ଆମାଜନର ହଲିଡେ ଟୟ ଲିଷ୍ଟ ଷ୍ଟୋରରେ ଅବିଶ୍ୱସନୀୟ ଅଫର୍‌

Spread the love

ଭୁୁବନେଶ୍ୱର: ଆମାଜନ.ଇନ ପକ୍ଷରୁ ହଲିଡେ ଟୟ ଲିଷ୍ଟର ୨୦୨୫ ସଂସ୍କରଣର ଘୋଷଣା କରାଯାଇଛି । ଏହି ବିସ୍ତୃତ ଚୟନରେ ସ୍କିଲମାଟିକ୍‌ସ, ଲେଗୋ, ବାର୍ବି, ହଟ୍ ହୁଇଲ୍‌ସ, ନର୍ଫ, ଫନସ୍କୁଲ୍ ଏବଂ ମାଟେଲ୍ ଗେମ୍‌ସ ସମେତ ପ୍ରମୁଖ ବ୍ରାଣ୍ଡଗୁଡ଼ିକର ୧୦ ଲକ୍ଷରୁ ଅଧିକ ଖେଳଣା ସଂଗ୍ରହରୁ ୧୦,୦୦୦ କ୍ୟୁରେଟେଡ୍ ଡିଲ୍ ରହିଛି। ହଲିଡେ ଟୟ ଲିଷ୍ଟ ଚୟନରେ ବିଲ୍‌ଡିଂ ସେଟ୍‌, ବୋର୍ଡ ଗେମ୍ସ, ଶିକ୍ଷାଗତ ଖେଳଣା, ରିମୋଟ୍‌-କଂଟ୍ରୋଲ ଯାନ, କଣ୍ଢେଇ, ପଜଲ୍ ଏବଂ ଅନ୍ୟାନ୍ୟ ଜିନିଷ ସାମିଲ ଅଛି। ପ୍ରାଇମ୍ ସଦସ୍ୟମାନେ ନୂତନ ଶୁଭାରମ୍ଭ ଏବଂ ସୀମିତ ସଂସ୍କରଣ କଲେକ୍ସନକୁ ଆଗରୁ ଆକସେସ କରିପାରିବେ। ପିକ୍ ହଲିଡେ ସିଜନ୍‌ରେ ମଧ୍ୟ ସେମାନେ ମାଗଣା ସେମ୍‌-ଡେ ଏବଂ ନେକ୍ସ୍ଟ-ଡେ ଡିଲିଭରିର ଉପଭୋଗ କରିପାରିବେ। ଏହି କାର୍ଯ୍ୟକ୍ରମ ୨୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ।

ଗ୍ରାହକମାନେ ଅତିରିକ୍ତ କ୍ୟାସବ୍ୟାକ୍ ଏବଂ ପ୍ରାଇମ୍ ଗୋଲ୍ଡ ଲାଭ ସହିତ ମନୋନୀତ ବ୍ୟାଙ୍କ କାର୍ଡ ସହିତ ୧୦% ପର୍ଯ୍ୟନ୍ତ ତୁରନ୍ତ ରିହାତି ପାଇପାରିବେ। ପ୍ରାଇମ୍ ସଦସ୍ୟମାନେ ୭୯୯ ଟଙ୍କାରୁ ଅଧିକ ଅର୍ଡର ଉପରେ ୫% ରିହାତି ପ୍ଧବପାରିବେ, ଯେତେବେଳେ ସମସ୍ତ ଗ୍ରାହକ ୪୯୯ ଟଙ୍କାରୁ ଅଧିକ ଅର୍ଡର ଉପରେ ୧୦% କ୍ୟାସବ୍ୟାକ୍ ପାଇପାରିବେ।

ସମସ୍ତ ବୟସବର୍ଗଙ୍କ ପାଇଁ ଆକ୍ସନ ଫିର୍ଗ କଳା ଓ ହସ୍ତଶିଳ୍ପ, ଶିକ୍ଷାମୂଳକ ଖେଳଣା, ପାର୍ଟି ସାମଗ୍ରୀ ଏବଂ ବାହାରେ ଖେଳିବା ଉପକରଣ ପାଇଁ ଅଲଗା ବିଭାଗ ରହିଛି। ଆରସି କାର ଏବଂ ବାହାରେ ଆଡଭେଂଚର ଖେଳଣା ଉପରେ ୫୦% ପର୍ଯ୍ୟନ୍ତ ରିହାତି ମିଳୁଛି। ମିରାନା ବ୍ଲକ ରାଇଡର ଟୟ ଟ୍ରେନ୍ ସେଟ୍ ରେ ଏକାଧିକ ଟ୍ରାକ୍ ଲେଆଉଟ୍‌, ଭିନ୍ନ ଶବ୍ଦ ମୋଡ୍‌, ଲାଇଟ୍ ଏବଂ ରିଚାର୍ଜେବଲ୍ ଇଞ୍ଜିନ୍ ରହିଛି ।

ଏହାକୁ ୯୯୯ ଟଙ୍କା ରେ ପାଇପାରିବେ। ୱେମ୍ବଲି ଆରସି ମନଷ୍ଟର ଟ୍ରକ୍ ଏକ ଦୃଢ ଡିଜାଇନ୍‌, ଆଂଟି-ସ୍କିଡ୍ ଟାୟାର ଏବଂ ମଲ୍ଟି-ଫଙ୍କସନ୍ ରିମୋଟ୍ ସହିତ ଆସେ, ଯେଉଁଥିରେ ୭୭୮ ଟଙ୍କାର ଲାଭ କରିପାରିବେ। ଷ୍ଟୋରିଓ କିକ୍ ସ୍କୁଟର ଏକ ଆଡଜଷ୍ଟେବଲ୍ ହ୍ୟାଣ୍ଡଲବାର ଏବଂ ସ୍ମୁଥ୍ ଚକ ସହିତ ପିଲାମାନଙ୍କ ପାଇଁ ଉତମ ବିକଳ୍ପ । ଏହା ୮୪୯ ଟଙ୍କାରେ ରେ ଉପଲବ୍ଧ। ଏହିଭଳି ଆହୁରି ଅନେକ ଉତମ ଡିଲ ରହିଛି ।


Spread the love

Leave A Reply

Your email address will not be published.