ସୂର୍ଯ୍ୟା ରୋଶ୍‌ନୀ ର ଟର୍ବୋ ଫ୍ଲେକ୍ସ ରେଞ୍ଜ ସହ ୱୟାର ଓ କେବୁଲ ସେଗ୍‌ମେଂଟରେ ପ୍ରବେଶ

Spread the love


ଭୁବନେଶ୍ୱର: ଲାଇଟିଙ୍ଗ, ଫ୍ୟାନ, ହୋମ ଆପ୍ଲାଏନ୍ସ, ଷ୍ଟିଲ ଓ ପିଭିସି ପାଇପ କ୍ଷେତ୍ରରେ ଭାରତର ଅନ୍ୟତମ ବିଶ୍ୱସନୀୟ ସଂସ୍ଥା ସୂର୍ଯ୍ୟା ରୋଶ୍‌ନୀ ଏହାର ନୂଆ ଟର୍ବୋ ଫ୍ଲେକ୍ସ ରେଞ୍ଜର ଲଂଚ ସହିତ ୱୟାର ଓ କେବୁଲ ସେଗ୍‌ମେଂଟରେ ପ୍ରବେଶ କରିଛି । ନୂଆ ଟର୍ବୋ ଫ୍ଲେକ୍ସ ରେଞ୍ଜ ହେଉଛି ଆଧୁନିକ ଘର ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ ପାଇଁ ନିର୍ମିତ ସୁରକ୍ଷା, ସ୍ଥାୟିତ୍ୱ ଓ ବିବିଧତାର ଏକ ଶକ୍ତିଶାଳୀ ମିଶ୍ରଣ ଯାହା ଇଲେକ୍‌ଟ୍ରିକାଲ ସଲ୍ୟୁଶନ୍ସ ମାର୍କେଟରେ କମ୍ପାନୀର ସ୍ଥିତିକୁ ସୁଦୃଢ କରୁଛି । ନୂଆ କରି ଉନ୍ମୋଚିତ ହୋଇଥିବା ୱୟାରଗୁଡିକ ଦୁଇଟି ଭାରିଆଂଟ : ଟର୍ବୋ ଫ୍ଲେକ୍ସ – ଏଫଆର (ଫ୍ଲେମ ରିଟାର୍‌ଡାଂଟ) ଓ ଟର୍ବୋ ଫ୍ଲେକ୍ସ ଗ୍ରୀନ- ଏଫ୍‌ଆରଏଲ୍‌ଏସଏଚ (ଫ୍ଲେମ ରିଟାର୍‌ଡେଂଟ ଲୋ ସ୍ମୋକ ଆଣ୍ଡ ହାଲୋଚେନ)ରେ ଏବଂ ଏକ ଆରଓଏଚଏସ (ରେଷ୍ଟ୍ରିକ୍ସନ ଅଫ୍ ହାଜାର୍ଡସ ସବ୍‌ଷ୍ଟାନ୍ସେସ) ସହିତ ଉପଲବ୍ଧ ହେଉଛି । ଏହା ୭ଟି ଆକର୍ଷଣୀୟ ରଙ୍ଗ ଯେପରିକି କଳା, ଲାଲ, ନୀଳ, ସବୁଜ, ଧୂସର, ଧଳା ଓ ହଳଦିଆରେ ଉପଲବ୍ଧ ହେଉଥିବାବେଳେ ଏହାର ମୂଲ୍ୟ ୧୫୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ରହିଛି ।
ଏହି ଅବସରରେ ସୂର୍ଯ୍ୟା ରୋଶ୍‌ନୀ ଲିଃର ଅଧ୍ୟକ୍ଷ, ପଦ୍ମଶ୍ରୀ ଜେ.ପି ଅଗ୍ରୱାଲ କହିଛନ୍ତି, “ଟର୍ବୋ ଫ୍ଲେକ୍ସ ରେଞ୍ଜ ଏକ ତାରଠାରୁ ଅଧିକ କିଛି ଅଟେ, ଏହା ପ୍ରତ୍ୟେକ ଘର ପାଇଁ ସୁରକ୍ଷା ଓ ସୂର୍ଯ୍ୟାର ଗୁଣବତା ପ୍ରତିଶ୍ରୁତିର ପ୍ରତୀକ ଅଟେ ଯାହା ଅନେକ ପିଢି ପର୍ଯ୍ୟନ୍ତ ଚାଲିଥାଏ । ଟର୍ବୋ ଫ୍ଲେକ୍ସ ୱୟାର୍‌ସ ସହିତ ଆମେ ସୁରକ୍ଷା, ଶକ୍ତି, ସ୍ଥାପନା