୨୦୨୬ ଆରମ୍ଭରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ନିସାନର ୭-ସିଟର ବି-ଏମପିଭି ‘ଗ୍ରାଭିଟେ’

Spread the love

ଭୁବନେଶ୍ୱର: ୨୦୨୬ ଆରମ୍ଭରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ନିସାନର ନୂଆ ଗେମ୍‌-ଚେଞ୍ଜିଙ୍ଗ ୭-ସିଟର ବି-ଏମ୍‌ପିଭି ଗ୍ରାଭିଟେ । ଏହା ହେଉଛି ଭାରତ ପାଇଁ ଉକ୍ତ ବ୍ରାଣ୍ଡର ନୂତନ ଓ ରଣନୈତିକ ଭାବେ ନିର୍ମିତ ଶୃଙ୍ଖଳା ଅଧିନରେ ଲଂଚ କରାଯିବାକୁ ଥିବା ପ୍ରଥମ ଉତ୍ପାଦ । ଆଧୁନିକ ଭାରତୀୟ ପରିବାରଗୁଡିକ ପାଇଁ ନିର୍ମିତ ନିସାନ ଗ୍ରାଭିଟେ ଚମତ୍କାର ବିବିଧତା ଓ ମଡ୍ୟୁଲାରିଟି ପ୍ରଦାନ କରୁଛି । ଜୁଲାଇ ୨୦୨୪ରେ ନିସାନ ମୋଟର ଇଣ୍ଡିଆର ମହତ୍ୱାକାଂକ୍ଷୀ ଉତ୍ପାଦ ରଣନୀତିରେ ୨ୟ ମଡେଲ ଭାବେ ଘୋଷଣା କରାଯାଇଥିବା ଗ୍ରାଭିଟେ କମ୍ପାନୀର ଅଭିବୃଦ୍ଧି ବେଗକୁ ସୂଚିତ କରୁଛି । ଏହି ଉତ୍ପାଦର ରୋଡମ୍ୟାପରେ ୨୦୨୬ ଆରମ୍ଭରେ ଗ୍ରାଭିଟିର ଲଂଚ, ଏହାପରେ ୨୦୨୬ ମଧ୍ୟଭାଗରେ ଟେକ୍‌ଟନ ଏବଂ ୨୦୨୭ ଆରମ୍ଭରେ ଏକ ୭-ସିଟର ସି-ଏସୟୁଭିର ଲଂଚ ସାମିଲ ରହିଛି, ଯାହା ଭାରତୀୟ ଗ୍ରାହକଙ୍କ ପାଇଁ ଏହାର ଉତ୍ପାଦଗୁଡିକୁ ବହୁମୂଖୀ, ସୁଦୃଢ ଓ ପୁନରୁଦ୍ଧାର କରିବା ପ୍ରତି ନିସାନର ଗଭୀର ପ୍ରତିବଦ୍ଧତାକୁ ଦୋହରାଉଛି ।
ଏହି ନୂତନ ଉତ୍ପାଦ ସମ୍ପର୍କରେ ନିସାନ ଏଏମଆଇଇଓ(ଆଫ୍ରିକା, ମିଡିଲ ଇଷ୍ଟ, ଇଣ୍ଡିଆ, ୟୁରୋପ ଓ ଓସେନିଆ)ର ଅଧ୍ୟକ୍ଷ ମାସିମିଲିଆନୋ ମେସିନା କହିଛନ୍ତିଯେ, “ଭାରତ ଏଏମଆଇଇଓର ପ୍ରଦର୍ଶନ ପାଇଁ ଏକ ମଜବୁତ ଅବଦାନକାରୀ ରହିଆସିଛି ଏବଂ ନିସାନ ମୋଟର ଇଣ୍ଡିଆ ଆମର ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଆମେ ଆମର ବ୍ୟବସାୟିକ ପରିଚାଳନାକୁ ସୁଦୃଢ କରିଛୁ, ଆମର ପୋର୍ଟଫୋଲିଓକୁ ବିସ୍ତାର କରିଛୁ ଏବଂ ୨୦୨୪ ପ୍ରଡକ୍ଟ ଅଫେନ୍ସିଭରେ କରିଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପୂରଣ କରିଛୁ । ଭାରତ ପାଇଁ ନୂଆ ମଡେଲଗୁଡିକ ବିକଶିତ ହେବା ଏବଂ ବିଭିନ୍ନ ଆନ୍ତର୍ଜାତୀୟ ବଜାରକୁ ରପ୍ତାନୀ ହେବା ସହିତ ଭାରତ ନିସାନ ଆଲିଆନ୍ସ ପାଇଁ ଏକ ଅଭିବୃଦ୍ଧି ଚାଳକ ଓ ଏକ ରଣନୈତିକ କେନ୍ଦ୍ର ଭାବେ ବଜାୟ ରହିଛି ।” ସେହିପରି ନିସାନ ମୋଟର ଇଣ୍ଡିଆର ଏମ୍‌ଡି ସୌରଭ ବତ୍ସ କହିଛନ୍ତି, “ନୂଆ ଗ୍ରାଭିଟେ ବିକଶିତ ଭାରତୀୟ ବଜାର ଉପରେ ନିସାନ ମୋଟର ଇଣ୍ଡିଆର ନୂତନ ମହତ୍ୱର ଏକ ପ୍ରମାଣ ଅଟେ । ଦେଶର ମୌଳିକତ୍ୱ ସହ ଗଭୀର ଭାବେ ଜଡିତ ଏହି ମଡେଲକୁ ଆମର ଗ୍ରାହକଙ୍କ ବିବିଧ ଆବଶ୍ୟକତା ପାଇଁ ଉପଯୁକ୍ତ ସାଥୀ ହେବା ଲାଗି ଡିଜାଇନ କରାଯାଇଛି । ଆମର ନୂତନ ଉତ୍ପାଦ ଶୃଙ୍ଖଳାରେ ୨ୟ ମଡେଲ ଭାବେ ଗ୍ରାଭିଟେ ଆମର ରୂପାନ୍ତରଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି ଏବଂ ଭାରତୀୟ ଉପଭୋକ୍ତାଙ୍କ ଆକାଂକ୍ଷା ସହ ପ୍ରତିଧ୍ୱନିତ୍ୱ କରୁଥିବା ଯାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି ।”

