କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଂଚିଲା ୱିପ୍ରୋ ଜିଇ ହେଲଥକେୟାର

Spread the love

କଟକ : ହେଲ୍‌ଥକେୟାର ଟେକ୍ନୋଲୋଜିର ଏକ ଆନ୍ତର୍ଜାତୀୟ ପ୍ରଦାତା, ୱିପ୍ରୋ ଜିଇ ହେଲ୍‌ଥକେୟାର ପକ୍ଷରୁ ରାଜ୍ୟବ୍ୟାପୀ ଏହାର ସକ୍ରିୟ ଅଭିଯାନ ‘ହେଲ୍‌ଥ ୟାତ୍ରା’ର ୨ୟ ପର୍ଯ୍ୟାୟ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ଆରମ୍ଭ କରିବା ପରେ ଏହି ‘ହେଲ୍‌ଥ ୟାତ୍ରା’ ଏବେ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଂଚିଛି । ଏହି ଅଭିଯାନର ଅଂଶ ଭାବେ ସଂସ୍ଥା ପକ୍ଷରୁ ଅତ୍ୟାଧୁନିକ ମେଡ୍‌-ଟେକ ଡିଭାଇସଗୁଡିକୁ ପ୍ରଦର୍ଶିତ କରାଯିବ, ଇଂଟରାକ୍ଟିଭ ପ୍ରଡକ୍ଟ ଡେମୋ, ସୂଚିତ ଅଧିବେଶନର ଆୟୋଜନ କରାଯିବ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମସ୍ୟାଗୁଡିକ ଉପରେ ଆଲୋଚନା କରିବା ପାଇଁ ଚିକିତ୍ସକ ଓ ଶିଳ୍ପ ବିଶେଷଜ୍ଞଙ୍କ ମଧ୍ୟରେ ସହଭାଗିତା ପାଇଁ ସୁଯୋଗ ପ୍ରଦାନ କରାଯିବ । ଏହି ଅଭିଯାନକୁ ରୋଗୀଙ୍କ ଚିକିତ୍ସାର ମାନକୁ ରୂପାନ୍ତର କରିବା ପାଇଁ ଉନ୍ନତ ସଚେତନତା ସୃଷ୍ଟି କରିବା ଏବଂ ରୋଗୀମାନଙ୍କ ନିକଟରେ ବ୍ୟାପକ ପହଂଚ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଅଭିଯାନ ଚିକିତ୍ସକମାନଙ୍କୁ ଆଡ୍‌ଭାନ୍ସଡ ଅଲ୍‌ଟ୍ରାସାଉଣ୍ଡ ଓ ରୋଗୀ ଚିକିତ୍ସା ସମ୍ବନ୍ଧିତ ଟେକ୍ନୋଲୋଜିଗୁଡିକ ସହ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି ଯାହା ନିଦାନ ସଠିକତାକୁ ଉନ୍ନତ କରିବ ଏବଂ ଚିକିତ୍ସା ସମ୍ବନ୍ଧିତ କାର୍ଯ୍ୟଗୁଡିକୁ ଶୃଙ୍ଖଳିତ କରିବ ।
ଏସମ୍ପର୍କରେ ୱିପ୍ରୋ ଜିଇ ହେଲ୍‌ଥକେୟାରର ଅଲ୍‌ଟ୍ରାସାଉଣ୍ଡ ବିଭାଗର ବିଜ୍‌ନେସ୍ ହେଡ, ଅନୁପ କୁମାର କହିଛନ୍ତି, “ହେଲ୍‌ଥ ୟାତ୍ରା ଅଭିଯାନ ମାଧ୍ୟମରେ ଆମର ବିଶେଷଜ୍ଞମାନେ ଅଣସେବାପ୍ରାପ୍ତ ବଜାରଗୁଡିକରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ବିପ୍ଳବ ଆଣିବାର ଲକ୍ଷ୍ୟ ସହିତ ଆଗଧାଡିର ଚିକିତ୍ସକଙ୍କ ସହ ପ୍ରତ୍ୟକ୍ଷ ଭାବେ ସଂଯୋଗ ହେଉଛନ୍ତି । ଆଧୁନିକ ସ୍ୱାସ୍ଥ୍ୟସେବା ଟେକ୍ନୋଲୋଜିଗୁଡିକ କିଭଳି ଚିକିତ୍ସାର ଗୁଣବତା ଓ ବିତରଣକୁ ଉନ୍ନତ କରିପାରିବେ ତାହାକୁ ପ୍ରଦର୍ଶିତ କରିବା ସହିତ ଆମର ପ୍ରୟାସ ହେଉଛି ଚିକିତ୍ସକ ଓ ସମୁଦାୟଗୁଡିକୁ ଚିକିତ୍ସା ପାଇଁ ଉନ୍ନତ ଓ ଅଧିକ ସମାନ ପହଂଚକୁ ସକ୍ଷମ କରିବା ଲାଗି ସହଯୋଗ କରିବା ।” ଏସମ୍ପର୍କରେ ୱିପ୍ରୋ ଜିଇ ହେଲ୍‌ଥକେୟାରର ପାସେଂଟ କେୟାର ସଲ୍ୟୁଶନ୍ସର ବ୍ୟବସାୟ ମୁଖ୍ୟ ଅତୁଲ ଚଢା କହିଛନ୍ତି, “ ଏହି ହେଲ୍‌ଥ ୟାତ୍ରା କ୍ୟାମ୍ପେନ ଆଧୁନିକ ସ୍ୱାସ୍ଥ୍ୟସେବା ଟେକ୍ନୋଲୋଜି ସାହାଯ୍ୟରେ ଅଣସେବାପ୍ରାପ୍ତ ସମୁଦାୟଗୁଡିକରେ ଚିକିତ୍ସକମାନଙ୍କୁ ଅଧିକ ସୂଚିତ ନିଦାନ ଓ ଚିକିତ୍ସା ନିଷ୍ପତି ନେବା ପାଇଁ ସଚେତନ ଓ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି ।”

 


Spread the love

Leave A Reply

Your email address will not be published.