୍ୱଚ୍ଛତା, ସ୍ୱେଚ୍ଛାସେବୀଙ୍କ ସିଫ୍ଟ ଆଦିର ବ୍ୟବସ୍ଥା କରାଯାଇଥିଲା । ସାଂସ୍କୃତିକ ବୁଝାମଣା ସହିତ ଲଜିଷ୍ଟିକ୍ ଯୋଗାଣକୁ ସୁଲଭ କରାଯାଇଥିଲା ।


Spread the love

Leave A Reply

Your email address will not be published.