ସୋଆ ଆଇଡିଏସ୍ ରେ ନୂତନ ବର୍ଷରେ ହ୍ୱାଇଟ କୋଟ ଶପଥ

Spread the love

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଗୁରୁବାର ନୂଆବର୍ଷ ପାଳନ ସହ White COAT ନୂଆବର୍ଷ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଆସିଷ୍ଟାଂଟ ପ୍ରଫେସର ସୌମ୍ୟରଞ୍ଜନ ପାଢ଼ି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ନୂଆବର୍ଷ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ସହ White COATକୁ ଦାୟିତ୍ୱ ଏବଂ ସତ୍ୟତାର ପ୍ରତୀକ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନିଜ ବୃତିକୁ ଉତ୍ସର୍ଗୀକୃତ ଓ ନୈତିକତାର ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଅନୁଷ୍ଠାନରେ ପ୍ରଥମ ଥର ପାଇଁ ନୂଆବର୍ଷରେ ହ୍ୱାଇଟକୋଟ ନୂଆବର୍ଷ ଶପଥ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏହାକୁ ଏକ ବାର୍ଷିକ ପ୍ରଥା ଭାବେ ପାଳନ କରାଯିବ ବୋଲି ଡିନ୍ କହିଥିଲେ ।
ଏହି ଅବସରରରେ ସମସ୍ତ ବିଭାଗୀୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ପାଢ଼ି ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ସମସ୍ତ ଫ୍ୟାକଲ୍ଟି ମେମ୍ବର୍ସ, ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଏବଂ ଇନଟର୍ଣ୍ଣ ଛାତ୍ରଛାତ୍ରୀ ଶପଥ ଗ୍ରହଣ କରିଥିଲେ ।


Spread the love

Leave A Reply

Your email address will not be published.