ସୁବିଧା ଓ ସ୍ଥାୟିତ୍ୱର ପ୍ରତିଶ୍ରୁତି ପ୍ରଦାନ କରୁଛୁ, ଯାହା ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି ।” ସେହିପରି କମ୍ପାନୀର ସିଇଓ ବସୁମିତ୍ର ପାଣ୍ଡେ କହିଛନ୍ତି, “ସୂର୍ଯ୍ୟା ସହିତ ଆମେ କେବଳ ତାର ପ୍ରଦାନ କରୁନାହୁଁ ବରଂ ଏକ ଭବିଷ୍ୟତ ପ୍ରସ୍ତୁତ ସଂଯୋଗ ଦେଉଛୁ ଯାହା ପ୍ରତ୍ୟେକ ଭାରତୀୟ ଘର ଓ ବ୍ୟବସାୟ ପାଇଁ ସୁରକ୍ଷା, ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ନିଶ୍ଚିତ କରିଥାଏ ।”
ଏହାର ହାଇ ଇନ୍‌ସୁଲେଶନ ରେଜିଷ୍ଟାନ୍ସ (ଏଚଆଇଆର) ଗୁଣ, ସ୍ଥାୟିତ୍ୱ ଓ ସୁରକ୍ଷା ଦୃଷ୍ଟିରୁ ଏହି ତାରଗୁଡିକୁ ବଜାରରେ ଏକ ବିଶ୍ୱସନୀୟ ବିକଳ୍ପରେ ପରିଣତ କରିଛି । ସୂର୍ଯ୍ୟା ଟର୍ବୋ ଫ୍ଲେକ୍ସ ରେଞ୍ଜ ପିଭିସି ଇନ୍‌ସୁଲେଟେଡ ଅଟେ ଯାହାକି ଅତ୍ୟଧିକ ଉତାପ ପ୍ରତିରୋଧୀ ଅଟେ ଓ ଜଟିଳ ସ୍ଥିତିରେ ବାଧାହୀନ କାର୍ଯ୍ୟଦକ୍ଷତା ନିଶ୍ଚିତ କରିଥାଏ । ପ୍ରତ୍ୟେକ ତାରକୁ ୧୧୦୦ ଭୋଲ୍ଟ ପାଇଁ ପରୀକ୍ଷଣ ଓ ମୂଲ୍ୟାଙ୍କନ କରାଯାଇଛି । ଏହି ତାରଗୁଡିକ ୦.୭୫ ବର୍ଗ ମିମିରୁ ୬ ବର୍ଗ ମିମି ସାଇଜ ମଧ୍ୟରେ ଉପଲବ୍ଧ ହେଉଛି ଯାହା ଆଇଏସ ୬୯୪:୨୦୧୦ ବିଆଇଏସ ସାର୍ଟିଫିକେଶନକୁ ସୁନିଶ୍ଚିତ କରୁଛି । ଏହା ଏକ ନିଶ୍ଚିତ ୯୦-ମିଟର ଲମ୍ବରେ ଆସୁଛି ଏବଂ ଉଭୟ ଲାଇଟ-ଡ୍ୟୁଟି ଓ ହେଭି ଡ୍ୟୁଟି ପ୍ରୟୋଗ ପାଇଁ ଉପଯୁକ୍ତ ଅଟେ । ୩ ଲକ୍ଷରୁ ଅଧିକ ରିଟେଲର, ୨୫୦୦ ଡିଲର ଓ ୧୦,୦୦୦ରୁ ଅଧିକ କର୍ମଚାରୀଙ୍କ ଏକ ମଜବୁତ ନେଟ୍‌ୱର୍କ ଦ୍ୱାରା ସମର୍ଥିତ, ୱାୟାର ସେଗମେଂଟରେ ୨୫ କୋଟି ଟଙ୍କାର ନିବେଶ ସହ ସୂର୍ଯ୍ୟା ରୋଶ୍‌ନୀ ଭାରତର ଗୃହ ଓ ବ୍ୟବସାୟଗୁଡିକୁ ଶକ୍ତି ଯୋଗାଇବା ପାଇଁ ପ୍ରସ୍ତୁତ ।


Spread the love

Leave A Reply

Your email address will not be published.