ପୁରୀ : ଭାରତର ପ୍ରମୁଖ ସିମେଂଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ) ପକ୍ଷରୁ ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନର ୪ର୍ଥ ସଂସ୍କରଣ ପାଳନ କରାଯାଇଛି । ଜୁନ ୨୭ ତାରିଖରୁ ଜୁଲାଇ ୫ ତାରିଖ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଥଯାତ୍ରା ସମୟରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ହେଉଛି କମ୍ପାନୀର ପ୍ରମୁଖ ଅଭିଯାନ ‘ସାଲ୍ୟୁଟିଙ୍ଗ ଦି ଏକ୍ସପର୍ଟ’ର ଏକ ପ୍ରମୁଖ ଅଂଶ । ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ପ୍ରତିଷ୍ଠିତ ଶିଳ୍ପକାରମାନଙ୍କର ଅସାଧାରଣ କାରିଗରୀକୁ ସ୍ୱୀକୃତି ପ୍ରଦାନ କରିଥାଏ, ଯାହା ସେମାନଙ୍କୁ ରଥ ନିର୍ମାଣ ଓ କାରିଗରୀର ସମ୍ମାନିତ କ୍ଷେତ୍ରରେ ପ୍ରକୃତ ବିଶେଷଜ୍ଞ ଭାବେ ମାନ୍ୟତା ଦେଇଥାଏ ।
ଓଡିଶା ଓ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ନିଜର ଦୀର୍ଘକାଳିନ ପ୍ରତିବଦ୍ଧତାକୁ ବଜାୟ ରଖି ଚଳିତ ବର୍ଷ ଡାଲମିଆ ଭାରତ ପକ୍ଷରୁ ୪ ଜଣ ବିଶିଷ୍ଟ ଶିଳ୍ପକାର ରଘୁନାଥ ସୁବୁଦ୍ଧି, ରମେଶ ମହାପାତ୍ର, ବାବନା ମହାରଣା ଓ କାର୍ତିକ ଭୋଇଙ୍କୁ ତାଙ୍କର ଚମତ୍କାର କାରିଗରୀ ଓ ଏହି ପବିତ୍ର ପରମ୍ପରା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି । ବରିଷ୍ଠ କାରିଗର ଓ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରୀ ଦ୍ୱାରା ଏହି ଦକ୍ଷ କାରିଗରମାନଙ୍କର ଚୟନ କରାଯାଇଥିଲା । ଏହି ଜୁରୀରେ ମୁଖ୍ୟ ଶିଳ୍ପକାର ଶ୍ରୀ ବିଜୟ ମହାପାତ୍ର, ନୁରୁସିଂହ ମହାପାତ୍ର ଓ ନାରାୟଣ ମହାରଣା ସାମିଲ ଥିଲେ ।

ଚଳିତ ବର୍ଷ ସଂସ୍କରଣର ଏକ ପ୍ରମୁଖ ଆକର୍ଷଣ ଥିଲା ଡିଲର ଓ ଚ୍ୟାନେଲ ପାର୍ଟନରଙ୍କ ପିଲାମାନଙ୍କୁ ପ୍ରାୟ ୧୦୦୦ କ୍ଷୁଦ୍ର ରଥ ପ୍ରତିକୃତିର ଆବଂଟନ, ଯାହା ଯୁବପିଢିଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ସଚେତନତା ଓ ସମ୍ମାନ ବିସ୍ତାର କରିଛି । ଏହାବ୍ୟତୀତ ଡାଲମିଆ ଭାରତ ଏକ କ୍ଷୁଦ୍ର ଚଳଚିତ୍ର ମଧ୍ୟ ପ୍ରସ୍ତୁତ କରୁଛି ଯାହା ଦକ୍ଷ ଶିଳ୍ପକାରମାନଙ୍କର ପ୍ରେରଣାଦାୟୀ ଯାତ୍ରାକୁ ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କର ଦକ୍ଷତା ଓ ବିଶେଷଜ୍ଞତା, ସମର୍ପଣଭାବ, ଦୃଢତା ଓ ପ୍ରଭୁଙ୍କ ସେବା ଦିଗରେ ଭକ୍ତିର ଏକ ଭାବନାକୁ ବହୁ ସଂଖ୍ୟକ ଦର୍ଶକଙ୍କ ନିକଟକୁ ଆଣିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଡାଲମିଆ ସିମେଂଟ ଏକମାତ୍ର ବ୍ରାଣ୍ଡ ଭାବେ ପବିତ୍ର ରଥ ସମ୍ମୁଖରେ ଶିଳ୍ପକାରମାନଙ୍କୁ ସମ୍ମାନିତ କରିଛି, ଯାହା ଏହି କାରିଗରଙ୍କ ପାଇଁ ଗର୍ବ ଓ ସମ୍ମାନର ଏକ ମୁହୂର୍ତ ସୃଷ୍ଟି କରିଛି ।
ଏହି ଅବସରରେ କମ୍ପାନୀର ପ୍ରବକ୍ତା କହିଛନ୍ତି, “ଡାଲମିଆ ଭାରତରେ ଆମେ ବିଶ୍ୱାସ କରୁ ଯେ, ପ୍ରକୃତ ପାରଦର୍ଶିତା ଗର୍ବର ସହିତ ପରମ୍ପରାକୁ ସଂରକ୍ଷିତ ରଖିବାରେ ଅନ୍ତର୍ନିହିତ ଥାଏ । ପବିତ୍ର ରଥଗୁଡିକ ହେଉଛି ଓଡିଶାର କଳା, ଭକ୍ତି ଓ ଓଡିଆ କାରିଗରୀର ଏକ ପ୍ରକୃତ ଅଭିବ୍ୟକ୍ତିର ଏକ ଜୀବନ୍ତ ପ୍ରତୀକ । ଡିଏସ୍ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ମାଧ୍ୟମରେ ଆମେ ଏହି ନୀରବ ନାୟକମାନଙ୍କୁ ସମ୍ମାନ ଜଣାଉଛୁ ଯେଉଁମାନେ ଦେଶର ପୁରାତନ ପରମ୍ପରାକୁ ରୂପ ଦେଇଛନ୍ତି । ଓଡିଶା ସହ ଆମର ସଂଯୋଗ ଅତ୍ୟନ୍ତ ଗଭୀର ଅଟେ ଏବଂ ଏହି ଅଭିଯାନ ରାଜ୍ୟର ଐତିହ୍ୟ ଓ ଲୋକଙ୍କ ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।” କାରିଗରଙ୍କୁ ସମର୍ଥନ କରିବାଠାରୁ ଆରମ୍ଭ କରି ପାରମ୍ପରିକ କାରିଗରୀକୁ ସମ୍ମାନିତ କରିବା, ଜୀବିକାଗୁଡିକୁ ସକ୍ଷମ କରିବା ଓ ସ୍ଥାୟୀ ଅଭିବୃଦ୍ଧିକୁ ପରିଚାଳନା କରିବା ପର୍ଯ୍ୟନ୍ତ, କମ୍ପାନି ରାଜ୍ୟର ଲୋକମାନଙ୍କ ସହିତ ଏହାର ସମ୍ପର୍କକୁ ସୁଦୃଢ କରିବା ଜାରି ରଖିଛି ।