ନଥିଂ ପକ୍ଷରୁ ୧୯,୯୯୯ଟଙ୍କା ମୂଲ୍ୟରେ ଫୋନ୍ (୩ଏ) ଲାଇଟ୍‌ର ଶୁଭାରମ୍ଭ

Spread the love

ଭୁବନେଶ୍ୱର : ଲଣ୍ଡନ ସ୍ଥିତ ଟେକ୍ନୋଲୋଜି କମ୍ପାନୀ, ନଥିଂ ଭାରତରେ ଫୋନ୍ (୩ଏ) ଲାଇଟର ଉନ୍ମୋଚନ କରିଛି, ଯାହାକୁ କ୍ଲାସିକ୍ କଳା ଏବଂ ଧଳା ସହିତ ଏକ ନୂତନ ନୀଳ ରଙ୍ଗରେ ଉନ୍ମୋଚନ କରାଯାଇଛି । ଏହି ଡିଭାଇସ ନଥିଙ୍ଗର ସିଗ୍ନେଚର ଟ୍ରାନ୍ସପରେଂଟ ଡିଜାଇନ୍‌, ୬.୭୭ ଇଂଚ ଏମୋଏଲଡ ଡିସପ୍ଲେ, ଟ୍ରୁଲେନ୍ସ ଇଞ୍ଜିନ ୪.୦ ସହିତ ୫୦ ଏମପି ମୁଖ୍ୟ କ୍ୟାମେରା, ମିଡିଆଟେକ ଡାଇମେନସିଟି ୭୩୦୦ ପ୍ରୋ ଚିପସେଟ୍ ଏବଂ ୫୦୦୦ ମେଗା ଆମ୍ପିୟର ବ୍ୟାଟେରୀ ଆଣିଛି ।

୮ ଜିିବି+ ୧୨୮ ଜିବି ଭାରିଆଂଟ ପାଇଁ ମୂଲ୍ୟ ୨୦,୯୯୯ଟଙ୍କାର ରୁ ଆରମ୍ଭ ହୋଇ ବ୍ୟାଙ୍କ ରିହାତି ପରେ ୧୯,୯୯୯ଟଙ୍କା ପର୍ଯ୍ୟନ୍ତ ଯିବ । ଫୋନ୍ (୩ଏ) ଲାଇଟ୍ ୫ ଡିସେମ୍ବର ୨୦୨୫ ରୁ ଫ୍ଲିପକାର୍ଟ, ବିଜୟ ସେଲ୍ସ, କ୍ରୋମା ଏବଂ ଭାରତର ପ୍ରମୁଖ ଖୁଚୁରା ଦୋକାନଗୁଡ଼ିକରେ ବିକ୍ରୟ ପାଇଁ ଉପଲବ୍ଧ ହେବ । ଫୋନ୍ (୩ଏ) ଲାଇଟ୍ ଆଇପି୫୪ ପ୍ରତିରୋଧ, ଏକ ଆଲୁମିନିୟମ ଇଂଟରନାଲ ଫ୍ରେମ ଏବଂ ଏକ ପରିଷ୍କୃତ ହାଲୁକା ବିଲ୍ଡ ସହିତ ସ୍ୱଚ୍ଛ ସୌନ୍ଦର୍ଯ୍ୟକୁ ଆଗକୁ ବହନ କରୁଛି । ଏଥିରେ ୧୨୦ ଏଚଜେଡ ଆଡାପ୍ଟିଭ୍ ରିଫ୍ରେସ୍ ରେଟ ଏବଂ ୩୦୦୦ ନିଟ୍ସ ପିକ୍ ଏଚଡିଆର ଉଜ୍ଜ୍ୱଳତା ସହିତ ୬.୭୭-ଇଂଚ ଫ୍ଲେକ୍ସବଲ ଏମୋଲଡ ଡିସପ୍ଲେ ରହିଛି ।

ଏହି ଫୋନଟି ଏକ ୫୦ଏମପି ମୁଖ୍ୟ କ୍ୟାମେରା ସହିତ ସଜ୍ଜିତ ରହିଛି ଯାହା ଅଲଟ୍ରା ଏକ୍ସଡିଆର, ନାଇଟ ମୋଡ ଏବଂ ୩୦ ଏଫପିଏସରେ ୪କ ଭିଡିଓ ଭଳି ଫିଚରକୁ ସାମିଲ କରିଛି । ୧୬ ଏମପି ଫ୍ରଂଟ କ୍ୟାମେରା ଉଚ୍ଚ-ଗୁଣବତା ସେଲ୍ଫି ଏବଂ ଭିଡିଓ କଲ୍ ସମର୍ଥନ କରେ । ନଥିଙ୍ଗର ବିକଶିତ ଗ୍ଲିଫ୍ ଲାଇଟ୍ ସିଷ୍ଟମ୍ କାର୍ଯ୍ୟକ୍ଷମ ବିଜ୍ଞପ୍ତି, କ୍ୟାମେରା କାଉଂଟଡାଉନ ଏବଂ କଷ୍ଟମ୍ ଯୋଗାଯୋଗ ଆଲର୍ଟ ଆଣିଥାଏ । ଫୋନ (୩ଏ) ଲାଇଟ ୧୬ ଜିବି ପର୍ଯ୍ୟନ୍ତ ରାମ (ଭର୍ଚୁଆଲ୍ ଅନ୍ତର୍ଭୁକ୍ତ) ଏବଂ ୨ ଟିବି ପର୍ଯ୍ୟନ୍ତ ବିସ୍ତାରିତ ଷ୍ଟୋରେଜ୍ ପ୍ରଦାନ କରେ । ଏହାସହିତ ନିର୍ଭରଯୋଗ୍ୟ ପୂର୍ଣ୍ଣ-ଦିନ ବ୍ୟବହାର ପାଇଁ ୩୩ ୱାଟ ଦ୍ରୁତ ଚାର୍ଜିଂ ସହିତ ୫୦୦୦ ମେଗା ଆମ୍ପିୟର ବ୍ୟାଟେରୀ ରହିଛି । ଏହି ଡିଭାଇସ୍‌ଟି ୩ ବର୍ଷର ପ୍ରମୁଖ ଅପଡେଟ୍ ଏବଂ ୬ ବର୍ଷର ନିଶ୍ଚିତ ସୁରକ୍ଷା ପ୍ୟାଚ୍ ସହିତ ଆଣ୍ଡ୍ରଏଡ ୧୫ ଉପରେ ଆଧାରିତ ନଥିଙ୍ଗ ଓଏସ ୩.୫କୁ ପରିଚାଳିତ କରେ ।


Spread the love

Leave A Reply

Your email address will not be published.