ଏହି ନୂତନ ମଡେଲର ନାମ ‘ଗ୍ରାଭିଟେ’ ଇଂରାଜୀ ଶବ୍ଦ ‘ଗ୍ରାଭିଟି’ରୁ ପ୍ରେରଣା ହାସଲ କରିଛି, ଯାହା ସନ୍ତୁଳନ, ଅନ୍ତର୍ନିହିତ ସ୍ଥିରତା ଓ ଶକ୍ତିଶାଳୀ ଆକର୍ଷଣକୁ ସୂଚିତ କରୁଛି । ଭାରତର ମୂଳଦୁଆ ଗଠନ କରୁଥିବା ୧.୪ ବିଲିୟନ ଭାରତୀୟ ଓ ୧୯୦୦୦ ସ୍ଥାନୀୟ ଭାଷା ଓ ପରମ୍ପରା ଦ୍ୱାରା ଅନୁପ୍ରାଣିତ ଗ୍ରାଭିଟେ ମଡେଲ ଉଚ୍ଚାଭିଳାଷୀ ଓ ବିବିଧ ଭାରତୀୟଙ୍କ ପାଇଁ ଉପଯୁକ୍ତ ସାଥୀ ଅଟେ । ଗ୍ରାଭିଟେ ଏହାର ଚମତ୍କାର କ୍ୟାବିନ ପ୍ରଶସ୍ତତା ଓ ଉକ୍ତ ଶ୍ରେଣୀରେ ଅଗ୍ରଣୀ ଷ୍ଟୋରେଜ ଉଦ୍ଭାବନ ସହ ପାରିବାରିକ ଯାତ୍ରାକୁ ରୂପାନ୍ତର କରୁଛି । ନୂଆ ଗ୍ରାଭିଟେ ମଡେଲକୁ ଚେନ୍ନାଇରେ ସ୍ଥାନୀୟ ଭାବେ ଉତ୍ପାଦନ କରାଯିବ । ନୂଆ ଗ୍ରାଭିଟେ ନିସାନର ଗ୍ଲୋବାଲ ଡିଜାଇନ ଲାଙ୍ଗୁଏଜ ସହ ସମନ୍ୱୟରେ ଏକ ନିର୍ଭୀକ ଓ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିଛି । ଗ୍ରାଭିଟେ ନିଜ ସେଗ୍‌ମେଂଟର ଏକମାତ୍ର ଯାନ ଅଟେ ଯେଉଁଥିରେ ସ୍ୱତନ୍ତ୍ର ହୁଡ ବ୍ରାଣ୍ଡିଙ୍ଗ ସହ ଅନନ୍ୟ ରିୟର-ଡୋର ବ୍ୟାଜିଂ ରହିଛି ।

 


Spread the love

Leave A Reply

Your email address will not be published.