ମୋଟୋରୋଲା ଇଣ୍ଡିଆ ଓ ଫୋନପେ’ର ଇଣ୍ଡସ ଆପଷ୍ଟୋର ମଧ୍ୟରେ ସହଭାଗୀତା

Spread the love

ଭୁବନେଶ୍ୱର : ଭାରତର ସ୍ୱଦେଶୀ ଆଣ୍ଡ୍ରଏଡ ଆପ ମାର୍କେଟପ୍ଲେସ, ଇଣ୍ଡସ ଆପଷ୍ଟୋର ମୋଟୋରୋଲା ସହିତ ତା’ର ସହଭାଗୀତା ବିଷୟରେ ଘୋଷଣା କରିଛି। ଏହି ସହଭାଗୀତା ଫଳରେ ଭାରତରେ ମୋଟୋରୋଲା ଡିଭାଇସଗୁଡ଼ିକରେ ଇଣ୍ଡସ ଆପଷ୍ଟୋର ଉପଲବ୍ଧ ହେବ। ଏହା ଦ୍ୱାରା ଇଣ୍ଡସ ଆପଷ୍ଟୋରର ୟୁଜରମାନଙ୍କ ସଂଖ୍ୟା ଆହୁରି ବଢ଼ିବ। ଏହି ପ୍ଲାଟଫର୍ମଟି ୧୨ଟି ଭାରତୀୟ ଭାଷା ଏବଂ ଇଂରାଜୀରେ ଅନୁଭୂତି ପ୍ରଦାନ କରି ପ୍ରତ୍ୟେକ ଭାରତୀୟ ସ୍ମାର୍ଟଫୋନ ୟୁଜରଙ୍କ ପାଖରେ ପହଂଚିବା ପାଇଁ ପ୍ରତିବଦ୍ଧ ରହିଛି, ଯେଉଁଥିରେ ଏକ ଏଆଇ-ଚାଳିତ ଭଏସ ସର୍ଚ୍ଚ ଫିଚର ରହିଛି ଯାହା ଜଟିଳ ସ୍ଥାନୀୟ ଶବ୍ଦ ଟାଇପ କରିବାର ଆବଶ୍ୟକତାକୁ ଦୂର କରୁଛି। ଏହାଛଡ଼ା, ଭିଡିଓ ପ୍ରିଭ୍ୟୁ ଫିଚର ସହିତ ୟୁଜରମାନେ କୌଣସି ଆପ ଡାଉନଲୋଡ କରିବା ଆଗରୁ ତା’ର କାର୍ଯ୍ୟକାରିତାକୁ ଦେଖି ବୁଝିପାରିବେ। ଇଣ୍ଡସ ଆପଷ୍ଟୋର ତା’ର ନିରପେକ୍ଷ ଆପଷ୍ଟୋର ନୀତି ମାଧ୍ୟମରେ ଭାରତରେ ଡେଭଲପର ତଥା ଆପଗୁଡ଼ିକ ପାଇଁ ଏକ ଅନୁକୂଳ ପରିବେଶ ତିଆରି କରିଛି। ଏହା ଆହୁରି ଅଧିକ ସଂଖ୍ୟକ ସ୍ଥାନୀୟ ଡେଭଲପରଙ୍କୁ ସଶକ୍ତ ତଥା ସକ୍ଷମ କରିବ ଏବଂ ଭାରତୀୟ ଡେଭଲପର ଇକୋସିଷ୍ଟମକୁ ସାରା ବିଶ୍ୱରେ ସଫଳ ହେବାରେ ସାହାଯ୍ୟ କରିବ।

ଇଣ୍ଡସ ଆପଷ୍ଟୋରର ମୁଖ୍ୟ ବ୍ୟବସାୟିକ ଅଧିକାରୀ ପ୍ରିୟା ଏମ ନରସିହ୍ମା ଏହି ଐତିହାସିକ ପଦକ୍ଷେପ ସମ୍ବନ୍ଧରେ ତାଙ୍କର ଉତ୍ସାହ ପ୍ରକାଶ କରି କହିଛନ୍ତି, “ଆମେ ମୋଟୋରୋଲା ସହିତ ପାର୍ଟନର ହୋଇ ଆନନ୍ଦିତ ଯାହା ବିପୁଳ ସଂଖ୍ୟକ ଭାରତୀୟଙ୍କ ପାଖରେ ଇଣ୍ଡସ ଆପଷ୍ଟୋରର ଅଭିଜ୍ଞତାକୁ ପହଂଚାଇ ଦେବ ଏବଂ ଭାରତର ସମଗ୍ର ବଜାରରେ ସେବା ଯୋଗାଇବା ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ। ଏହି ପାର୍ଟନରସିପ ମାଧ୍ୟମରେ ଆମେ ଭାରତୀୟମାନଙ୍କ ପାଖରେ କେବଳ ଆପ ଡାଉନଲୋଡ କରିବା ପାଇଁ ନୁହେଁ, ବରଂ ଆଂଚଳିକ ଭାବରେ ପ୍ରାସଙ୍ଗିକ ଆପଗୁଡ଼ିକ ଆବିଷ୍କାର କରିବା ପାଇଁ ଏକ ଅର୍ଥପୂର୍ଣ୍ଣ, କାର୍ଯ୍ୟକାରୀ ବିକଳ୍ପ ପ୍ରଦାନ କରିବା ପାଇଁ ଆମର ପ୍ରୟାସକୁ ସୁଦୃଢ଼ କରୁଛୁ।”

ସେହିଭଳି ମୋଟୋରୋଲା ମୋବିଲିଟି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଟି ଏମ ନରସିହ୍ମା କହିଛନ୍ତି, “ମୋଟୋରୋଲାରେ ଆମେ ସର୍ବଦା ଭାରତରେ ଆମର ୟୁଜରମାନଙ୍କୁ ଏକ ପ୍ରିମିୟମ ତଥା ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରାଥମିକତା ଦେଇଛୁ ଏବଂ ଇଣ୍ଡସ ଆପଷ୍ଟୋର ଏହି ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ଭାବରେ ସହାୟକ ହେବ। ଏହି ସ୍ୱଦେଶୀ ପ୍ଲାଟଫର୍ମକୁ ଏକୀକୃତ କରିବା ଦ୍ୱାରା ଆମେ ଏକ ଅଭିନବ ଆପ ଆବିଷ୍କାରର ମାଧ୍ୟମ ପ୍ରଦାନ କରୁଛୁ ଯାହା ଆମର ୟୁଜରମାନଙ୍କ ସାଂସ୍କୃତିକ ଭାବରେ ପ୍ରାସଙ୍ଗିକ ଅଭିଜ୍ଞତାକୁ ଆହୁରି ସମୃଦ୍ଧ କରିବ। ଏହି ପାର୍ଟନରସିପ ଇଣ୍ଡସ ଆପଷ୍ଟୋରର ଅନନ୍ୟ ବିତରଣ ମଡେଲ ମାଧ୍ୟମରେ ଭାରତୀୟ ଡେଭଲପରମାନଙ୍କୁ ସଠିକ ୟୁଜରମାନଙ୍କ ସହିତ ସଂଯୁକ୍ତ କରିବାର ଅତିରିକ୍ତ ସୁବିଧା ପ୍ରଦାନ କରିବ।”


Spread the love

Leave A Reply

Your email address will not be published.