ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ ଫ୍ଲିପକାର୍ଟ ପକ୍ଷରୁ ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ସମସ୍ତ ଉତ୍ପାଦଗୁଡିକ ପାଇଁ ଜିରୋ କମିଶନ ମଡେଲର ଶୁଭାରମ୍ଭ କରାଯିବା ସହ ଏହାର ସେଲର ରେଟ କାର୍ଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣର ଘୋଷଣା କରାଯାଇଛି । ଏହି ନୂଆ ଢାଂଚା ଅଧିନରେ ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ଉତ୍ପାଦଗୁଡିକୁ ତାଲିକାଭୁକ୍ତ କରୁଥିବା ସମସ୍ତ ଯୋଗ୍ୟ ସେଲରଙ୍କଠାରୁ କମିଶନ ଫି’ ନିଆଯିବ ନାହିଁ । ଜିରୋ କମିଶନ ମଡେଲକୁ ଏବେ ମୂଲ୍ୟ ନିର୍ବିଶେଷରେ ସପ୍ସିରେ ସମସ୍ତ ଉତ୍ପାଦଗୁଡିକୁ ବିସ୍ତାର କରାଯାଇଛି, ଯାହା ହାଇପରଭାଲ୍ୟୁ ସେଗମେଂଟକୁ ଟାର୍ଗେଟ କରୁଥିବା ସେଲରଙ୍କ ପାଇଁ ଏକ ପ୍ରମୁଖ ସକ୍ଷମକାରୀ ଭାବେ ଏହାର ସ୍ଥିତିକୁ ମଜବୁତ କରିଛି ଏବଂ ଗ୍ରାହକଙ୍କ ପାଇଁ ସୁଲଭତା ବୃଦ୍ଧି କରିଛି । ଜିରୋ କମିଶନ ମଡେଲକୁ ଅଧିକରୁ ଅଧିକ ଆଂଚଳିକ ଓ ଉଦୀୟମାନ ଏମଏସଏମଇ ବ୍ରାଣ୍ଡଗୁଡିକୁ ଡିଜିଟାଲ ଅର୍ଥନୀତିରେ ଆତ୍ମବିଶ୍ୱାସର ସହ ସାମିଲ ହେବା ପାଇଁ ସକ୍ଷମ କରିବା ଏବଂ ସେମାନଙ୍କୁ ଭାରତର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଉନ୍ନତ ମୂଲ୍ୟ ଓ ବିକଳ୍ପ ପ୍ରଦାନ କରିବା ପାଇଁ ସଶକ୍ତ କରିବା ଲାଗି ଡିଜାଇନ କରାଯାଇଛି ।
ଏସମ୍ପର୍କରେ ଫ୍ଲିପକାର୍ଟର ବରିଷ୍ଠ ଉପାଧ୍ୟକ୍ଷ ଓ ମାର୍କେଟପ୍ଲେସ ବିଭାଗ ମୁଖ୍ୟ ସାକୈତ ଚୌଧୁରୀ କହିଛନ୍ତି, “ଫ୍ଲିପକାର୍ଟରେ ଆମେ ଅନଲାଇନ ବିକ୍ରିକୁ ସରଳ ଓ ଶକ୍ତିଶାଳୀ କରୁଥିବା ପଦକ୍ଷେପଗୁଡିକ ମାଧ୍ୟମରେ ଭାରତର ଏମ୍ଏସଏମଇ ଓ ନୂତନ ଯୁଗର ଉଦ୍ୟୋଗୀମାନଙ୍କର ବିସ୍ତୃତ ନେଟ୍ୱର୍କକୁ ସଶକ୍ତ କରିବା ପାଇଁ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ । ଫ୍ଲିପକାର୍ଟରେ ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ସମସ୍ତ ଉତ୍ପାଦ ଓ ସପ୍ସିରେ ସମସ୍ତ ଉତ୍ପାଦଗୁଡିକୁ କଭର କରୁଥିବା ଜିରୋ କମିଶନ ମଡେଲର ଶୁଭାରମ୍ଭ, ପ୍ରବେଶ ପ୍ରତିବନ୍ଧକକୁ ଦୂର କରିବା ଏବଂ ଅଧିକ ଆଂଚଳିକ ଓ ଉଦୀୟମାନ ବ୍ରାଣ୍ଡଗୁଡିକୁ ଡିଜିଟାଲ ଅର୍ଥନୀତିରେ ଅଂଶଗ୍ରହଣ କରିବା ପାଇଁ ସକ୍ଷମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଆମର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏହି ଜିରୋ କମିଶନ ମଡେଲ ଅଧିକ ସୁଲଭ ବିକଳ୍ପରେ ପରିଣତ ହେବ ।” ଏହି ନୂତନ ପଦକ୍ଷେପଗୁଡିକ ସହିତ ଫ୍ଲିପକାର୍ଟରେ ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ଉତ୍ପାଦଗୁଡିକୁ ତାଲିକାଭୁକ୍ତ କରୁଥିବା ସେଲର ଓ ସପ୍ସିର ସମସ୍ତ ସେଲର ସେମାନଙ୍କର ବ୍ୟବସାୟ କରିବାର ସାମଗ୍ରିକ ଖର୍ଚ୍ଚରେ ୩୦% ପର୍ଯ୍ୟନ୍ତ ହ୍ରାସର ଲାଭ ପାଇପାରିବେ । ଏହି ପଦକ୍ଷେପକୁ ସେଲର ଡ୍ୟାଶବୋର୍ଡ ଓ ସର୍ଭିସ ଟଚପଏଂଟଗୁଡିକ ମାଧ୍ୟମରେ ସକ୍ରିୟ ମାର୍ଗଦର୍ଶନ ସହିତ ଉନ୍ମୋଚନ କରାଯାଇଛି, ଯାହା ଏକ ସୁଗମ ରୂପାନ୍ତରଣ ସୁନିଶ୍ଚିତ କରୁଛି ।