Tribals: ଆଦିବାସୀଙ୍କୁ ରୋଜଗାର ଦେଇଛି ଜଙ୍ଗଲଜାତ ଦ୍ରବ୍ୟ

Tribals: Demands for Mahua flower and Bamboo leaf ଚାହିଦାରେ ମହୁଲଫୁଲ ଓ ସିଆଳିପତ୍ର

Spread the love

Tribals  ଢ଼େଙ୍କାନାଳ,୯/୧୦ (ଚନ୍ଦ୍ରକଳା ଚମ୍ପତି): ଓଡିଶାର କେନ୍ଦ୍ର ଭାଗରେ ଅବସ୍ଥିତ ଢ଼େଙ୍କାନାଳ ଜିଲ୍ଲା । ଏହାର ସୀମା ଉତ୍ତରରେ Keonjhar କେନ୍ଦୁଝର, ଦକ୍ଷିଣରେ କଟକ, ପୂର୍ବରେ ଯାଜପୁର, ଏବଂ ପଶ୍ଚିମରେ ଅନୁଗୁଳ ଜିଲ୍ଲାର ସୀମାକୁ ଲାଗିରହିଛି । ୪,୪୫୨ବର୍ଗକିଲୋ ମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଶଂ ଦ୍ୱାରା ଆଚ୍ଛାଦିତ । ସରକାରୀ ତଥ୍ୟ ଅନୁଯାଇ ଜିଲ୍ଲାର ବର୍ତ୍ତମାନ ଜଙ୍ଗଲ କ୍ଷେତ୍ର ୧୭୦୦.୮୮ ବର୍ଗକିଲୋମିଟର ଅଟେ । ବନବିଭାଗ ଜଙ୍ଗଲ ପରିସରକୁ ୮ ଭାଗରେ ବିଭକ୍ତ କରିଛନ୍ତି । ଏହି ଜିଲ୍ଲାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟରେ କାଠ, ବାଉଁଶ, ଜାଳେଣୀ, କେନ୍ଦୁପତ୍ର ସେହିପରି ଲଘୁବନଜାତ ଦ୍ରବ୍ୟ ମଧ୍ୟରେ ଶାଳମଞ୍ଜି, ମହୁ, jhuna ଝୁଣା, ଲାଖ, mahua flower ମହୁଲ ଫୁଲସିଆଳି ପତ୍ର ରହିଛି । ଏଠାରେ ବାସ କରୁଥିବା ସବୁ ଲୋକ ଜଙ୍ଗଲ ଉପରେ ନିର୍ଭରଶୀଳ ।

ଏହି ଜିଲ୍ଲା ବନ୍ୟଜୀବ ସମୃଦ୍ଧ ଅଞ୍ଚଳ ଭାବେ ମଧ୍ୟ ଜଣାଶୁଣା। ହାତୀ, ହରିଣ, ଭାଲୁ, ବନସୁଆର, ବିଭିନ୍ନ ପକ୍ଷୀ ଓ କିଛି ଦୁର୍ଲଭ ପ୍ରଜାତି ଏଠାରେ ବିଦ୍ୟମାନ। କପିଲାସ ବନ୍ୟପ୍ରାଣୀ ଅଭୟାରଣ୍ୟ ଏହି ଜିଲ୍ଲାର ପରିବେଶ ସଂରକ୍ଷଣର ମୁଖ୍ୟ କେନ୍ଦ୍ର, ଯେଉଁଠାରେ ହାତୀ ଓ ପକ୍ଷୀ ସୁରକ୍ଷା ପାଇଁ ବିଶେଷ ଯୋଜନା ଚାଲିଛି।

ସ୍ଥାନୀୟ ଗ୍ରାମଗୁଡ଼ିକରେ ବନ ଆଧାରିତ ଜୀବିକା ବ୍ୟବସ୍ଥା ସୁଦୃଢ଼ ହୋଇପାରୁଥିବାବେଳେ, ବନବିଭାଗ ଓ ସ୍ଥାନୀୟ ସମିତିମାନେ Joint Forest Management (JFM) ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଓ ପରିବେଶ ସନ୍ତୁଳନ ପାଇଁ ସାମୁହିକ ଉଦ୍ୟମ କରୁଛନ୍ତି।

ପରିବେଶ ଓ ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ଢେଙ୍କାନାଳ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ। କପିଲାସ, ଶୁକ୍ଲା ଓ ସାତକୋସିଆ ଅଞ୍ଚଳ ସବୁଜ ପାହାଡ଼, ଝରଣା ଓ ଜୀବଜନ୍ତୁ ସମୃଦ୍ଧ ପରିବେଶ ଦ୍ୱାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

ଜଙ୍ଗଲ ଓ ପ୍ରାଣୀଜଗତ ମାତ୍ର ଢେଙ୍କାନାଳର ସୌନ୍ଦର୍ଯ୍ୟ ନୁହେଁ, ଏହା ଅଞ୍ଚଳବାସୀଙ୍କ ଜୀବିକା, ସଂସ୍କୃତି ଓ ପରିଚୟର ମୂଳ ଶକ୍ତି ଭାବେ ରହିଛି।

 


Spread the love

Leave A Reply

Your email address will not be published.