ଶିଶୁମାନଙ୍କର ଅଭିବୃଦ୍ଧି ଓ ବିକାଶକୁ ୯୦ ଦିନରେ ତ୍ୱରାନ୍ୱିତ କରେ ଚିଲରନ ଫୁଲ

Spread the love

ଭୁବନେଶ୍ୱର : ସାରା ବିଶ୍ୱରେ ତିନିଟି ଶିଶୁ ମଧ୍ୟରୁ ଜଣଙ୍କୁ ବାଲ୍ୟାବସ୍ଥା ଅପପୁଷ୍ଟି ପ୍ରଭାବିତ କରେ, ବିଶେଷ କରି ଭାରତରେ, ଯେଉଁଠାରେ ପାଂଚ ବର୍ଷରୁ କମ୍ ବୟସର ୩୫% ଶିଶୁଙ୍କ ଉଚ୍ଚତା କମ ରହିଥାଏ ଏବଂ ୧୯% ଶିଶୁ ତାଙ୍କ ଉଚ୍ଚତା ତୁଳନାରେ ଖୁବ୍ ପତଳା ହୋଇଥାଆନ୍ତି (ଏନଏଫଏଚଏସ-୫) । ଲୁକ୍କାୟିତ କ୍ଷୁଧା, ସୂକ୍ଷ୍ମ ପୋଷକ ତତ୍ୱର ଅଭାବ, ଏକ ପ୍ରମୁଖ ଯୋଗଦାନକାରୀ ହୋଇ ରହିଥାଏ, ଯାହା ନୀରବତାର ସହ ମସ୍ତିଷ୍କର ବିକାଶ, ରୋଗ ପ୍ରତିରୋଧକ ଶକ୍ତି ଏବଂ ଶାରୀରିକ ବୃଦ୍ଧିକୁ ବାଧା ଦେଇଥାଏ । ତେବେ ପାନାସିୟା ବାୟୋଟେକ ଫାର୍ମା ଲିମିଟେଡର ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ଓରାଲ୍ ନ୍ୟୁଟ୍ରିସନ୍ ସପ୍ଲିମେଂଟ-ଚିଲରନ ଫୁଲ୍ ବାଲ୍ୟାବସ୍ଥାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଯଥେଷ୍ଟ ସଫଳତା ପ୍ରଦର୍ଶନ କରିଛି, ବିଶେଷ କରି ଯେଉଁମାନଙ୍କଠାରେ କୁପୋଷଣର ଆଶଙ୍କା ଥାଏ । ଏହି ତଥ୍ୟ ପାନାସିୟା ବାୟୋଟେକ ଦ୍ୱାରା ପରିଚାଳିତ ଏକ ବ୍ୟାପକ ୯୦ ଦିନର ଦେଶବ୍ୟାପୀ ପୋଷ୍ଟ-ମାର୍କେଟିଂ ନିରୀକ୍ଷଣାତ୍ମକ ଅଧ୍ୟୟନ ଫଳାଫଳରେ ଜଣାପଡ଼ିଛି ।

ଏସମ୍ପର୍କରେ ପାନାସିୟା ବାୟୋଟେକ ଫାର୍ମାର ମ୍ୟାନେଜିଂ ଡାଇରେକ୍ଟର ଡା. ରାଜେଶ ଜୈନ କହିଛନ୍ତି, “ପାନାସିୟା ବାୟୋଟେକରେ ଆମେ ବିଜ୍ଞାନ ଆଧାରିତ, ପ୍ରମାଣ ସମର୍ôଥତ ଇନୋଭେଶନ ସହିତ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପ୍ରତିବଦ୍ଧ ।” ଏହି ଅଧ୍ୟୟନ ବଢୁଥିବା ଶିଶୁମାନଙ୍କ ମଧ୍ୟରେ ପୋଷଣ ଅଭାବକୁ ଦୂର କରିବାରେ ଚିଲରନ ଫୁଲର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପସ୍ଥାପିତ କରୁଛି । ପାନାସିୟା ବାୟୋଟେକ ଲୋକମାନଙ୍କୁ ସୁସ୍ଥ ଓ ଦୀର୍ଘଜୀବୀ କରିବା ପାଇଁ ଉତ୍ସର୍ଗୀକୃତ; ଆମେ ଚିଲ୍‌ରନ୍ ଫୁଲ୍‌କୁ ଶିଶୁ ପୋଷଣ ଏବଂ ଅପପୁଷ୍ଟି ବିରୁଦ୍ଧ ସଂଗ୍ରାମରେ ଏକ ପରିବର୍ତନକାରୀ ଉପକରଣ ଭାବରେ ଦେଖୁଛୁ ।” ଶିଶୁ ପୁଷ୍ଟିହୀନତାକୁ ଦୂର କରିବା ପାଇଁ ବୈଶ୍ୱିକ ଏବଂ ଜାତୀୟ ପ୍ରୟାସ ତ୍ୱରିତ ହେଉଥିବା ବେଳେ, ଚିଲ୍‌ରନ୍ ଫୁଲ୍ ପରି ପୋଷଣ ଉତ୍ପାଦଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ଦୃଢ଼ ତଥ୍ୟ ଏବଂ କ୍ଲିନିକାଲ ଫଳାଫଳ ଦ୍ୱାରା ସମର୍ôଥତ, ଚିଲରନ ଫୁଲ ସୁସ୍ଥ, ସ୍ଫୁର୍ତିିଶୀଳ ଓ ବଳବାନ ଶିଶୁଙ୍କ ପାଇଁ ଏକ ଦୃଢ଼ ପୋଷଣଯୁକ୍ତ ମୂଳଦୁଆ ପ୍ରଦାନ କରିଥାଏ ।

ଏହି ଅଧ୍ୟୟନର ପ୍ରମୁଖ ଆକର୍ଷଣରେ ମାର୍କେଟିଂ ପରବର୍ତୀ ପର୍ଯ୍ୟବେକ୍ଷଣ ଅଧ୍ୟୟନରେ ଚିଲ୍‌ରନ୍ ଫୁଲ୍‌ର ସୁରକ୍ଷା ଏବଂ ପ୍ରଭାବକାରିତାକୁ ୯୦ ଦିନ ଧରି ଦୈନିକ ଦୁଇଥର ଦେବା ପରେ ମୂଲ୍ୟାଙ୍କନ କରାଯାଇଥିଲା । ଭାରତର ୩୨ଟି ସହରରେ ୨୮୨ଟି କ୍ଲିନିକରେ ୨+ ବର୍ଷ ବୟସର ୨,୮୫୧ ଶିଶୁ ଅଂଶଗ୍ରହଣ କରିଥିଲେ । ଚିଲରନ ଫୁଲ (୯୦ ଦିନ ପାଇଁ ଦିନକୁ ୨ଥର) ସହିତ ନିରନ୍ତର ସପ୍ଲିମେଂଟ ନେବା ଦ୍ୱାରା ସମସ୍ତ ବୟସ ବର୍ଗରେ ଉଚ୍ଚତା, ଓଜନ ଏବଂ ବିଏମଆଇରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଅପପୁଷ୍ଟ ଶିଶୁଙ୍କ ଠାରେ ୨୦.୫୬% ଓଜନ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ, ୧୧୧ଟି ପୁଅ ଏବଂ ୭୩ଟି ଝିଅ ମୂଳ ଗ୍ରୋଥ୍ କର୍ଭରୁ ବାହାରି ଅଧିକ ସୁସ୍ଥ ଓଜନ ସୀମା ଆଡ଼କୁ ଅଗ୍ରସର ହୋଇଛନ୍ତି ।


Spread the love

Leave A Reply

Your email address will not be published.