ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ‘ପୂର୍ବ ଭାରତର ନେଟ୍-ଜିରୋ ଟ୍ରାନ୍ସମିଶନକୁ ସଶକ୍ତ କରିବା’ ବିଷୟବସ୍ତୁ ସହିତ ‘ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମିଟ୍’ର ଉଦ୍ଘାଟନ କରାଯାଇଛି । ଏହି ସମ୍ମିଳନୀରେ ଓଡିଶା ସରକାର ରାଜ୍ୟର ସ୍ୱଚ୍ଛ ଶକ୍ତି ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ଉପସ୍ଥାପନ କରିଛନ୍ତି । ଏହି ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ବରିଷ୍ଠ ସରକାରୀ ଅଧିକାରୀ ଓ ଇଣ୍ଡଷ୍ଟ୍ରୀ ଲିଡରମାନେ ଉପସ୍ଥିତ ଥିଲେ ଯେଉଁମାନେକି ଏକ ସ୍ୱଚ୍ଛ ଶକ୍ତି କେନ୍ଦ୍ରରେ ପରିଣତ ହେବା ପାଇଁ ଓଡିଶାର ରଣନୈତିକ ପ୍ରୟାସଗୁଡିକୁ ରେଖାଙ୍କିତ କରିଥିଲେ ।
ଏହି ଅବସରରେ ନିଜର ସମ୍ବୋଧନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡିଶାର ଉପମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କ ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଥିଲେ ଯେ, “ଓଡିଶା ଏହାର ବିକାଶ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତରେ ଉଭା ହୋଇଛି । ସେ ରାଜ୍ୟର ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡିକ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, “ଆମେ ୨୦୩୦ ସୁଦ୍ଧା ୧୧ ଜିଡବ୍ଲ୍ୟୁ ଏନର୍ଜି କ୍ଷମତା ହାସଲ କରିବା ଏବଂ ସବୁଜ ଶକ୍ତିକୁ ଗ୍ରହଣ କରିବା ଲାଗି ଶିଳ୍ପଗୁଡିକୁ ସହଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛୁ, ଆମେ ରାଜ୍ୟରେ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆର ବୃହତ କ୍ଷମତାକୁ ଅନ୍ତର୍ଭୁକ୍ତ କରୁଛୁ ।”

ରାଜ୍ୟ ସରକାରଙ୍କ ସକ୍ରିୟ ପଦକ୍ଷେପଗୁଡିକୁ ଉଲ୍ଲେଖ କରି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି ଯେ, “ନିକଟରେ ଆମ ସରକାର ୧୩୪୨୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦୦୦ ଏମଡବ୍ଲ୍ୟୁର ୫୩ଟି ସବୁଜ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।” ଲୋକପ୍ରିୟ ପିଏମ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଉପରେ ସେ କହିଛନ୍ତି, “ରାଜ୍ୟରେ ୩ ଘରକୁ କଭର କରିବାର ଏକ ଲକ୍ଷ୍ୟ ସହିତ ଆମେ କେନ୍ଦ୍ର ସରକାରଙ୍କ ୭୬,୦୦୦ ଟଙ୍କା ବ୍ୟତୀତ ପ୍ରତି ଘର ପିଛା ଅତିରିକ୍ତ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛୁ । ଜମି ଉପଲବ୍ଧତା ଭଳି ପ୍ରମୁଖ ଆହ୍ୱାନଗୁଡିକୁ ସମ୍ବୋଧିତ କରି ସେ ସୂଚିତ କରିଛନ୍ତି ଯେ, ରେଳ ଓ କେନାଲ-ଟପ୍ ସୋଲାର ପ୍ରକଳ୍ପ ଭଳି ବିକଳ୍ପଗୁଡିକ ସମ୍ପର୍କରେ ବିଚାର କରାଯାଉଛି ।

କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ମତବ୍ୟକ୍ତ କରି ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି, “ଓଡିଶା ସ୍ୱଚ୍ଛ ଶକ୍ତି, ଦାୟିତ୍ୱବାନ ଶିଳ୍ପ ଓ ଆଧୁନିକ ଉତ୍ପାଦନ ଦ୍ୱାରା ପରିଭାଷିତ ଅଭିବୃଦ୍ଧିର ଏକ ନୂତନ ଯୁଗରେ ପ୍ରବେଶ କରୁଛି । ସେ ଓଡିଶା ରିନେୱେବୁଲ ଏନର୍ଜି ପଲିସି ୨୦୨୨ର ବିଭିନ୍ନ ଲାଭ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ଯାହା ବିଦ୍ୟୁତ ଶୁଳ୍କ, ହ୍ୱିଲିଙ୍ଗ ଚାର୍ଜ, କ୍ରସ-ସବ୍ସିଡି ସର୍ଚାର୍ଜ ଏବଂ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନନିଆ ପ୍ରକଳ୍ପ ପାଇଁ ଜମି ଶୁଳ୍କ ଉପରେ ଦୀର୍ଘକାଳିନ ଛାଡ ପ୍ରଦାନ କରୁଛି । ସେ କହିଛନ୍ତି, ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୬ଟି ପ୍ରମୁଖ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି, ଅନେକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି । ରାଜ୍ୟର ବଡ ନିବେଶମାନେ ହେଉଛନ୍ତି ଜେଏସଡବ୍ଲ୍ୟୁ, ରିନ୍ୟୁ, ଅଭାଡା, ୱାରି, ଆମ୍ପିନ, ଏସିଏମଇ, ୱେସ୍ପୁନ, ସେମ୍ବକର୍ପ, ଏଲ୍ଆଣ୍ଡଟି ଏନର୍ଜି ଗ୍ରୀନଟେକ, ଆଇନକ୍ସ ୱାଇଣ୍ଡ, ହିମାଦ୍ରୀ, କ୍ୱାଂଟ ସୋଲାର ଇତ୍ୟାଦି ।” ଏଥିସହିତ ସେ ସବୁଜ ବନ୍ଦ ଅଭିଯାନ ଓ ଭବିଷ୍ୟତ ପ୍ରସ୍ତୁତ କର୍ମବଳ ଉପରେ ମଧ୍ୟ ଆଲୋକପାତ କରିଥିଳେ । ସେ ଶିଳ୍ପ, ନିବେଶକ, ଶିକ୍ଷାନୁଷ୍ଠାନ ଓ ବିକାଶ ସହଯୋଗୀମାନଙ୍କୁ ଏକ ଖୋଲା ଆମନ୍ତ୍ରଣ ମଧ୍ୟ ଦେଇଥିଲେ । ସେ କହିଥିଲେ, “ଓଡିଶା ସହଭାଗିତା, ଉଦ୍ଭାବନ ଓ ନେତୃତ୍ୱ ପାଇଁ ପ୍ରସ୍ତୁତ ରହିଛି । ଆସନ୍ତୁ ମିଳିତ ଭାବେ ଏକ ସବୁଜ ଓ ଅଧିକ ସମୃଦ୍ଧ ଭବିଷ୍ୟତ ନିର୍ମାଣ କରିବା ।”

ସେହିପରି ଓଡିଶା ସରକାରଙ୍କ ଶକ୍ତି ବିଭାଗର ମୁଖ୍ୟ ସଚିବ ଓ ସମ୍ମାନିତ ଅତିଥି ଆଇଏଏସ ଶ୍ରୀ ବିଶାଲ କୁମାର ଦେବ ରାଜ୍ୟର ବିଦ୍ୟୁତ ଶକ୍ତି ପରିବହନ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ଓଡିଶାର ଦୃଷ୍ଟିକୋଣକୁ ଉପସ୍ଥାପନ କରିଥିଲେ । ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ ଶ୍ରୀ ଦେବ କହିଛନ୍ତି, “ସେ ନିବେଶକମାନଙ୍କୁ ରାଜ୍ୟର ବିତୀୟ ଶକ୍ତି ସମ୍ପର୍କରେ ଆଶ୍ୱାସନା ଦେଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଓଡିଶା ନିକଟରେ ୩୧,୦୦୦ କୋଟି ଟଙ୍କାର ବଳକା ରାଜସ୍ୱ ରହିଛି ଏବଂ ଦେଶର ଜିଡିପି ଅନୁପାତ ତୁଳନାରେ ସର୍ବାଧିକ ପୁଞ୍ଜୠତ ବ୍ୟୟ ରହିଛି ଯାହା ପ୍ରତିଶ୍ରୁତିଗୁଡିକୁ ପୂରଣ କରିବା ପାଇଁ ଏହାର କ୍ଷମତାର ଏକ ପ୍ରମାଣ ଅଟେ । ଏହି ଅବସରରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ରାଜ୍ୟର ଅଣଉନ୍ମୋଚିତ କ୍ଷମତା ଉପରେ ଗୁରୁତ୍ୱାରୋପ କରି ଅତିରିକ୍ତ ମୁଖ୍ୟ ସଚିବ (ଶିଳ୍ପ ଏବଯ ସୂଚନା ଓ ଲୋକସମ୍ପର୍କ ବିଭାଗ), ଆଇଏଏସ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି,“ରାଜ୍ୟ ସବୁଜ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ମୂଲ୍ୟକୁ ସମ୍ପୂର୍ଣ୍ଣ ରୂପେ ସ୍ୱୀକୃତି ଦେଉଛି ଏବଂ ସମସ୍ତ ହିତାଧିକାରୀଙ୍କୁ ଦେଶ ପାଇଁ ଓଡିଶାକୁ ଏକ ଅଗ୍ରଣୀ ସବୁଜ ଶକ୍ତି ସକ୍ଷମକାରୀରେ ପରିଣତ କରିବା କ୍ଷେତ୍ରରେ ହାତ ମିଳାଇବା ପାଇଁ ଏକ ଖୋଲା ଆମନ୍ତ୍ରଣ ପ୍ରଦାନ କରିଛି ।”

ଏହି ଅଧିବେଶନ ଓଡିଶା ରାଜ୍ୟ ବିକାଶ ପରିଷଦ, ଅସୋଚାମର ଅଧ୍ୟକ୍ଷ ଏବଂ ଏମଜିଏମ ଗ୍ରୁପର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ଦ୍ୱାରା ଏକ ସ୍ୱାଗତ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା ଏହାପରେ ଆସୋଚାମ ଓଡିଶା ଷ୍ଟେଟ ଏନର୍ଜି କାଉନ୍ସିଲର ଅଧ୍ୟକ୍ଷ ଏବଂ ଜେଏସଡବ୍ଲ୍ୟୁ ଏନର୍ଜିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଅଶେଷ ପାଢୀ ଏହି ଦିନର ଆଲୋଚନା ପାଇଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ।
ଆସୋଚାମ ଓଡିଶା ମାଇନିଂ ଆଣ୍ଡ ଷ୍ଟିଲ କାଉନ୍ସିଲର ଅଧ୍ୟକ୍ଷ ଏବଂ ଏସଏନଏମ ଗ୍ରୁପର ଏମ୍ଡି ଡଃ ପ୍ରବୋଧ ମହାନ୍ତି ସ୍ଥାୟିତ୍ୱ ପ୍ରତି ଆନ୍ତର୍ଜାତୀୟ ପରିବର୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, “ଓଡିଶାର ସ୍ୱଚ୍ଛ ଶକ୍ତି ଯାତ୍ରା କେବଳ ବିକଳ୍ପ ନୁହେଁ ଏହା ଏକ ଆବଶ୍ୟକତା । ଏଥିସହିତ ସେ ଖଣିଜ ପଦାର୍ଥ ଓ ଧାତୁର ଏକ କେନ୍ଦ୍ର ଭାବେ ରାଜ୍ୟ ଆନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳା ଚାହିଦାକୁ ପୂରଣ କରିବା ପାଇଁ ସ୍ଥାୟୀ ଅଭ୍ୟାସଗୁଡିକୁ ସକ୍ରିୟ ଭାବେ ଗ୍ରହଣ କରୁଥିବା ହାଇଲାଇଟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୟର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ୍ର ପାର୍ଟନର ଓ ମୁଖ୍ୟ (ପାୱାର ଆଣ୍ଡ ୟୁଟିଲିଟିଜ୍) ସୋମେଶ କୁମାରଙ୍କ ଦ୍ୱାରା ଏକ ନଲେଜ ରିପୋର୍ଟ ଆଡ୍ରେସ ଅନ୍ତର୍ଭୁକ୍ତ ଥିଲା ଯାହା ‘ଓଡିଶା ଏନର୍ଜି ଟ୍ରାଞ୍ଜିସନ – ଚାରିଅଟ୍ସ ଅଫ୍ ଚେଞ୍ଜ’ ଶୀର୍ଷ ଆସୋଚାମ-ଇୱାଇ ନଲେଜ ରିପୋର୍ଟର ପ୍ରକାଶିତ କରିଥିଲା । ଉଦ୍ଘାଟନୀ ଅଧିବେଶନ ଆସୋଚାମର ପୂର୍ବ ଓ ଉତରପୂର୍ବର ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦର ଜିତ କୌରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହିତ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏକ ସିଇଓ ରାଉଣ୍ଡଟେବୁଲ ବୈଠକ ସହିତ ଆଗକୁ ବଢିଥିଲା ଏବଂ ପରେ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।