ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ ଫ୍ଲିପକାର୍ଟ ପକ୍ଷରୁ ଭୁବନେଶ୍ୱରରେ ଏହାର କ୍ୱିକ ଇକମର୍ସ ସର୍ଭିସ ଫ୍ଲିପକାର୍ଟ ମିନିଟ୍ସର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଯାହା କେବଳ ୧୦ ମିନିଟରେ ଦୈନନ୍ଦିନ ସାମଗ୍ରୀ ପ୍ରଦାନ କରିବା ଏବଂ ଉପଭୋକ୍ତାଙ୍କ ପାଇଁ ସୁବିଧା, ବେଗ ଓ ମୂଲ୍ୟ ନିଶ୍ଚିତ କରିବା ପ୍ରତି ଏହାର ପ୍ରତିଶ୍ରୁତିବଦ୍ଧତାକୁ ସୁଦୃଢ କରିଛି । ଫ୍ଲିପକାର୍ଟର ମାଇକ୍ରୋ ଫୁଲଫିଲମେଂଟ ସେଂଟର (ଏମଏଫସି)ଗୁଡିକ କିଟ୍ ଏରିଆ, ପ୍ରଶାନ୍ତି ବିହାର, ଶ୍ରୀ ବିହାର, ତୁଳସୀ ବିହାର, ବିଜୟ ନଗର, କାନନ ବିହାର, କୈଳାଶ ବିହାର ଓ ଶୈଳଶ୍ରୀ ବିହାର ଆଦି ସ୍ଥାନରେ ଏହି ସୁବିଧା ଉପଲବ୍ଧ ରହିଛି । ଏହା ଗ୍ରୋସରୀ, ମୋବାଇଲ, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ ବର୍ଗଗୁଡିକରେ ଏକ ବୃହତ ସଂଗ୍ରହ ପ୍ରଦାନ କରୁଛି । ସ୍ଥାନୀୟ ଉପଭୋକ୍ତା ତଥ୍ୟ ଉପରେ ଆଧାରକରି ଫ୍ଲିପକାର୍ଟ ମିନିଟ୍ସ ଆଂଚଳିକ ଭାବେ ଲୋକପ୍ରିୟ ବ୍ରାଣ୍ଡ ଯେପରିକି ପ୍ରଗତି, ପ୍ରଭୁଜୀ ଓ ମିଲ୍କି ମୁ ଆଦିର ଏକ ବିବିଧ ରେଞ୍ଜ ପ୍ରଦାନ କରୁଛି, ଯାହା ଦୈନନ୍ଦିନ ସାମଗ୍ରୀଗୁଡିକୁ ସହଜରେ ଉପଲବ୍ଧ କରୁଛି ।
ଏସମ୍ପର୍କରେ ଫ୍ଲିପକାର୍ଟ ଗ୍ରୁପର ଫ୍ଲିପକାର୍ଟ ମିନିଟ୍ସ, ସପ୍ଲାଇ ଚେନ, କଷ୍ଟମର ଏକ୍ସପେରିଏନ୍ସ ଆଣ୍ଡ ରିକମର୍ସ ବିଭାଗର ମୁଖ୍ୟ, ବରିଷ୍ଠ ଉପାଧ୍ୟକ୍ଷ, ହେମନ୍ତ ବଦ୍ରୀ କହିଛନ୍ତି, “ଭୁବନେଶ୍ୱରରେ ଫ୍ଲିପକାର୍ଟ ମିନିଟ୍ସର ଶୁଭାରମ୍ଭ ଓଡିଶାର ଉଚ୍ଚ ସମ୍ଭାବନା ଥିବା ଟିୟର ୨ ସହରଗୁଡିକରେ କ୍ୱିକ କମର୍ସ ଭିତିଭୂମିକୁ ବିସ୍ତାର କରିବା ପାଇଁ ଆମର ନିରନ୍ତର ପ୍ରୟାସଗୁଡିକୁ ପ୍ରତିଫଳନ କରୁଛି । ବେଗ ଓ ସୁବିଧାକୁ ନେଇ ବଢୁଥିବା ଆକାଂକ୍ଷା ସହିତ ଆମେ ମଜବୁତ, ହାଇପରଲୋକାଲ ସପ୍ଲାଇ ଚେନ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଉଛୁ ଯାହା ଆମକୁ ଗ୍ରାହକଙ୍କୁ ଅଧିକ ଦକ୍ଷତାର ସହ ସେବା ଯୋଗାଇବା ପାଇଁ ଅନୁମତି ଦେବ । ଏହି ପଦକ୍ଷେପ ସ୍ଥାନୀୟ ସେଲର, କୃଷକ ଓ କ୍ଷୁଦ୍ର ବ୍ୟବସାୟଗୁଡିକୁ ଡିଜିଟାଲ ଅର୍ଥନୀତିରେ ଅଧିକ ସାର୍ଥକ ଭାବେ ଅଂଶଗ୍ରହଣ କରିବା ଓ ଉନ୍ନତ ବଜାର ପହଂଚରୁ ଲାଭାନ୍ୱିତ ହେବା ପାଇଁ ସକ୍ଷମ କରିବ ।”
ଭୁବନେଶ୍ୱରର ହାଇ-ଡିମାଣ୍ଡ ଜୋନଗୁଡିକରେ ସେବା ଯୋଗାଇବା ପାଇଁ ଅବସ୍ଥାପିତ ଏହି ଏମଏଫସିଗୁଡିକୁ ଦୈନନ୍ଦିନ ସାମଗ୍ରୀଗୁଡିକର ଏକ ବିସ୍ତୃତ ଚୟନ ଓ ବାରମ୍ବାର ଅର୍ଡର କରାଯାଉଥିବା ଅନ୍ୟ ବର୍ଗଗୁଡିକରେ ହାଇପରଲୋକାଲ ଡେଲିଭରିକୁ ସପୋର୍ଟ କରିବା ପାଇଁ ଡିଜାଇନ କରାଯାଇଛି । ଫ୍ଲିପକାର୍ଟ ଉପଭୋକ୍ତାଙ୍କ ପାଇଁ ସତେଜ ଫଳ ଓ ପନିପରିବା ଉପଲବ୍ଧ କରିବା ପାଇଁ ଭୁବନେଶ୍ୱରର ହଜାରରୁ ଅଧିକ ସ୍ଥାନୀୟ ସେଲର ଏବଂ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେଶନ (ଏଫପିଓ)ଗୁଡିକ ସହ ମିଶି କାର୍ଯ୍ୟ କରୁଛି । ମଜବୁତ ଯୋଗାଣ ଶୃଙ୍ଖଳା ନେଟ୍ୱର୍କ ଓ ଏଆଇ-ପରିଚାଳିତ ଚାହିଦା ପୂର୍ବାନୁମାନ ଦ୍ୱାରା ସମର୍ଥିତ ଫ୍ଲିପକାର୍ଟ ମିନିଟ୍ସ ସ୍ଥାୟୀ ଅଭିବୃଦ୍ଧି ପାଇଁ ସକ୍ଷମ କରିବା ଏବଂ ସେମାନଙ୍କୁ ରଣନୈତିକ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ କୃଷକମାନଙ୍କ ସହ ମିଶି କାର୍ଯ୍ୟ କରୁଛି, ଏଥିସହିତ ସେମାନଙ୍କର ଦୀର୍ଘାବଧି ବିକାଶ ପାଇଁ ଜାତୀୟ ବଜାର ପାଇଁ ପହଂଚ ପ୍ରଦାନ କରୁଛି । ବିସ୍ତୃତ ଓ ମାଇକ୍ରୋ-ଫୁଲଫିଲମେଂଟ ଭିତିଭୂମିର ମିଳିତ ସମ୍ପ୍ରସାରଣ ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ୱେୟାରହାଉସିଂ, ଲଜିଷ୍ଟିକ୍ସ ଓ ଲାଷ୍ଟ-ମାଇଲ ଅପରେଶନ ଭଳି କ୍ଷେତ୍ରରେ ହଜାର ହଜାର ସଂଖ୍ୟକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।