ଫୋନପେ ଏବଂ ଓପନଏଆଇ ମଧ୍ୟରେ ସହଭାଗିତା

Spread the love

ଭୁବନେଶ୍ୱର : ଫୋନପେ ପକ୍ଷରୁ ଅଗ୍ରଣୀ ଗ୍ଲୋବାଲ ଏଆଇ କମ୍ପାନୀ ଓପନଏଆଇ ସହିତ ଏକ ରଣନୈତିକ ସହଭାଗିତା ଘୋଷଣା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତରେ ଚାଟଜିପିଟିର ବ୍ୟବହାରକୁ ଦ୍ରୁତ ଗତିରେ ବଢ଼ାଇବା ଏବଂ ପାରସ୍ପରିକ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା। ଏହି ସହଯୋଗିତା ଦ୍ୱାରା ଫୋନପେର ୟୁଜରମାନେ ଫୋନପେ ପ୍ଲାଟଫର୍ମରେ ହିଁ ଚାଟଜିପିଟିର ଫିଚରଗୁଡ଼ିକୁ ବ୍ୟବହାର କରିପାରିବେ। ଏହା ଅଧିକରୁ ଅଧିକ ଭାରତୀୟଙ୍କୁ ଉନ୍ନତ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର କ୍ଷମତା ବିଷୟରେ ଜାଣିବାରେ ସାହାଯ୍ୟ କରିବ। ଏହି ମିଳିତ ଉଦ୍ୟମ ୟୁଜରମାନଙ୍କୁ ସେମାନଙ୍କର ଦୈନନ୍ଦିନ କାମ, ଯେପରିକି ଯାତ୍ରା ପ୍ଲାନ କରିବାଠାରୁ ଆରମ୍ଭ କରି ସପିଂ କରିବା ପର୍ଯ୍ୟନ୍ତ, ସବୁଥିରେ ସ୍ମାର୍ଟ ଓ ଦରକାରୀ ସୂଚନା ଦେବ। ଏହି ସହଯୋଗୀତା ଫଳରେ, ଫୋନପେର କଞ୍ଜ୍ୟୁମର ଆପ ଏବଂ ଫୋନପେ ଫର ବିଜନେସ ଆପରେ ଚାଟଜିପିଟି ସହଜରେ ଉପଲବ୍ଧ ହେବ। ଏହାସହିତ ଇଣ୍ଡସ ଆପଷ୍ଟୋର ସମେତ ସମ୍ପୂର୍ଣ୍ଣ ଫୋନପେ ଇକୋସିଷ୍ଟମର ସୁବିଧାକୁ ମଧ୍ୟ ଏହା ବ୍ୟବହାର କରିବ। ଦେଶରେ ଜେନେରେଟିଭ ଏଆଇର ବ୍ୟବହାର ବଢୁଥିବାରୁ, ଏହି ସହଯୋଗୀତା ୟୁଜରମାନଙ୍କ ପାଇଁ ନୂତନ ସମ୍ଭାବ୍ୟ ବ୍ୟବହାର କ୍ଷେତ୍ର ଖୋଲିବାରେ ସାହାଯ୍ୟ କରିବ।
ଏହି ଶୁଭାରମ୍ଭ ଅବସରରେ ଫୋନପେର ପ୍ରତିଷ୍ଠାତା, ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଏବଂ ମୁଖ୍ୟ ଟେକ୍ନୋଲୋଜି ଅଫିସର ରାହୁଲ ଚାରି କହିଛନ୍ତି, “ଏହି ସହଯୋଗୀତା ଦର୍ଶାଉଛି ଯେ ନୂଆ ଚିନ୍ତାଧାରା ଥିବା କମ୍ପାନୀମାନେ ମିଳିମିଶି କାମ କଲେ, ସବୁଠୁ ନୂଆ ଟେକ୍ନୋଲୋଜିକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ହେବ। ଏହି ଯାତ୍ରା ଆରମ୍ଭ କରିବା ପାଇଁ ଆମେ ଓପନଏଆଇ ସହିତ ହାତ ମିଳାଇ ବହୁତ ଆନନ୍ଦିତ।”
ଓପନଏଆଇର ଆନ୍ତର୍ଜାତୀୟ ମୁଖ୍ୟ ଓଲିଭର ଜେ କହିଛନ୍ତି, “ଫୋନପେ ସହିତ ଆମର ସହଯୋଗୀତା ସମଗ୍ର ଭାରତର ଲୋକଙ୍କ ପାଇଁ ଏଆଇକୁ ଅଧିକ ସୁଲଭ କରିବାର ଆମର ମିଶନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ଏହି ସହଭାଗିତା ସମଗ୍ର ଭାରତରେ କଞ୍ଜ୍ୟୁମର ଏଆଇର ଅପାର ମୂଲ୍ୟ ପ୍ରଦର୍ଶନ କରିବ, ଯାହା ଲକ୍ଷ ଲକ୍ଷ ୟୁଜରଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନକୁ ଉନ୍ନତ କରିବାରେ ସାହାଯ୍ୟ କରିବ।”


Spread the love

Leave A Reply

Your email address will not be published.