ଭୁବନେଶ୍ୱର , July-02: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆରମ୍ଭ କରାଯାଇଛି ଏକ ଜନ ସଚେତନତା ଅଭିଯାନ । ଯାହାର ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ କ୍ରିଟିକାଲ କେୟାର ଏବଂ ଜରୁରୀ କାଳୀନ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଜୀବନର ସେହି ଗୁରୁତ୍ୱପୂର୍ଣ୍ଣ ମୁହୁର୍ତ୍ତ ଯେତେବେଳେ ପ୍ରତିଟି ସେକେଣ୍ଡ ବେଶ ଗୁରୁ୍ତ୍ୱପୂର୍ଣ୍ଣ ସେତେବେଳେ ମଣିପାଲ ହସ୍ପିଟାଲର ଜରୁରୀ କାଳୀନ ବିଭାଗ ଏବଂ କ୍ରିଟିକାଲ କେୟାର ବିଭାଗରେ କିଭଳି ଚିକିତ୍ସା ପ୍ରଦାନ କରାଯାଏ ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଏହି ଅଭିଯାନରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ଡାଇରେକ୍ଟ ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ଉପସ୍ଥିତିରେ, ମଣିପାଲ ହସ୍ପିଟାଲର ବରିଷ୍ଠ ଛାତିରୋଗ ବିଶେଷଜ୍ଞ ତଥା କ୍ରିଟିକାଲ କେୟାର ବିଭାଗର ଡାଇରେକ୍ଟର ଡାକ୍ତର ଶରତ କୁମାର ବେହେରା, କ୍ରିଟିକାଲ କେୟାର ବିଭାଗର ଡାକ୍ତର ଅଭିଜିତ୍ ଦାଶ, ଡାକ୍ତର ରୁପାଲି ପଟ୍ଟନାୟକ ଏବଂ ଜରୁରୀକାଳୀନ ବିଭାଗର ମୁଖ୍ୟ ଡାକ୍ତର ଅଭିଷେକ ଚାଟାର୍ଜିଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି ।
ବର୍ତ୍ତମାନର ସମୟରେ ଯେଉଁଠି ହୃଦ୍୍ରୋଗ, ବ୍ରେନ୍ ଷ୍ଟ୍ରୋକ୍, ଦୁର୍ଘଟଣା କେତେବେଳେ ହେବ ତାହାକୁ ପୁର୍ବରୁ ଅନୁମାନ କରିହେବ ହେବ ନାହିଁ । ଏହି ସମୟରେ ଆବଶ୍ୟକ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ସଠିକ୍ ଚିକିତ୍ସା କରିବା । ଯାହାକି ଦୀର୍ଘ ୧୧ ବର୍ଷରୁ ଅଧିକ ସମୟ ଧରି ନିରନ୍ତନ ଭାବରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଉପଲବ୍ଧ । ମଣିପାଲ ହସ୍ପିଟାଲରେ କ’ଣ ସବୁ ଚିକିତ୍ସା ଉପଲବ୍ଧ ଏବଂ କ୍ରିଟିକାଲ କେୟାର ଓ ଜରୁରୀ କାଳୀନ ଚିକିତ୍ସା ବିଭାଗରେ କିଭଳି ଚିକିତ୍ସା କରାଯାଏ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ମତରେ, “ଜରୁରୀ ପରିସ୍ଥିତିରେ ପ୍ରତିଟି ସେକେଣ୍ଡ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ରୋଗୀଙ୍କୁ ସଠିକ୍ ଚିକିତ୍ସା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ । ଆମର ଏହି ଅଭିଯାନ ମୁଖ୍ୟ ଲକ୍ଷ୍ୟ ହେଉଛି, ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ।” ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ବରିଷ୍ଠ ଡାକ୍ତର ମାନେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ସହିତ ସମସ୍ତଙ୍କର ଚିକିତ୍ସା କରିବା ।”
କ୍ରିଟିକାଲ କେୟାର ଏବଂ ଜରୁରୀ କାଳୀନ ଚିକିତ୍ସା ପାଇଁ ଏକ ଭରଷାଯୋଗ୍ୟ ହସ୍ପିଟାଲ ଭାବରେ ଏହି ହସ୍ପିଟାଲର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏଠାରେ ୧୫୦ ଶର୍ଯ୍ୟା ବିଶିଷ୍ଟ ଆଇସିୟୁ, ଅତ୍ୟାଧୁନିକ ମନିଟରିଂ ସିଷ୍ଟମ୍, ଭେଣ୍ଟିଲେଟର, ବେଡ଼ ସାଇଡ୍ ଇମେଜିଂ, ଆଇସୋଲେସନ୍ ବେଡ, ଓ ECMO (Extracorporeal Membrane Oxygenation)ର ମଧ୍ୟ ବ୍ୟବସ୍ଥା ଅଛି । ଏଥିସହିତ ମଣିପାଲ ଆମ୍ବୁଲାନ୍ସ ରେସପନ୍ସ ସର୍ଭିସ୍ (MARS) ମଧ୍ୟ ଜରୁରୀ କାଳୀନ ଚିକିତ୍ସା ଯୋଗାଇ ଦେବାରେ ସାହାର୍ଯ୍ୟ କରୁଛି । ଏଥିରେ ଉପସ୍ଥିତ ଥିବା ଉନ୍ନତ ମାନର ଟେକ୍ଟୋଲୋଜି ସହିତ ସଂଯୋଗ ସହିତ ସମ୍ପୃକ୍ତ । ଏହି ସେବା ରିୟଲ ଟାଇମ୍ ଡାଟା ଟ୍ରାନସ୍୍ଫର, ଲାଇଭ ପେସେଣ୍ଟ ମନିଟରିଂ ଚିକିତ୍ସା ସୁବିଧା ଉପଲବ୍ଧ । ଏହା ସହିତ ନବଜାତ ଶିଶୁଙ୍କ ପରିବହନ ଠାରୁ ଆରମ୍ଭ କରି ଏୟାର ଆମ୍ବୁଲାନ୍ସ୍ ସୁବିଧା ମଧ୍ୟ ଉପଲବ୍ଧ । 24×7 ଆମ୍ବୁଲାନ୍ସ ସେବା ପାଇଁ ନିର୍ଦ୍ଦିଷ୍ଟ କଲ୍ ସେଣ୍ଟର 0674 666 6666 / 6600ରେ ସମ୍ପର୍କ କରାଯାଇପାରିବ
ଏହି ଜନ ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ଓଡ଼ିଶାର ସବୁଠାରୁ ବିଶ୍ୱସ୍ତ ଜରୁରୀ କାଳୀନ ବିଭାଗ ଏବଂ କ୍ରିଟିକାଲ କେୟାର ସେଣ୍ଟର ଭାବରେ ସ୍ଥାପିତ କରିବା । ତୁରନ୍ତ ଚିକିତ୍ସା, ଅଭିଜ୍ଞ ଡାକ୍ତର ଏବଂ ସମସ୍ତଙ୍କ ସହଯୋଗରେ ପ୍ରତିଟି ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ।