ରିଅଲ୍‌ମି ନାର୍‌ଜୋ ୬୦ ସିରିଜ ୫ଜି ଓ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ ଉନ୍ମୋଚିତ

Spread the love

ଭୁବନେଶ୍ୱର: ଭାରତର ସବୁଠାରୁ ନିର୍ଭରଯୋଗ୍ୟ ସ୍ମାର୍ଟଫୋନ୍ ସେବା ପ୍ରଦାତା ରିଅଲ୍‌ମି ପକ୍ଷରୁ ଏହାର ନୂତନ ଅଫରିଙ୍ଗ ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍ ୫ଜି ଓ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ର ଉନ୍ମୋଚନ କରାଯାଇଛି । ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍ ୫ଜି ଦୁଇଟି ଅତ୍ୟାଧୁନିକ ସ୍ମାର୍ଟଫୋନ୍ ରିଅଲ୍‌ମି ନାର୍‌ଜୋ ୬୦ ପ୍ରୋ ୫ଜି ଓ ରିଅଲ୍‌ମି ନାର୍‌ଜୋ ୬୦ ୫ଜି ସମେତ ଏକ ନିମଜ୍ଜିତ ଅଡିଓ ଅନୁଭୂତି ପାଇଁ ଅତ୍ୟାଧୁନିକ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ର ଶୁଭାରମ୍ଭ କରିଛି । ରିଅଲ୍‌ମି ନାର୍‌ଜୋ ୬୦ ପ୍ରୋ ୫ଜି ୧୨ଜିବି +୧୨ଜିବି ପର୍ଯ୍ୟନ୍ତ ଡାଇନାମିକ୍ ରାମ୍ ସହ ସୁସଜ୍ଜିତ ରହିଛି ଏବଂ ଏହା ୧ ଟିବିର ରମ୍ ଷ୍ଟୋରେଜ୍ ସହ ଆସୁଥିବା ସେଗ୍‌ମେଂଟ୍‌ର ଏକମାତ୍ର ସ୍ମାର୍ଟଫୋନ୍ ଅଟେ । ଏହା ଡାଇମେନ୍‌ସିଟି ୭୦୫୦ ୫ଜି ଚିଫ୍‌ସେଟ୍ ଉପରେ ପରିଚାଳିତ ଏବଂ ଏଥିରେ ୬୭ୱାଟ୍ ସୁପର୍‌ଭିଓଓସି ଚାର୍ଜିଂ ସପୋର୍ଟ ସହିତ ଏକ ବିଶାଳ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି । ରିଅଲ୍‌ମି ନାର୍‌ଜୋ ୬୦ ପ୍ରୋ ୫ଜି ଦୁଇଟି ଆକର୍ଷଣୀୟ ରଙ୍ଗ ଯଥା ମାର୍ସ ଅରେଞ୍ଜ ଓ କସ୍‌ମିକ୍ ବ୍ଲାକ୍‌ରେ ଏବଂ ୩ଟି ଷ୍ଟୋରେଜ୍ ଭାରିଆଂଟ୍ ଯଥା ୮ଜିବି+୧୨୮ଜିବି ପାଇଁ ୨୩୯୯୯ ଟଙ୍କା, ୧୨ଜିବି+୨୫୬ ଜିବି ପାଇଁ ୨୬୯୯୯ ଟଙ୍କା ଏବଂ ୧୨ଜିବି+୧ ଟିବି ପାଇଁ ୨୯୯୯୯ ଟଙ୍କାରେ ଆସୁଛି ।

ରିଅଲ୍‌ମି ନାର୍‌ଜୋ ୬୦ ୫ଜି ଏକ ପ୍ରିମିୟମ ଭେଗାନ ଲେଦର ଓ ମାର୍ସିଆନ୍ ହୋରାଇଜନ ଡିଜାଇନ୍‌କୁ ପ୍ରଦର୍ଶିତ କରୁଛି । ଏହି ଡିଭାଇସ୍ ଏକ ଉଲ୍ଲେଖନୀୟ ୯୦ଏଚ୍‌ଜେଡ୍ ସୁପର୍ ଆମୋଲେଡ୍ ଡିସ୍‌ପ୍ଲେ ପ୍ରଦାନ କରୁଛି । ଏହାର ୬୪ ଏମ୍‌ପି ଷ୍ଟ୍ରିଟ୍ ଫଟୋଗ୍ରାଫି କ୍ୟାମେରା ୨ଗୁଣ ଇନ୍‌-ସେନ୍ସର ଜୁମ୍‌, ଡିଆଇଏସ୍ ସ୍ନାପ୍‌ସଟ୍‌, ୨୦ ଗୁଣ ଡିଜିଟାଲ ଜୁମ୍ ସହ ସୁସଜ୍ଜିତ ରହିଛି । ଡାଇମେନ୍‌ସିଟି ୬୦୨୦ ୫ଜି ଚିପ୍‌ସେଟ୍ ଦ୍ୱାରା ପରିଚାଳିତ ନାର୍‌ଜୋ ୬୦ ୫ଜି ଆପଣଙ୍କୁ ଏକ ସାମଗ୍ରିକ ଅନୁଭୂତି ପ୍ରଦାନ କରୁଛି । ନାର୍‌ଜୋ ୬୦ ୫ଜି ଦୁଇଟି ଆକର୍ଷଣୀୟ ରଙ୍ଗ: ମାର୍ସ ଅରେଞ୍ଜ, କସ୍‌ମିକ୍ ବ୍ଲାକ୍ ଏବଂ ଦୁଇଟି ଷ୍ଟୋରେଜ୍ ଭାରିଆଂଟ୍‌: ୮ଜିବି+୧୨୮ଜିବି ପାଇଁ ୧୭୯୯୯ ଟଙ୍କା ଏବଂ ୮ଜିବି+୨୫୬ଜିବି ପାଇଁ ୧୯୯୯୯ ଟଙ୍କାରେ ଆସୁଛି । ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ ୩ଟି ଆକର୍ଷଣୀୟ ରଙ୍ଗ ବାସ୍ ୟେଲୋ, ଭାଇଟାଲିଟି ହ୍ୱାଇଟ୍ ଓ ପ୍ୟୋର୍ ବ୍ଲାକ୍‌ରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ୧୭୯୯ ଟଙ୍କା ରହିଛି । ଉପଭୋକ୍ତାମାନେ ଆସନ୍ତା ଜୁଲାଇ ୧୨ ତାରିଖ ଦିନ ୧୨ଟା ପରଠାରୁ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ ଉପରେ ଏକ ସ୍ୱତନ୍ତ୍ର ଫାର୍ଷ୍ଟ ସେଲ୍ ଡେ’ ଅଫର୍ ପାଇପାରିବେ ।

ଏହି ଉନ୍ମୋଚନ ଅବସରରେ ରିଅଲ୍‌ମି ନାର୍‌ଜୋ ଇଣ୍ଡିଆର ମାର୍କେଟିଂ ଷ୍ଟ୍ରାଟେଜି ଲିଡ ମନିଷ ରାଣା କହିଛନ୍ତି, ‘ରିଅଲ୍‌ମି ନୂଆ ଉଚ୍ଚତାକୁ ଛୁଇଁବା ଜାରି ରଖିଥିବାରୁ ଆମେ ଗର୍ବର ସହିତ ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍ ୫ଜି ଓ ବୈପ୍ଳବିକ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ ଇୟରବଡ୍‌କୁ ଉପସ୍ଥାପନ କରୁଛୁ ଯାହା ଆମର ‘ଡେୟାର ଟୁ ଲିପ୍‌’ ଉତ୍ସାହର ଏକ ପ୍ରମାଣ ଅଟେ । ଉଦ୍ଭାବନ ଓ ଡିଜାଇନ୍ ପ୍ରତି ଏକ ନିରନ୍ତର ପ୍ରତିବଦ୍ଧତା ସହିତ ଆମେ ସେଗ୍‌ମେଂଟ୍‌ର ପ୍ରଥମ ୧ ଟିବି ଷ୍ଟୋରେଜ୍ ସ୍ମାର୍ଟଫୋନ୍ ନିର୍ମାଣ କରିଛୁ । ଏହି ସିରିଜ୍ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ପ୍ରଦାନ କରିଛି, ଅତୁଳନୀୟ ପ୍ରଦର୍ଶନ, ଚମତ୍କାର ଫିଚର ଓ ଏକ ନିମଜ୍ଜିତ ଉପଭୋକ୍ତା ଅନୁଭୂତି ଦେଉଛି । ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍ ୫ଜି ଉପରେ ମତ ରଖି ୱାୟାରଲେସ୍ ଓ ହୋମ୍ ଏଂଟରଟେନ୍‌ମେଂଟ୍ ଆମାଜନ ଇଣ୍ଡିଆର ନିର୍ଦ୍ଦେଶକ ରଞ୍ଜିତ ବାବୁ କହିଛନ୍ତି, ‘ଆମାଜନରେ ଆମେ ଗ୍ରାହକଙ୍କୁ ଫେରାଇ ଆଣିବା ଲାଗି କାର୍ଯ୍ୟ କରିବା ପ୍ରତି ପ୍ରତିବଦ୍ଧ ରହିଛୁ । ଏବଂ ଆଜି, ରିଅଲମି ନାରଜୋ ୬୦ ସିରିଜ ୫ଜିର ଲଂଚ୍ ସହିତ ଆମେ ଆମାଜନ ଡଟ୍ ଇନ୍‌ରେ ଲୋକପ୍ରିୟ ରିଅଲ୍‌ମି ନାର୍‌ଜୋ ସିରିଜ୍‌ର ବର୍ଦ୍ଧିତ ପୋର୍ଟଫୋଲିଓକୁ ଆହୁରି ସୁଦୃଢ କରିଛୁ ।’

ଗ୍ରାହକମାନେ ରିଅଲ୍‌ମି ନାର୍‌ଜୋ ୬୦ ପ୍ରୋ ୫ଜି ଉପରେ ୧୫୦୦ ଟଙ୍କାର ବ୍ୟାଙ୍କ ଅଫର୍ ପାଇପାରିବେ ଏବଂ ଆସନ୍ତା ଜୁଲାଇ ୬ ତାରିଖ ଦିନ ୧ଟାରୁ ଆମାଜନ୍ ଡଟ୍ ଇନ୍ ଓ ରିଅଲ୍‌ମି ଡଟ୍ କମ୍‌ରେ ପ୍ରି-ବୁକିଙ୍ଗ୍ ଉପରେ ୬ ମାସର ନୋ କଷ୍ଟ ଇଏମ୍‌ଆଇ ଓ ୧୮ ମାସର ୱାରେଂଟି ପାଇପାରିବେ । ଉପଭୋକ୍ତାମାନେ ଆମାଜନ୍ ଡଟ୍ ଇନ୍ ଓ ରିଅଲ୍‌ମି ଡଟ୍ କମ୍‌ରେ ପ୍ରଥମ ସେଲ୍‌ରେ ରିଅଲ୍‌ମି ନାର୍‌ଜୋ ୬୦ ପ୍ରୋ ୫ଜି ଉପରେ ୧୫୦୦ ଟଙ୍କାର ବ୍ୟାଙ୍କ ଅଫର୍ ଏବଂ ୬ ମାସର ନୋ କଷ୍ଟ ଇଏମ୍‌ଆଇ ପାଇପାରିବେ । ରିଅଲ୍‌ମି ନାର୍‌ଜୋ ୬୦ ୫ଜି ପାଇଁ ଗ୍ରାହକମାନେ ୧୦୦୦ ଟଙ୍କାର ଏକ କୁପନ ଏବଂ ଆସନ୍ତା ଜୁଲାଇ ୬ ତାରିଖ ଦିନ ୧ଟାରୁ ରିଅଲ୍‌ମି ଡଟ୍ କମ୍ ଓ ଆମାଜନ ଡଟ୍ ଇନ୍‌ରେ ପ୍ରି-ବୁକିଙ୍ଗ୍ ଉପରେ ୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ଓ ୧୮ ମାସର ୱାରେଂଟି ପାଇପାରିବେ । ଉପଭୋକ୍ତାମାନେ ଆମାଜନ ଡଟ୍ ଇନ୍ ଓ ରିଅଲ୍‌ମି ଡଟ୍ କମ୍‌ରେ ପ୍ରଥମ ସେଲ୍ ଉପରେ ମଧ୍ୟ ୧୦୦୦ ଟଙ୍କା ମୂଲ୍ୟର କୁପନ ଓ ୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ ।


Spread the love

Leave A Reply

Your email address will not be published.