ଜୁଲାଇ ୨୬ରେ ଉନ୍ମୋଚନ ହେବ ସାମ୍‌ସଙ୍ଗର ପରବର୍ତୀ ପିଢିର ଫୋଲ୍ଡେବୁଲ ଡିଭାଇସ୍‌

Spread the love

ଭୁବନେଶ୍ୱର: ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଆସନ୍ତା ଜୁଲାଇ ୨୬ ତାରିଖରେ କୋରିଆର ସିଓଲ୍‌ଠାରେ ଏହାର ପ୍ରଥମ ଅନ୍‌ପ୍ୟାକ୍‌ଡ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଯେଉଁଠାରେ ଏହି ସାଉଥ୍ କୋରିଆନ୍ କମ୍ପାନୀ ସମ୍ଭାବନାଗୁଡିକୁ ଉନ୍ମୁକ୍ତ କରିବା ଓ ଜୀବନକୁ ପରିବର୍ତନ କରିବା ପାଇଁ ପରିକଳ୍ପନା ହୋଇଥିବା ନୂତନ ଟେକ୍ନୋଲୋଜିଗୁଡିକ ସମେତ ନୂଆ ଗ୍ୟାଲାକ୍ସିର ପ୍ରଦର୍ଶନ କରିବ । ଗ୍ୟାଲାକ୍ସି ଅନ୍‌ପ୍ୟାକ୍‌ଡ ଆପଣଙ୍କୁ ଫ୍ଲିପ୍ ସାଇଡ୍‌ରେ ଯୋଗ ଦେବା ପାଇଁ ଆକର୍ଷିତ କରିବାକୁ ଯାଉଛି ।

ଏହି ସମୟରେ ଭାରତରେ ଗ୍ରାହକମାନେ Samsung.com, ଆମାଜନ୍ ଡଟ୍ ଇନ୍ ଓ ଫ୍ଲିପ୍‌କାର୍ଟରେ କିମ୍ବା ଦେଶବ୍ୟାପୀ ସାମ୍‌ସଙ୍ଗର ଏକ୍ସକ୍ଲୁସିଭ୍ ଷ୍ଟୋର୍ ଓ ଅଗ୍ରଣୀ ରିଟେଲ୍ ଆଉଟ୍‌ଲେଟ୍‌ଗୁଡିକୁ ପରିଦର୍ଶନ କରି କେବଳ ୨୦୦୦ ଟଙ୍କା ପଇଠ କରି ଏହି ପରବର୍ତୀ ପିଢିର ଫୋଲ୍ଡେବୁଲ ଡିଭାଇସ୍‌ଗୁଡିକୁ ପ୍ରି-ରିଜର୍ଭ କରିପାରିବେ । ପ୍ରି-ରିଜର୍ଭ କରିଥିବା ଗ୍ରାହକମାନେ ସାମ୍‌ସଙ୍ଗର ପରବର୍ତୀ ପିଢିର ଫୋଲ୍ଡେବୁଲ ଡିଭାଇସ୍‌ଗୁଡିକର କ୍ରୟ ଉପରେ ୫୦୦୦ ଟଙ୍କା ମୂଲ୍ୟର ଲାଭ ପାଇବେ ଯାହାକୁ ଆସନ୍ତା ଜୁଲାଇ ୨୬ ତାରିଖ ୨୦୨୩ରେ ବିଶ୍ୱବ୍ୟାପୀ ଉନ୍ମୋଚନ କରାଯିବ । ଫୋଲ୍ଡେବୁଲ ବର୍ଗ ସାମ୍‌ସଙ୍ଗର ଉତ୍କୃଷ୍ଟମାନର ଉଦ୍ଭାବନ ପ୍ରଦାନ କରିବା ଦର୍ଶନକୁ ଧାରଣ କରିଛି ଯାହା ମୋବାଇଲ ଅନୁଭୂତିର ଭବିଷ୍ୟତକୁ ନୂତନ ରୂପ ଦେବା ପାଇଁ ସୀମାକୁ ଆଗକୁ ବଢାଉଛି ।


Spread the love

Leave A Reply

Your email address will not be published.