ଭୁବନେଶ୍ୱର: ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ ସହ ସହଭାଗିତାରେ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲଏଫ) ପକ୍ଷରୁ ଶୁଭାରମ୍ଭ ହେବାକୁ ଯାଉଛି କେଏଲ୍ଏଫ ପେଙ୍ଗୁଇନ ପୁସ୍ତକ ସମୀକ୍ଷା ପ୍ରତିଯୋଗିତା – ଦ ବୁକ୍ ରିଭ୍ୟୁ ପ୍ରୋଜେକ୍ଟ’ । ଏହି ଉତ୍ସାହଜନକ ଜାତୀୟ ପଦକ୍ଷେପ ପୁସ୍ତକ ପାଇଁ ଆଗ୍ରହକୁ ଉଜ୍ଜୀବିତ କରିବା, ଉତ୍ସାହପୂର୍ଣ୍ଣ ସାହିତ୍ୟିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ଓ ଭାରତର କୋଣ ଅନୁକୋଣରୁ ପାଠକମାନଙ୍କୁ ସଂଯୋଜିତ କରିବା ପାଇଁ ଲକ୍ଷ୍ୟ ରଖିଛି । କେଏଲ୍ଏଫ ଢ ପେଙ୍ଗୁଇନ ବୁକ୍ ରିଭ୍ୟୁ ପ୍ରୋଜେକ୍ଟ ପୁସ୍ତକ ପ୍ରେମୀମାନଙ୍କୁ ୧୦ଟି ସ୍ୱତନ୍ତ୍ର ପୁସ୍ତକକୁ ପଢିବା, ସମୀକ୍ଷା କରିବା ଓ ତାହା ଉପରେ ନିଜର ମତାମତ ସେୟାର କରିବା ପାଇଁ ଆମନ୍ତ୍ରିତ କରିଛି । ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀଙ୍କୁ ଭାରତର ଏହି ଅନ୍ୟତମ ସର୍ବାଧିକ ସମ୍ମାନଜନକ ସାହିତ୍ୟ ମହୋତ୍ସବ ରେ ଉତ୍ସାହଜନକ ପୁରସ୍କାର ଜିତିବା ଓ ସ୍ୱୀକୃତି ପାଇବା ପାଇଁ ସୁଯୋଗ ପ୍ରଦାନ କରିବ ।
ଏହି ପ୍ରତିଯୋଗିତା ଡିସେମ୍ବର ୩ ତାରିଖ ୨୦୨୫ରୁ ଲାଇଭ ରହିଛି ଓ ଡିସେମ୍ବର ୨୨ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବ । ପ୍ରତିଯୋଗିତା ପାଇଁ ପଠନ ତାଲିକାରେ ପେଙ୍ଗୁଇନର ଏଡିଟୋରିଆଲ ଟିମ୍ ଦ୍ୱାରା ଚୟନ କରାଯାଇଥିବା ଏକ ଯତ୍ନଶୀଳ ଭାବେ ମନୋନିତ ପୁସ୍ତକଗୁଡିକ ସାମିଲ ରହିବ । ପୁସ୍ତକ ପାଇନଥିବା ଅଂଶଗ୍ରହଣକାରୀଙ୍କୁ ସହଜରେ ଆକ୍ସେସ କରାଯାଇପାରୁଥିବା ଆମାଜନ ଲିଙ୍କ ପ୍ରଦାନ କରାଯିବ । ପୁସ୍ତକଗୁଡିକୁ ପଢିବା ପରେ ଅଂଶଗ୍ରହଣକାରୀମାନେ ପୁସ୍ତକର ଏକ ଫଟୋ ସହିତ ୧୦୦୦ ଶବ୍ଦ ମଧ୍ୟରେ ଏକ ସମୀକ୍ଷା ଦାଖଲ କରିବେ, ଯାହାକୁ ସେମାନେ ନିଜର ଇନ୍ଷ୍ଟାଗ୍ରାମ ପେଜ୍ରେ ସେୟାର କରିବେ । ପରେ ସମୀକ୍ଷାଗୁଡିକୁ କେଏଲଏଫ ଓ ପେଙ୍ଗୁଇନ ଦ୍ୱାରା ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରାଯିବ । ପ୍ରତିଯୋଗିତାର ଚୟନ ପ୍ରକ୍ରିୟାରେ କେଏଲଏଫ ୧୫ଟି ଟାଇଟଲର ଏକ ସର୍ଟଲିଷ୍ଟ ପ୍ରସ୍ତୁତ କରିବାରେ ସହଯୋଗ କରିବ, ଯେଉଁଥିରୁ ପେଙ୍ଗୁଇନର ଦୁଇ ଜଣ ଏଡିଟର ଓ କେଏଲଏଫର ଜଣେ ପ୍ରତିନିଧିଙ୍କ ଏକ ଜୁରୀ ବିଜେତାଙ୍କୁ ଚୟନ କରିବ । ଏହି ପ୍ରତିଯୋଗିତାର ବିଜେତାଙ୍କ ପାଇଁ ୧୦,୦୦୦ ଟଙ୍କାର ପୁରସ୍କାର ଓ ରନର୍-ଅପଙ୍କ ପାଇଁ ୫୦୦୦ ଟଙ୍କାର ପୁରସ୍କାର ସହିତ ପେଙ୍ଗୁଇନର ପ୍ରକାଶିତ ପୁସ୍ତକଗୁଡିକର ଏକ ହାମ୍ପର ରହିଛି । ଆସନ୍ତା ଜାନୁଆରୀ ୨୦୨୬ରେ ମେ’ଫେୟାର ହୋଟେଲ, ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କଳିଙ୍ଗ ଲିଟ୍ରେଚର ଫେଷ୍ଟିଭାଲ ସମୟରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏସମ୍ପର୍କରେ କେଏଲଏଫର ସିଇଓ ଅଶୋକ କୁମାର ବଳ କହିଛନ୍ତି, “ପାଠକମାନଙ୍କୁ ସମୀକ୍ଷା କରିବା ଓ ନିଜର ବିଚାରଧାରା ସେୟାର କରିବା ପାଇଁ ପ୍ରୋତ୍ସାହିତ କରି ଆମେ ପଠନ ପାଇଁ ଏକ ଆଗ୍ରହକୁ ପୁନଃଜାଗ୍ରତ କରିବା ସହ ସାହିତ୍ୟିକ ସ୍ୱରଗୁଡିକର ପରବର୍ତୀ ସ୍ୱରକୁ ଅନୁପ୍ରାଣିତ କରୁଛୁ । ଏହି ପ୍ରତିଯୋଗିତା କେବଳ ବିଜୟ ସମ୍ପର୍କିତ ନୁହେଁ, ଏହା ଆମର ବିଶ୍ୱକୁ ଆକାର ଦେଉଥିବା, କଳ୍ପନାଗୁଡିକୁ ପ୍ରୋତ୍ସାହିତ କରୁଥିବା ଓ ଆମ ସମସ୍ତଙ୍କୁ ସଂଯୋଜିତ କରୁଥିବା କାହାଣୀଗୁଡିକ ପାଇଁ ଭଲ ପାଇବାକୁ ପୁନଃଜାଗ୍ରତ କରିବା ସମ୍ବନ୍ଧିତ ଅଟେ ।” ସେହିପରି ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆର କର୍ପୋରେଟ କମ୍ୟୁନିକେଶନ୍ସ ବିଭାଗର ଜିଏମ୍ ପଲ୍ଲବୀ ନାରାୟଣ କହିଛନ୍ତି, “କେଏଲଏଫ ନିରନ୍ତର ଭାବେ ପଠନକୁ ସମର୍ଥନ କରିଆସିଛି ଓ ସାହିତ୍ୟିକ ଜିଜ୍ଞାସାର ସଂସ୍କୃତିକ ପ୍ରୋତ୍ସାହିତ କରିଆସିଛି ଏବଂ ଆମେ ଏହି ପଦକ୍ଷେପରେ ସେମାନଙ୍କ ସହ ସହଭାଗିତା କରି ଆନନ୍ଦିତ । କେଏଲ୍ଏଫ ଭଳି ସାହିତ୍ୟ ମହୋତ୍ସବଗୁଡିକ ଲେଖକ, ପ୍ରକାଶକ ଓ ପାଠକମାନଙ୍କୁ ସମାନ ଜୀବନ୍ତ କ୍ଷେତ୍ରରେ ଏକତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଏବଂ ଆମେ ଏଭଳି ଏକ ପ୍ରକଳ୍ପରେ ସହଯୋଗ କରି ଗର୍ବିତ, ଯାହା ଷ୍ଟୋରୀଟେଲିଂକୁ ପାଳନ କରୁଛି ଓ ଦେଶର ପଠନ ସମୁଦାୟକୁ ସଶକ୍ତ କରୁଛ ।”