ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଦ୍ଵାରା ଗୁରୁ କେଲୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପରିସରେ ଅବସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ୦୧.୦୧.୨୦୨୬ ତାରିଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।
ଏହି ଅବସରରେ ସାଧାରଣ ଭକ୍ତ ତଥା ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନେ ମନରେ କୌଣସି ଭେଦ ଭାବ ନରଖି ଖୋଲା ହୃଦୟରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିକୁ ସକାଳ ୯ ଘଟିକା ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଦର୍ଶନ କରି ଅଖଣ୍ଡ ଆନନ୍ଦ ଓ ଶାନ୍ତି ପ୍ରାପ୍ତ କରିଥିଲେ । ଶ୍ରୀଜଗନ୍ନାଥଙ୍କୁ ଭକ୍ତି ହିଁ ସର୍ବୋଚ୍ଚ ସତ୍ୟ । ଆମର ରାଜ୍ୟ, ଦେଶ ଓ ବିଶ୍ଵ ଏକ ସଙ୍କଟ ମୟ ପରିସ୍ଥିତିରେ ଗତି କରୁଛି । ମଣିଷ ମନରେ ଦୁଃଖ ଭୟ ଆତଙ୍କ ଶଙ୍କା ସନ୍ଦେହ ଅବିଶ୍ୱାସ ଭରି ହୋଇ ରହିଛି । ତେଣୁ ଏସବୁରୁ ମୁକ୍ତି ପାଇବାକୁ ହେଲେ ଆମକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ନତମସ୍ତକ ହେବାକୁ ପଡିବ, ତାଙ୍କୁ ପାର୍ଥନା କରିବାକୁ ପଡିବ । ମହାପ୍ରଭୁଙ୍କ ୩୬୫ ଦିନର ସମସ୍ତ କାର୍ଯ୍ୟକ୍ରମର ତଥ୍ୟକୁ ଡିଜିଟାଇଜ କରିବାକୁ ଅନୁଷ୍ଠାନ ପ୍ରୟାସ ଜାରିରଖିଛି । ସମୟ ଆସିଛି ସମସ୍ତେ ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ନିମନ୍ତେ ମିଳି ମିଶି କାର୍ଯ୍ୟ କରିବା ।
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଭାଗବତାନନ୍ଦା ସରସ୍ଵତୀ ପଣ୍ଡିତ ଦାଶରଥି ସାମନ୍ତରାୟ, ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର, ଶ୍ରୀଯୁକ୍ତ ପ୍ରଶାନ୍ତ ମିଶ୍ର, ତପସ୍ୱିନୀ ପାଢ଼ୀ, ଡ଼ ଗୁରୁ ପ୍ରସାଦ ମହାପାତ୍ର ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡ଼ ନାରାୟଣ ମହାପାତ୍ର, ଉମାନାଥ ମିଶ୍ର, ବିଜୟ ପଣ୍ଡା, ସୁରେଶ ମିଶ୍ର, ଭଗବାନ ଦାଶ, ଭାରତୀ ଭୂଷଣ ପଟ୍ଟନାୟକ, ସାସ୍ୱତୀ ମିଶ୍ର, ପ୍ରମୋଦିନୀ ପଣ୍ଡା, ତ୍ରିଲୋଚନ ନାୟକ, ଡ଼ ଆରତି କରଙ୍କ ଉପସ୍ଥତିରେ ଦୁଇଟି ବହି ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ଓ ଭକ୍ତ ଓ ଭଗବାନ ସମସ୍ତଙ୍କ ଅବଗତ ନିମନ୍ତେ ପ୍ରକାଶ କରାଯାଇଥିଲା । ଏହାର ସମସ୍ତ ବିଷୟରେ AI ଭିଡ଼ିଓ ଫିଲ୍ମ ମଧ୍ୟ କରା ଯାଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ଚାନେଲ ରେ ଛଡ଼ା ଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ ପଟ୍ଟନାୟକ, ସୁବାସ ଜଗତି, ହେମନ୍ତ ମହାନ୍ତି, ପ୍ରଭାକର ମଲ୍ଲିକ, ରାଧାବଲ୍ଲଭ ସିଂହ, ବୈକୁଣ୍ଠ ମହାପାତ୍ର, ସ୍ଵର୍ଣ୍ଣଲତା ପାଣି, ଅନାମିକା ସ୍ୱାଇଁ, ମନୋଜ ରାଉଳ, ଶ୍ରୀନିବାସ ରାଓ, ରଞ୍ଜନ ସାମଲ ପ୍ରମୁଖ ଭଜନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।