AAFSAର ୪ର୍ଥ ପ୍ରତିଷ୍ଠା ଦିବସରେ 24×7 Ambulance ଆମ୍ବୁଲାନ୍ସ ସେବା ଆରମ୍ଭ

Spread the love

ଯାଜପୁର: ଆର‌୍ୟାଲେକ୍ସ ଫାଉଣ୍ଡେଶନ ଫର ସୋସିଆଲ ଆକ୍ଟିଭିଟିଜ (AAFSA) ପକ୍ଷରୁ ଏହାର ୪ର୍ଥ ପ୍ରତିଷ୍ଠା ଦିବସ ଅବରରେ ଯାଜପୁରର ବ୍ୟାସନଗରସ୍ଥିତ ବ୍ୟାସଦେବ ଟାଉନ ହଲ୍‌ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଏକ 24×7 Ambulance ସେବାର ଉଦ୍‌ଘାଟନ କରାଯାଇଛି । ନବବିବାହିତ ସମରେନ୍ଦ୍ର ଦାସ (ପିଂଟୁ) ଓ ନେହା ମହାନ୍ତି ଲୋକପ୍ରିୟ ଶିକ୍ଷାବିତ ଓ ସମାଜସେବୀ ଏବଂ କେଜିଆଇର ପ୍ରତିଷ୍ଠାତା ସ୍ୱର୍ଗତଃ ସତ୍ୟାନନ୍ଦ ଦାସଙ୍କ ସ୍ମୃତିରେ ଏହି ଆମ୍ବୁଲାନ୍ସ ସେବା ପାଇଁ ଅର୍ଥରାଶି ଦାନ କରିଥିଲେ । ଏହି ଆମ୍ବୁଲାନ୍ସକୁ ଯାଜପୁର ରୋଡରୁ ପରିଚାଳନା କରାଯିବ ଏବଂ ଏହାର ଇନ୍ଧନ ଖର୍ଚ୍ଚ ହିତାଧିକାରୀ ବହନ କରିବେ । ଏହି କାର୍ଯ୍ୟକ୍ରମରେ ଯାଜପୁରର ଲୋକସଭା ସାଂସଦ ଶ୍ରୀ ରବିନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଥିଲେ ଏବଂ AAFSAର ସେବା ଅଭିଯାନକୁ ପ୍ରଶଂସା କରିଥିଲେ । ବ୍ୟାସନଗର ପୌରପାଳିକା ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ବଳ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ବନିତା ସ୍ୱାଇଁଙ୍କୁ AAFSAର କୋରେଇ ବ୍ଲକର କୋର୍ଡିନେଟର ଭାବେ ନିଯୁକ୍ତ କରାଯାଇଛି । ଏହାବ୍ୟତୀତ ଅନେକ ବ୍ୟକ୍ତି ଓ ସଂଗଠନକୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ଯେଉଁଥିରେ ଓଡିଶା ଡ୍ରାଇଭର ମହାସଂଘ (କୋରେଇ ଓ ବ୍ୟାସନଗର ୟୁନିଟ), ସାହସୀ ଶିଶୁ ସତ୍ୟପ୍ରକାଶ ସେଠୀ, ପ୍ରିୟାଂଶୀ ବିଶ୍ୱାଳ, ୧୦ ଜଣ ଖବରକାଗଜ ବିତରଣକାରୀ, ପୁରୀର ପ୍ରିୟମ୍ବଦା ଆଇ ହସ୍ପିଟାଲର ମୁଖ୍ୟ ଶ୍ରୀ ସଞ୍ଜିବ କୁମାର ମିଶ୍ର, ଶିଶୁ କଳାକାର ଆର.ଏନ. ଅୟାନ୍ସ, ମହାଲକ୍ଷ୍ମୀ ଯୁବକ ସଂଘ, ପରିବେଶବିତ ପ୍ରଫୁଲ୍ଲ କୁମାର ସାହୁ ଓ ଅକ୍ଷୟ କୁମାର ଜେନା ଏବଂ ଶେଷ ପରିଚୟ ବୃଦ୍ଧାଶ୍ରମ ଆଦି ସାମିଲ ଥିଲା । AAFSAର ପ୍ରତିଷ୍ଠାତା ଡଃ ଆଲେକ୍ସଜ୍ୟାଣ୍ଡର ଦାସ ଲୋକମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । କାର୍ଯ୍ୟକ୍ରମରେ ପ୍ରୋଗ୍ରାମ କୋର୍ଡିନେଟର ଜ୍ୟୋତିର୍ମୟୀ ମହନ୍ତ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ଶ୍ରୀ ସାଇ ସ୍ୱରୁପ ବିଶ୍ୱାଳ ସମ୍ବର୍ଦ୍ଧନା ସମାରୋହର ସଂଯୋଜନା କରିଥିବା ବେଳେ ଶୁଭଲକ୍ଷ୍ମୀ ଜେନା ଓ ସୁମିତ୍ରା ମହାପାତ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସଂସ୍ଥାର ଯାଜପୁର ମୁଖ୍ୟ ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Spread the love

Leave A Reply

Your email address will not be published.