ଭୁବନେଶ୍ୱର : ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନୀକାରୀ ବ୍ରାଣ୍ଡ ସେ।।ଲିକା ଟ୍ରାକ୍ଟର୍ସ ଗତ ଏପ୍ରିଲରୁ ନଭେମ୍ବର ମାସ ମଧ୍ୟରେ ୧୨୬,୧୬୨ଟି ଟ୍ରାକ୍ଟର ବିକ୍ରି କରିଛି। ଏହି ସର୍ବୋଚ୍ଚ ୱାଇଟିଡି ଟ୍ରାକ୍ଟର ବିକ୍ରି ସହିତ କମ୍ପାନୀ ଏକ ନୂଆ ରେକର୍ଡ ବ୍ରେକିଙ୍ଗ ପ୍ରଦର୍ଶନ ହାସଲ କରିଛି। ଏହି ଚମତ୍କାର ପ୍ରଦର୍ଶନ ସୋନାଲିକାର ଦୃଢ ନେତୃତ୍ୱ ଏବଂ ଭାରତ ଓ ବିଶ୍ୱରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳନ କରୁଛି। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାରମ୍ପରିକ କୃଷିରୁ ଟେକ୍ନୋଲୋଜି-ପରିଚାଳିତ କୃଷି ଆଡକୁ ଭାରତର ପ୍ରଗତିକୁ ଦର୍ଶାଉଛି। କୃଷକମାନେ ଏବେ ଉନ୍ନତ ଦକ୍ଷତା ଓ ଉତ୍ପାଦକତା ପାଇଁ ହେଭି ଡ୍ୟୁଟି ଟ୍ରାକ୍ଟର ଉପରେ ବହୁମାତ୍ରାରେ ନିର୍ଭର କରୁଛନ୍ତି। ତେଣୁ ପରବର୍ତୀ ପିଢିର ଟେକ୍ନୋଲୋଜି ପ୍ଲାଟଫର୍ମ, ପ୍ରଦର୍ଶନ ଚାଳିତ ଟେକ୍ନୋଲୋଜି ଓ ଶକ୍ତିଶାଳୀ ଇଞ୍ଜିନ ଦ୍ୱାରା ପରିଚାଳିତ ସୋନାଲିକାର ହେଭି ଡ୍ୟୁଟି ଟ୍ରାକ୍ଟରଗୁଡିକୁ ବିଶ୍ୱବ୍ୟାପୀ ୧୫୦ଟି ଦେଶରେ ବିଭିନ୍ନ ମୃତିକା ସ୍ଥିତିରେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ପାଇଁ ଡିଜାଇନ କରାଯାଇଛି। ଏହି ନୂତନ ବିକ୍ରି ସଫଳତା ଆଧୁନିକ ଟ୍ରାକ୍ଟର ଓ ଉପକରଣର ଦ୍ରୁତ ଗ୍ରହଣୀୟତା, ଅନୁକୂଳ ନୀତି ପରିବେଶ ଓ ନିରନ୍ତର ଭାବେ ଉନ୍ନତ ହେଉଥିବା ଏମଏସପି ଢାଂଚା ଯୋଗୁଁ ସମ୍ଭବ ହୋଇପାରିଛି।
ଏହି ନୂଆ ରେକର୍ଡ ପ୍ରଦର୍ଶନ ସମ୍ପର୍କରେ ଇଂଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତଲ କହିଛନ୍ତି, “ସ୍ମାର୍ଟ କୃଷି ସମାଧାନ ବିକଶିତ କରିବା ପାଇଁ ଆମେ ପରବର୍ତୀ ପିଢିର ଆରଆଣ୍ଡଡିରେ ନିବେଶ ଜାରି ରଖିବା ପାଇଁ ପ୍ରତିବଦ୍ଧ ରହିଛୁ। ଏପ୍ରିଲ-ନଭେମ୍ବର ୨୦୨୫ ମଧ୍ୟରେ ୧୨୬,୧୬୨ ୟୁନିଟର ସର୍ବୋଚ୍ଚ ୱାଇଟିଡି ଟ୍ରାକ୍ଟର ବିକ୍ରିର ଏହି ନୂଆ ରେକର୍ଡ ପ୍ରଦର୍ଶନ ଭାରତୀୟ କୃଷି କ୍ଷେତ୍ରରେ ଜାରି ରହିଥିବା ରୂପାନ୍ତରଣର ଏକ ଶକ୍ତିଶାଳୀ ପ୍ରତୀକ ଅଟେ। ଭାରତରେ ଯାନ୍ତ୍ରିକୀକରଣ ଏକ ଦ୍ରୁତ ବେଗରେ ତ୍ୱରାନ୍ୱିତ ହେଉଛି ଏବଂ ଏହା ଆଧୁନିକ ଟ୍ରାକ୍ଟର ଓ ସ୍ମାର୍ଟ କାର୍ଯ୍ୟକାରିତାକୁ ଆପଣାଇବା ପାଇଁ କୃଷକଙ୍କ ଆତ୍ମବିଶ୍ୱାସ ବଢାଇବା ଲାଗି ଜିଏସଟି ହ୍ରାସ ଓ ଏମ୍ଏସପି ବୃଦ୍ଧି ଦ୍ୱାରା ଉତମ ଭାବେ ସମର୍ଥିତ ଅଟେ। ଆଇଟିଏଲରେ ଆମେ ଏହି ପରିବର୍ତନର ନେତୃତ୍ୱ ନେଇ ଏବଂ ପରବର୍ତୀ ପିଢିର ଟେକ୍ନୋଲୋଜି, ପ୍ରଦର୍ଶନ ଓ ବିଶ୍ୱାସ ସହ କୃଷକମାନଙ୍କୁ ସହଯୋଗ କରି ଗର୍ବିତ।”