ଗୋପାଳପୁର: ଭାରତର ଏକ ନେତୃତ୍ୱଶୀଳ ସଂଯୁକ୍ତ ଧାତୁ ଉତ୍ପାଦକ କମ୍ପାନୀ, ଶ୍ୟାମ୍ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ୍ (ଏସଏମଇଏଲ) ପକ୍ଷରୁ ଏହାର ପ୍ରିମିୟମ୍ ରୁଫିଂ ରେଞ୍ଜ ଏସଇଏଲ୍ ଟାଇଗର୍ ରୁଫିଂ ଶୀଟ୍ସ ର ଶୁଭାରମ୍ଭ କରାଯାଇଛି। ଏହାର ଫ୍ଲାଗଶିପ ବ୍ରାଣ୍ଡ ଏସଇଏଲ୍ ଟାଇଗର୍ ଅନ୍ତର୍ଗତ, କମ୍ପାନୀ ଓଡ଼ିଶାର ଆହ୍ୱାନପୂର୍ଣ୍ଣ ପାଣିପାଗ ଅବସ୍ଥାନୁସାରେ ତିନୋଟି ନୂତନ ଉତ୍ପାଦ ଯଥା ଏସଇଏଲ ଟାଇଗର ରୟାଲ, ଏସଇଏଲ ଟାଇଗର ଏଲିଟ, ଏବଂ ଏସଇଏଲ ଟାଇଗର ଆଲ୍ଫାର ଶୁଭାରମ୍ଭ କରିଛି । ପ୍ରତ୍ୟେକ ଉତ୍ପାଦକୁ ଶକ୍ତି, ସ୍ଥାୟୀତ୍ୱ ଏବଂ ଷ୍ଟାଇଲର ମିଶ୍ରଣ କରି ପ୍ରସ୍ତୁତ କରାଯାଇଛି, ଯାହା ଘରମାଲିକ, ବିଲ୍ଡର ଏବଂ କଂଟ୍ରାକ୍ଟରମାନଙ୍କ ପାଇଁ ଉପଯୁକ୍ତ । ସେମାନେ ଏକ ଦୀର୍ଘସ୍ଥାୟୀ ରୁଫିଂ ସମାଧାନ ଖୋଜନ୍ତି ଯାହା ଯାହା ଏହି ଅଂଚଳର ଭାରୀ ବର୍ଷା ଓ ଆର୍ଦ୍ର ସମୁଦ୍ରତଟ ଜଳବାୟୁ ସହିତ ମୁକାବିଲା କରିପାରିବ।
ଏହି ଉଦଘାଟନ ଅବସରରେ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡର ସିଓଓ, ଶ୍ରୀ ନିର୍ମଳ ଉଦୟ କହିଛନ୍ତି, “ଓଡ଼ିଶାରେ ବୃଦ୍ଧି ପାଇଁ ଅପାର ସମ୍ଭାବନା ଅଛି, ଏବଂ ଏହି ବଜାରରେ ଆମର ପ୍ରବେଶ ଶ୍ୟାମ୍ ମେଟାଲିକ୍ସ ର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖଂଟକୁ ଚିହ୍ନିତ କରୁଛି। ରାଜ୍ୟ ସାରା ଦ୍ରୁତ ଶିଳ୍ପାୟନ ଏବଂ ଅନେକ ଶିଳ୍ପ ପ୍ରତିଷ୍ଠା ସହିତ, ଏହି ପଦକ୍ଷେପ ବ୍ୟବସାୟ ପାଇଁ ଦୃଢ଼ ଏବଂ ଦକ୍ଷ ଶିଳ୍ପ ଭିତିଭୂମି ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଶ୍ୟାମ ମେଟାଲିକ୍ସର ଏସଇଏଲ ଟାଇଗର ରୁଫିଂ ରେଞ୍ଜକୁ, ଓଡ଼ିଶାର ସବୁଠାରୁ କଠିନ ଜଳବାୟ ଜନିତ ଆହ୍ୱାନକୁ ମୁକାବିଲା କରିବା ସହିତ ଅତୁଳନୀୟ ଗୁଣବତା ଏବଂ ମୂଲ୍ୟ ପ୍ରଦାନ କରିବା ପାଇଁ ନିର୍ମାଣ କରାଯାଇଛି। ଏହି ନୂତନ ପ୍ରସ୍ତାବଗୁଡ଼ିକ ସହିତ, ଆମେ କେବଳ ଉତ୍ପାଦ ଶୁଭାରମ୍ଭ କରୁନାହୁଁ; ଆମେ ଦୃଢ଼ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟିକୁ ସକ୍ଷମ କରୁଛୁ, ଦୀର୍ଘକାଳୀନ ସହଭାଗୀତା ନିର୍ମାଣ କରୁଛୁ, ଏବଂ ସ୍ଥାୟୀ, ନିର୍ଭରଯୋଗ୍ୟ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁଫିଂ ସମାଧାନ ସହିତ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଧାଣ କରୁଛୁ।
ଏହି ଶୁଭାରମ୍ଭ ପୂର୍ବ ଭାରତରେ ଶ୍ୟାମ ମେଟାଲିକ୍ସର ଗୁରୁତ୍ୱପୂର୍ଣ୍ଣ ବିସ୍ତାରକୁ ଚିହ୍ନିତ କରିଛି ଏବଂ ନବସୃଜନ, ଗୁଣବତା ଏବଂ ଗ୍ରାହକଙ୍କ ବିଶ୍ୱାସ ପ୍ରତି ଏହାର ବିଶ୍ୱସ୍ତତାକୁ ଉଲ୍ଲେଖ କରେ। ଏସଇଏଲ ଟାଇଗର ରୁଫିଂ ରେଞ୍ଜ କମ୍ପାନୀର ଉତ୍ପାଦନ ଉତ୍କର୍ଷତା ଏବଂ ଇସ୍ପାତ ଏବଂ ଧାତୁ ଶିଳ୍ପରେ ନେତୃତ୍ୱର ପ୍ରତୀକ ଭାବରେ ଠିଆ ହୋଇଛି।
ଉତ୍ପାଦ ମୁଖ୍ୟଆକର୍ଷଣ: ଏସଇଏଲ ଟାଇଗର ରୟାଲ୍: ସୁପର ପ୍ରିମିୟମ କଲର-କୋଟେଡ ରୁଫିଂ ଶୀଟ୍ସ, ଯାହା ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକ୍ଷମତାକୁ ନୂଆ ରୂପ ଦିଏ। ଏସଇଏଲ ଟାଇଗର ଏଲିଟ: ଲୋକପ୍ରିୟ କଲର-କୋଟେଡ୍ ଶୀଟ୍ସ ଯାହା ସ୍ଥାୟୀତ୍ୱ ଏବଂ ମୂଲ୍ୟର ଉପଯୁକ୍ତ ସନ୍ତୁଳନ ପ୍ରଦାନ କରେ। ଏସଇଏଲ ଟାଇଗର ଆଲଫା : ଗ୍ୟାଲ୍ଭାଲୁମ୍ କର୍ରୁଗେଟେଡ୍ ଶୀଟ୍ସ, ଯାହା ଦୃଢ଼ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀତା ପାଇଁ ନିର୍ମିତ।
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସ୍ଥପତି, ଡିଲର, ଠିକାଦାର ଏବଂ ଶିଳ୍ପ ଅଂଶୀଦାରମାନେ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ସାଂସ୍କୃତିକ ପ୍ରଦର୍ଶନ ସହିତ ଏହି ଅଂଚଳର ସ୍ପନ୍ଦନଶୀଳ ପରିଚୟ ସହିତ ବ୍ରାଣ୍ଡର ଦୃଢ଼ ସମ୍ପର୍କକୁ ଉଜ୍ଜ୍ୱଳ କରିଥିଲା। ଏହି ଶୁଭାରମ୍ଭ ସହିତ, ଶ୍ୟାମ ମେଟାଲିକ୍ସ ସମଗ୍ର ଭାରତରେ ଏସଇଏଲ ଟାଇଗରର ଉପସ୍ଥିତି ବିସ୍ତାର କରିବା, ନୂତନତ୍ୱ, ଉତ୍କୃଷ୍ଟ ଗୁଣବତା ଏବଂ ଗ୍ରାହକ-ପ୍ରଥମ ମୂଲ୍ୟବୋଧ ମାଧ୍ୟମରେ ଦୃଶ୍ୟମାନତା ଏବଂ ବଜାର ନେତୃତ୍ୱକୁ ଆଗେଇ ନେବା ଦିଗରେ ଏହାର ଯାତ୍ରା ଜାରି ରଖିଛି।